Advertisment

ଟି-୨୦ ବିଶ୍ୱକପ ସ୍କ୍ୱାଡରୁ କାହିଁକି ବାଦ ପଡ଼ିଲେ ରିଙ୍କୁ ସିଂହ ଓ କେଏଲ ରାହୁଲ ?

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖରାପ ଫର୍ମ ସତ୍ତ୍ୱେ ବିଶ୍ୱକପରେ ରୋହିତ ଶର୍ମାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି। ଏପରି ସ୍ଥିତିରେ ବିସିସିଆଇ ପାଖରେ ଶିବମ ଦୁବେ ଓ ରିଙ୍କୁ ସିଂହଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାର ବିକଳ୍ପ ରହିଥିଲା।

KL

KL

Advertisment

ବସିସିଆଇ ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଏହି ସ୍କ୍ୱାଡରେ କେଏଲ ରାହୁଲ ଓ ରିଙ୍କୁ ସିଂହ ନାହାନ୍ତି। ଅବଶ୍ୟ ରିଙ୍କୁ ସିଂହ ରିଜର୍ଭ ଖେଳାଳି ଭାବେ ଦଳ ସହ ବିଶ୍ୱକପକୁ ଯିବେ, କିନ୍ତୁ କେଏଲ ରାହୁଲ ଆଦୌ ଟିମ ଇଣ୍ଡିଆରେ ନାହାନ୍ତି।

Advertisment

ରିଙ୍କୁ ସିଂହଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସୁଯୋଗ ମିଳି ନଥିବାରୁ ଫ୍ୟାନ୍ସ ସୋଶାଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ରିଙ୍କୁ ସିଂହ ସାମିଲ ନ ହେବା ପଛର କାରଣ ଏବେ ସାମ୍ନାକୁ ଆସିଛି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖରାପ ଫର୍ମ ସତ୍ତ୍ୱେ ବିଶ୍ୱକପରେ ରୋହିତ ଶର୍ମାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି। ଏପରି ସ୍ଥିତିରେ ବିସିସିଆଇ ପାଖରେ ଶିବମ ଦୁବେ ଓ ରିଙ୍କୁ ସିଂହଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାର ବିକଳ୍ପ ରହିଥିଲା। ଦୁବେ ଏବେ ବିସ୍ଫୋରକ ଫର୍ମରେ ଅଛନ୍ତି। ସେ ନିୟମିତ ଚେନ୍ନାଇ ସୁପର କିଙ୍ଗସ ପାଇଁ ଆଇପିଏଲରେ ରନ କରି ଚାଲିଛନ୍ତି। ତେଣୁ ଚୟନକର୍ତ୍ତାମାନେ ରିଙ୍କୁଙ୍କ ଅପେକ୍ଷା ଶିବମ ଦୁବେଙ୍କ ଉପରେ ଅଧିକ ଭରସା ଦେଖାଇଛନ୍ତି।

Advertisment

ଚୟନ ସମୟରେ ମଧ୍ୟରେ ରିଙ୍କୁ ଅନଲକି ରହିଥିବା ମଧ୍ୟ ମତ ପ୍ରକାଶ ପାଇଥିଲା ବୋଲି ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି। ରିଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇ ନଥିଲେ ମଧ୍ୟ ତାଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି।

ଗତବର୍ଷ ଆଇପିଏଲରେ ସେ ଗୁଜରାଟ ଟାଇଟନ୍ସର ୟାଶ ଦୟାଲଙ୍କୁ ୫ ବଲରେ ୫ ଛକା ମାରି ଚର୍ଚ୍ଚାକୁ ଆସିଥିଲେ। କେକେଆରକୁ ମଧ୍ୟ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ। ଏହାପରେ ସେ ୨୦୨୩ ଅଗଷ୍ଟ ମାସରେ ଭାରତ ପାଇଁ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ।

ଡେବ୍ୟୁ ସିଜିନରେ ସେ ନିଜର ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏଯାଏ ଭାରତ ପାଇଁ ୧୫ଟି ଟି-୨୦ ଖେଳିଥିବା ରିଙ୍କୁ ୮୯ ହାରରେ ୩୫୬ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ମଧ୍ୟ ୧୭୬.୨୩ ରହିଛି। ୧୫ ମ୍ୟାଚ୍‌ରୁ ୭ ଥର ସେ ଅପରାଜିତ ରହିଛନ୍ତି। ତେବେ ଚଳିତ ବର୍ଷ ଆଇପିଏଲରେ ରିଙ୍କୁ ନିଜର ଜଲୱା ଦେଖାଇବାକୁ ସେତେଟା ସୁଯୋଗ ପାଇନାହାନ୍ତି।

ଅନ୍ୟପକ୍ଷରେ ଭାରତୀୟ ସ୍କ୍ୱାଡରୁ ବାଦ ପଡ଼ିଥିବା ଆଉ ଗୋଟିଏ ବଡ଼ ନାଁ ହେଲା କେଏଲ ରାହୁଲ। କାର୍ ଦୁର୍ଘଟଣାର ୧୪ ମାସରେ କ୍ରିକେଟକୁ କମବ୍ୟାକ କରିଥିବା ଋଷଭ ପନ୍ତ ଓ ଆଇପିଏଲରେ ଦମ ଦେଖାଇ ଚାଲିଥିବା ସଞ୍ଜୁ ସାମସନ ଟି-୨୦ ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ରହିଛନ୍ତି। ଏହି କାରଣରୁ ରାହୁଲଙ୍କୁ ସୁଯୋଗ ମିଳିନି।

ରାହୁଲ ଭାରତ ପାଇଁ ଶେଷଥର ୨୦୨୨ ନଭେମ୍ବର ୧୦ ତାରିଖରେ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ନଜର ଆସିଥିଲେ। ୨୦୨୩ ଆଇପିଏଲ ଅଧାରୁ ସେ ଆହତ ହୋଇ କ୍ରିକେଟରୁ ଦୂରେଇ ଯାଇଥିଲା। ଗତବର୍ଷ ମେ’ ମାସରେ ତାଙ୍କର ସର୍ଜରୀ ମଧ୍ୟ ହୋଇଥିଲା।

୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ସେ ଠିକ ହୋଇଥିଲେ ଓ ଦଳକୁ କମବ୍ୟାକ କରିଥିଲେ। କମବ୍ୟାକ ପରେ ସେ ଦିନିକିଆ ଓ ଟେଷ୍ଟ ମ୍ୟାଚରେ ନଜର ଆସିଥିଲେ ହେଁ ଭାରତ ପାଇଁ ଆଉ ଟି-୨୦ ଖେଳି ନାହାନ୍ତି।

ଅନ୍ୟପକ୍ଷରେ ଟି-୨୦ରେ ତାଙ୍କ ଷ୍ଟ୍ରାଇକ ରେଟକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ରାହୁଲ ଭାରତ ପାଇଁ ୭୨ଟି ମ୍ୟାଚ୍‌ରେ ୨୨୬୫ ରନ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ଅପରାଜିତ ୧୧୦। ସେ ୧୩୯.୧୨ ହାରରେ ଏହି ରନ କରିଛନ୍ତି। ଚଳିତ ଆଇପିଏଲରେ ସେ ୯ଟି ମ୍ୟାଚରେ ୩୭୮ ରନ କରିଥିଲେ ହେଁ ତାଙ୍କ ଷ୍ଟ୍ରାଇକ ରେଟ ୧୪୪.୨୭ ରହିଛି।

ହେଲେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୧ ମ୍ୟାଚ୍‌ରେ ୩୯୮ ରନ କରିଛନ୍ତି। ସେ ୧୫୮.୫୭ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରି ୩ଟି ୫୦ ମଧ୍ୟ ହାସଲ କରିଛନ୍ତି।

ଦୀର୍ଘ ବର୍ଷ ଧରି ଟି-୨୦ରେ ନିଜ ଜଲୱା ଦେଖାଇ ଚାଲିଥିବା ସାମସନଙ୍କୁ ଶେଷରେ ପୁରସ୍କାର ମିଳିଛି। ଚଳିତ ଆଇପିଏଲରେ ମଧ୍ୟ ସେ ଦମଦାର ଫର୍ମରେ ଅଛନ୍ତି। ସେ ୯ ମ୍ୟାଚ୍‌ରେ ୩୮୫ ରନ କରିଛନ୍ତି।

ତାଙ୍କ ବ୍ୟାଟିଂ ହାର ୭୭ ଥିବା ବେଳେ ଏଥିରେ ୪ଟି ୫୦ ରହିଛି। ତେଣୁ ରାହୁଲଙ୍କ ଅପେକ୍ଷା ବିସିସିଆଇ ପନ୍ତ ଓ ସାମସନଙ୍କ ଉପରେ ଅଧିକ ଭରସା ଦେଖାଇ ଟି-୨୦ ବିଶ୍ୱକପକୁ ଛାଡ଼ିଛି।

IPL KL Rahul T20 Match T20 World Cup T20 Cricket Rinku Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe