Advertisment

Rinku Singh: କ୍ରିକେଟର ରିଙ୍କୁ ସିଂହଙ୍କୁ ଅଣ୍ଡରୱାର୍ଲ୍ଡର ହତ୍ୟା ଧମକ, ମାଗିଥିଲେ ୫ କୋଟି

୫ କୋଟି ଟଙ୍କା ନ ଦେଲେ ରିଙ୍କୁ ସିଂହଙ୍କୁ ହତ୍ୟା କରାଯିବ ବୋଲି ଡି’ କମ୍ପାନୀ ପକ୍ଷରୁ ରିଙ୍କୁ ସିଂହଙ୍କୁ ଫୋନ କରି ଧମକ ଦିଆଯାଇଛି। ରିଙ୍କୁ ସିଂହଙ୍କୁ ହତ୍ୟା ଧମକ ମିଳିଥିବା ଖବରକୁ ମୁମ୍ବାଇ ପୁଲିସ୍‌ର କ୍ରାଇମବ୍ରାଞ୍ଚ ନିଶ୍ଚିତ କରିଛି।

author-image
Hemant Lenka
Rinku-singh

ରିଙ୍କୁ ସିଂହ (ଫାଇଲ ଫଟୋ)

ଷ୍ଟାର କ୍ରିକେଟର ରିଙ୍କୁ ସିଂହଙ୍କୁ ହତ୍ୟା ଧମକ। ଅଣ୍ଡରୱାର୍ଲ୍ଡ ପକ୍ଷରୁ ରିଙ୍କୁ ସିଂହଙ୍କୁ ହତ୍ୟା ଧମକ ମିଳିଛି। ୫ କୋଟି ଟଙ୍କା ନ ଦେଲେ ରିଙ୍କୁ ସିଂହଙ୍କୁ ହତ୍ୟା କରାଯିବ ବୋଲି ଡି’ କମ୍ପାନୀ ପକ୍ଷରୁ ରିଙ୍କୁ ସିଂହଙ୍କୁ ଫୋନ କରି ଧମକ ଦିଆଯାଇଛି। ରିଙ୍କୁ ସିଂହଙ୍କୁ ହତ୍ୟା ଧମକ ମିଳିଥିବା ଖବରକୁ ମୁମ୍ବାଇ ପୁଲିସ୍‌ର କ୍ରାଇମବ୍ରାଞ୍ଚ ନିଶ୍ଚିତ କରିଛି।

Advertisment

ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ କୁଖ୍ୟାତ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ବା ଡି’ କମ୍ପାନୀ ପକ୍ଷରୁ ରିଙ୍କୁ ସିଂହ(Rinku Singh)ଙ୍କୁ ୩ ଥର ଟଙ୍କା ପାଇଁ ଧମକ ଦିଆଯାଇଛି। ଫେବୃଆରୀରୁ ଏପ୍ରିଲ ୨୦୨୫ ମଧ୍ୟରେ ୫ କୋଟି ଟଙ୍କା ପାଇଁ ରିଙ୍କୁ ସିଂହଙ୍କୁ ଧମକ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରିଙ୍କୁ ସିଂହଙ୍କୁ ଟଙ୍କା ପାଇଁ ଧମକ ମିଳିବା ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। 

ମହମ୍ମଦ ଦିଲଶାଦ ଓ ମହମ୍ମଦ ନବୀଦଙ୍କୁ ପ୍ରଥମେ ୱେଷ୍ଟଇଣ୍ଡିଜରୁ ଗିରଫ କରାଯାଇଥିଲା। ଇଣ୍ଟରପୋଲ ସହାୟତାରେ ଏପରି ଗିରଫଦାରୀ କରାଯାଇଥିଲା। ଗିରଫ ପରେ ଅଗଷ୍ଟ ୧ରେ ଭାରତୀୟ ଅଧିକାରୀଙ୍କୁ ସେଠାକାର ପୁଲିସ୍‌ ଉଭୟଙ୍କୁ ହସ୍ତାନ୍ତର କରିଛି। 

Advertisment

ପୂର୍ବରୁ ଏହି ୨ ଜଣଙ୍କୁ ଦବଂଗତ ବିଧାୟକ ବାବ ସିଦ୍ଦିକୀଙ୍କ ପୁଅ ଜୀଶାନ ସିଦ୍ଦିକୀଙ୍କୁ ୧୦ କୋଟି ଟଙ୍କାର ବଟି ମାଗିବା ଘଟଣାରେ ଗିରଫ କରାଯାଇଥିଲା। ସେମାନଙ୍କୁ ଜେରା କରିବା ବେଳେ ଜଣେ ଅଭିଯୁକ୍ତ ପୁଲିସ୍‌ ଆଗରେ ରିଙ୍କୁ ସିଂହଙ୍କୁ ମଧ୍ୟ ଟଙ୍କା ଦେବାକୁ ଧମକ ଦେଇଥିବା ସ୍ୱୀକାର କରିଛି। ଏବେ ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି। 

ନିକଟରେ ଭାରତୀୟ କ୍ରିକେଟ(Cricket) ଟିମ ଏସିଆ କପ ଜିତିଥିଲା। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ରିଙ୍କୁ ସିଂହ ନଜର ଆସିଥିଲେ। ସେ ପାକିସ୍ତାନ ବିପକ୍ଷ ଫାଇନାଲରେ ଚୌକା ମାରି ଭାରତକୁ ବିଜୟ ଭେଟି ଦେଇଥିଲେ। ଏହା ଟୁର୍ଣ୍ଣାମେଣ୍ଟରେ ରିଙ୍କୁଙ୍କ ପ୍ରଥମ ମ୍ୟାଚ୍‌ ହୋଇଥିବା ବେଳେ ସେ ଫାଇନାଲରେ ଗୋଟିଏ ବଲ ସାମ୍ନା କରି ଚୌକା ମାରିଥିଲେ। 

ଏହାପୂର୍ବରୁ ଭାରତ ଏସିଆ କପ ଗ୍ରୁପ ଓ ସୁପର ୪ରେ ୩ଟି ଲେଖାଏ ମ୍ୟାଚ୍‌ ଖେଳି ଥିଲେ ହେଁ ରିଙ୍କୁ ସୁଯୋଗ ପାଇ ନଥିଲେ। ଫାଇନାଲ ମ୍ୟାଚ୍‌ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାରୁ ରିଙ୍କୁ ସିଂହ ସୁଯୋଗ ପାଇଥିଲେ। ଆଉ ଫାଇନାଲ ମ୍ୟାଚ୍‌ରେ ସେ ଚୌକା ମାରି ଭାରତକୁ ଜିତାଇ ଥିଲେ। 

Cricket Rinku Singh