/odisha-reporter/media/media_files/2026/02/15/ishan1-2026-02-15-20-42-49.jpg)
ଶଟ ଖେଳୁଛନ୍ତି ଈଶାନ କିଶନ
ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ଇତିହାସ ବଦଳାଇବା ପାଇଁ ପାକିସ୍ତାନ(IND Vs Pak)ଇତିହାସ ବଦଳାଇବାକୁ ପାକିସ୍ତାନକୁ ୧୭୬ ରନର ଟାର୍ଗେଟ କୁ ମିଳିଛି ୧୬୫ ରନର ଟାର୍ଗେଟ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୫ ରନ କରିଛି। ଫଳରେ ବିଶ୍ୱକପ ପରେ ପାକିସ୍ତାନ ସ୍ଥିତିକୁ ୭-୧ରୁ ୭-୨ କରିବା ପାଇଁ ୧୭୬ ରନର ଟାର୍ଗେଟ ପାଇଛି। ସେହିପରି ବିଶ୍ୱକପ ଇତିହାସରେ ଏହା ପାକିସ୍ତାନ ବିପକ୍ଷରେ ଭାରତର ସବୁଠାରୁ ବଡ଼ ସ୍କୋର। ତେଣୁ ପାକିସ୍ତାନକୁ ଇତିହାସ କରିବାକୁ ହେଲେ ବିଶ୍ୱକପ ଇତିହାସରେ ଭାରତ ବିପକ୍ଷରେ ସବୁଠାରୁ ଅଧିକ ରନ କରିବାକୁ ପଡ଼ିବ।
ଭାରତ ପାଇଁ ଓପନର ଈଶାନ କିଶନ ସର୍ବାଧିକ ୪୦ ବଲରେ ୭୭ ରନ କରିଛନ୍ତି। ସେହିପରି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୩୨ ରନର ଇନିଂସ ଖେଳିଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପ୍ରଥମ ଓଭରରେ ହିଁ ବିସ୍ଫୋରକ ଅଭିଷେକ ଶର୍ମାଙ୍କୁ ହରାଇଥିଲା।
ସମସ୍ତଙ୍କୁ ଚକିତ କରି ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଗା ପ୍ରଥମ ଓଭର ବୋଲିଂ କରିଥିଲେ। ଆଉ ସମସ୍ତଙ୍କୁ ଜଳକା କରି ସେ ଓଭରର ଶେଷ ବଲରେ ଅଭିଷେକ ଶର୍ମାଙ୍କୁ ଆଉଟ କରି ଦେଇଥିଲା। ଅଭିଷେକ ଶର୍ମା ୪ ବଲର ସାମ୍ନା କରି ବିନା ରନରେ ଆଉଟ ହୋଇଥିଲେ।
ତେବେ ଏହାପରେ ଈଶାନ କିଶନ ନିଜର ଜଲୱା ଦେଖାଇଥିଲେ। ସେ ଦ୍ୱିତୀୟ ୱିକେଟ ପାଇଁ ତିଳକ ବର୍ମାଙ୍କ ସହ ମିଶି ୮୭ ରନ ଯୋଡ଼ିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଏହି ୮୭ ରନର ଭାଗିଦାରୀରେ ଈଶାନଙ୍କ ଯୋଗଦାନ ୭୬ ରନ ଥିଲା।
ଦଳୀୟ ସ୍କୋର ୮.୪ ଓଭର ସୁଦ୍ଧା ୮୮ ରନ ଥିବା ବେଳେ ସୈୟ ଆୟୁବଙ୍କ ବଲରେ କ୍ଲିନବୋଲ୍ଡ ହୋଇ ଯାଇଥିଲେ। ତେବେ ସେ ଭାରତକୁ ଗୋଟିଏ ଦମଦାର ଷ୍ଟାର୍ଟ ଦେବାକୁ ସକ୍ଷମ ହୋଇଥିଲେ। ଏହି ବିସ୍ଫୋରକ ଇନିଂସରେ ଈଶାନ କିଶନ ୧୦ଟି ଛକା ଓ ୩ଟି ଛକା ମାରିଛନ୍ତି।
ଏହାପରେ ତିଳକ ବର୍ମା ଓ ସୂର୍ଯ୍ୟ କୁମାର ଯାଦବ ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ଦଳୀୟ ସ୍କୋର ୧୨୬ ରନ ଥିବା ବେଳେ ସୈୟ ଆୟୁବ ପ୍ରଥମେ ତିଳବ ବର୍ମା(୨୫) ଓ ପରବର୍ତ୍ତୀ ବଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ କରି ଭାରତକୁ ଡବଲ ଝଟକା ଦେଇଥିଲେ।
ଏହାପରେ ସୂର୍ଯ୍ୟ କୁମାର ଓ ଶିବମ ଦୁବେ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ। ୧୯ତମ ଓଭରରେ ସୂର୍ଯ୍ୟ କୁମାର(୩୨) ବଡ଼ ଶଟ ମାରିବାକୁ ଯାଇ ଉସମାନ ତାରିକଙ୍କ ବଲରେ ଆଉଟ ହୋଇଥିଲେ। ଶେଷ ବଲରେ ରିଙ୍କୁ ସିଂହ ଡଟ ହେବାରୁ ଭାରତ ୧୯ ଓଭର ସୁଦ୍ଧା ୧୫୯ ରନ କରିଥିଲା।
ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଶାହୀନ ଶାହ ଆଫ୍ରିଦି। ଏହି ମ୍ୟାଚ୍ରେ ଏହା ତାଙ୍କର ଦ୍ୱିତୀୟ ଓଭର ଥିଲା। ପ୍ରଥମ ଓଭରରେ ସେ ୧୫ ରନ ରନ ଦେଇଥିଲେ। ଶେଷ ଓଭରର ଆରମ୍ଭ ଚୌକାରୁ ହୋଇଥିଲା। ଦ୍ୱିତୀୟ ବଲରେ ୧ ରନ ହୋଇଥିଲା।
ତୃତୀୟ ବଲରେ ରିଙ୍କୁ ସିଂହ ଚୌକା ମାରି ଦଳୀୟ ସ୍କୋରକୁ ୧୬୮ ରନରେ ପହଞ୍ଚାଇଥିଲେ। ପରବର୍ତ୍ତୀ ବଲରୁ ରିଙ୍କୁ ପୁଣି ଛକା ମାରିଥିଲେ। ପରବର୍ତ୍ତୀ ବଲରେ ୧ ରନ ମିଳିଥିବା ବେଳେ ତାଳମେଳ ଅଭାବରୁ ଶିବମ ଦୁବେ(୨୭) ରନ ଆଉଟ ହୋଇଯାଇଥିଲେ। ୧୭୫ ରନରେ ଦଳ ୫ ୱିକେଟ ହରାଇଥିଲା। ଶେଷ ବଳରେ ମଧ୍ୟ ଅକ୍ଷର ପଟେଲ ଆଉଟ ହୋଇଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୫ ରନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
