Advertisment

୪ର୍ଥ ଟି-୨୦: ଅଷ୍ଟ୍ରେଲିଆକୁ ୧୭୫ ରନର ଟାର୍ଗେଟ ଦେଲା ଭାରତ

ଭାରତ ୯ ୱିକେଟ ହରାଇ ୧୭୪ କରିବାକୁ ସକ୍ଷମ ହୋଇଛି। ଏବେ ଅଷ୍ଟ୍ରେଲିଆକୁ ଟି-୨୦ ସିରିଜକୁ ୨-୨ ସ୍ଥିତିକୁ ଆଣିବା ପାଇଁ ୧୭୫ ରନ କରିବାକୁ ପଡ଼ିବ।

jitesh

jitesh

Advertisment

ଦୁଇ ଯୁବ ତାରକା ରିଙ୍କୁ ସିଂହ ଓ ସିରିଜରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଜିତେଶ ଶର୍ମାଙ୍କ ବ୍ୟାଟ ଆଜି ଗର୍ଜିଛି। ରିଙ୍କୁଙ୍କ ୨୮ ବଲରେ ୪୬ ଓ ଜିତେଶଙ୍କ ୧୯ ବଲରେ ୩୫ ରନ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୭୪ ରନ କରିଛି। ଫଳରେ ସିରିଜ ବରାବର କରିବାକୁ ଅଷ୍ଟ୍ରେଲିଆକୁ ୧୭୫ ରନର ଟାର୍ଗେଟ ମିଳିଛି।

Advertisment

୩ୟ ଟି-୨୦ରେ ଭାରତ ୨୨୩ ରନର ଟାର୍ଗେଟ ଦେଇଥିବା ବେଳେ ଅଷ୍ଟ୍ରେଲିଆ ଶେଷ ବଲରେ ମ୍ୟାଚ୍‌କୁ ଜିତି ନେଇଥିଲା। ଗ୍ଲେନ ମ୍ୟାକ୍ସୱେଲ ବିସ୍ଫୋରକ ଶତକ ହାସଲ କରିଥିଲେ। ହେଲେ ଆଜିର ମ୍ୟାଚ୍‌ରେ ମ୍ୟାକ୍ସୱେଲ ଖେଳୁ ନାହାନ୍ତି। ତେଣୁ ଭାରତ ୧୭୫ ରନର ଟାର୍ଗେଟକୁ କେମିତି ଡିଫେଣ୍ଡ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ରାୟପୁରରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ମାଥ୍ୟୁ ୱେଡ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଯଶସ୍ୱୀ ଜୈସୱାଲ ଓ ଋତୁରାଜ ଗାଏକ୍ୱାଡ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ।

Advertisment

ଗାଏକ୍ୱାଡ ଧିମା ଖେଳିଥିଲେ ହେଁ ଜୈସୱାଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତେବେ ସେ ୨୮ ବଲରେ ୩୭ ରନ କରି ଆରୋନ ହାର୍ଡିଙ୍କ ବଲରେ ଆଉଟ ହୋଇଥିଲେ। ଶ୍ରେୟସ ଆୟର ନିଜର କମବ୍ୟାକ ମ୍ୟାଚ୍‌ରେ ୮ ରନ ଓ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ। ଗାଏକ୍ୱାଡ ସେଟ ହୋଇ ଯାଇଥିଲେ ହେଁ ୩୨ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତ ୧୧୧ ରନରେ ୪ର୍ଥ ୱିକେଟ ହରାଇଥିଲା।

ଏତିକି ବେଳେ ରିଙ୍କୁ ସିଂହ ଓ ଜିତେଶ ଶର୍ମା କମାଣ ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ। ଉଭୟଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ମଧ୍ୟ ଦେଖିବାକୁ ମଧ୍ୟ ମିଳିଥିଲା। ଜିତେଶ ଶର୍ମା ୧୯ ବଲରେ ୩୫ ରନ କରି ୧୯ତମ ଓଭରରେ ଆଉଟ ହୋଇଥିଲେ। ସେ ୩ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି।

୧୬୭ ରନରେ ଦଳ ୫ମ ୱିକେଟ ହରାଇଥିଲା। ଅକ୍ଷର ପଟେଲ ପ୍ରଥମ ବଲରେ ହିଁ ବଡ଼ ଶଟ ମାରିବାକୁ ଯାଉ ବାଉଣ୍ଡରୀ ପାଖରେ ଧରା ପଡ଼ି ଯାଇଥିଲେ। ବେନ ଡୱାଶୁଇସ ତାଙ୍କ ୱିକେଟ ନେଇଥିଲେ। ୧୯ତମ ଓଭରର ଶେଷ ବଲରେ ଦୀପକ ଚହର କୌଣସି ରନ କରି ନେଇଥିଲେ।

ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଜାସନ ବେହର୍ନଡ୍ରଫ। ସାମ୍ନାରେ ଥିଲେ ରିଙ୍କୁ ସିଂହ। ପ୍ରଥମ ବଲରେ ହିଁ ସେ ରିଙ୍କୁ ସିଂହ(୪୬)ଙ୍କୁ ଆଉଟ କରିଥିଲେ। ରିଙ୍କୁ ୨୮ ବଲରେ ୪ଟି ଚୌକା ଓ ୨ଟି ଛକା ବଳରେ ୪୬ ରନ କରିଛନ୍ତି। ଦ୍ୱିତୀୟ ବଲରେ ରବି ବିଷ୍ଣୋଇ ୧ ରନ କରିଥିଲେ। ତୃତୀୟ ବଲରେ ଦୀପକ ଚହ(୦) ଆଉଟ ହୋଇଥିଲେ।

୪ର୍ଥ ବଲରେ ଆବେଶ ଖାନ ୧ ରନ କରିଥିଲେ। ୫ମ ବଲରେ ରବି ବିଷ୍ଣୋଇ ୨ ରନ ନେଇ ଦଳୀୟ ସ୍କୋରକୁ ୧୭୨ରେ ପହଞ୍ଚାଇଥିଲେ। ପରବର୍ତ୍ତୀ ବଲଟି ବେହରନଡ୍ରଫ ୱାଇଡ ପକାଇଥିଲେ।

ତେବେ ଶେଷ ବଲରେ ବିଷ୍ଣୋଇ ୨ ରନ ନେବା ଚକରରେ ରନ ଆଉଟ ହୋଇଯାଇଥିଲେ। ଫଳରେ ଭାରତ ୯ ୱିକେଟ ହରାଇ ୧୭୪ କରିବାକୁ ସକ୍ଷମ ହୋଇଛି। ଏବେ ଅଷ୍ଟ୍ରେଲିଆକୁ ଟି-୨୦ ସିରିଜକୁ ୨-୨ ସ୍ଥିତିକୁ ଆଣିବା ପାଇଁ ୧୭୫ ରନ କରିବାକୁ ପଡ଼ିବ। 

India Vs Australia INDvsAUS T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe