Advertisment

ସୁପର ଓଭରରେ ଦରକାର ଥିଲା ୧୭ ରନ, ୩ ବଲରେ ୩ ଛକା ମାରିଲେ ରିଙ୍କୁ ସିଂହ

ମୀରଟ ପାଇଁ ଖେଳୁଥିବା ରିଙ୍କୁ ସୁପର ଓଭରରେ ୩ ବଲରେ ୩ ଛକା ମାରି ନିଜ ଦଳକୁ ଜିତାଇବାକୁ ସକ୍ଷମ ହୋଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

author-image
Hemant Lenka
Rinku Singh

Rinku Singh

ଯେତେବେଳେ ବି କ୍ରେକଟ ପ୍ରେମୀମାନେ ରିଙ୍କୁ ସିଂହଙ୍କ ନାଁ ଶୁଣନ୍ତି ସେତେବେଳେ ସେ ୫ ବଲରେ ୫ ଛକା ମାରିଥିବା କଥା ସମସ୍ତେ ମନେପକାନ୍ତି। ୨୦୨୩ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳୁ ଥିବା ରିଙ୍କୁ ସିଂହ ଗୁଜରାଟ ଟାଇଟନ୍ସର ବୋଲର ୟଶ ଦୟାଲଙ୍କୁ ୫ ବଲରେ ୫ ଛକା ମାରିଥିଲେ। ଶେଷ ଓଭରରେ ଅସମ୍ଭବକୁ ସମ୍ଭବ କରି ରିଙ୍କୁ କୋଲକାତାକୁ ମଧ୍ୟ ଜିତାଇଥିଲେ।

Advertisment

ଏବେ ପୁଣିଥରେ ସେ ସେମିତି କିଛି କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୀରଟ ପାଇଁ ଖେଳୁଥିବା ରିଙ୍କୁ ସୁପର ଓଭରରେ ୩ ବଲରେ ୩ ଛକା ମାରି ନିଜ ଦଳକୁ ଜିତାଇବାକୁ ସକ୍ଷମ ହୋଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଉତ୍ତର ପ୍ରଦେଶ ଟି-୨୦ ଲିଗ୍‌ରେ ରିଙ୍କୁ Meerut Mavericks ପକ୍ଷରୁ ଖେଳୁଛନ୍ତି। ତାଙ୍କ ଦଳର ମ୍ୟାଚ୍‌ କାଶୀ ରୁଦ୍ର ବିପକ୍ଷରେ ଥିଲା। ଟୁର୍ଣ୍ଣାମେଣ୍ଟର ଏଲିମିନେଟର୍‌ରେ ରିଙ୍କ ସିଂହଙ୍କ ଦଳକୁ ସୁପର ଓଭରରେ ଜିତିବା ପାଇଁ ୧୭ ରନର ଆବଶ୍ୟକ ଥିଲା।

Advertisment

ଏହାକୁ ରିଙ୍କୁ ୩ ବଲରେ ୩ ଛକା ମାରି ଶେଷ କରିଛନ୍ତି। ଆଇପିଏଲରେ ସେ ବାମହାତୀ ପେସର ୟଶ ଦୟାଲଙ୍କୁ ୫ ଛକା ମାରିଥିଲେ। କିନ୍ତୁ ଏଥର ସେ ବାମହାତୀ ସ୍ପିନର ଶିବ ସିଂହଙ୍କୁ ୩ ବଲରେ ୩ ଛକା ମାରିଛନ୍ତି।

ସୁପର ଓଭର ପ୍ରଥମ ବଲରେ ରିଙ୍କୁ ସିଙ୍ଗଲ ନେଇ ନଥିଲେ। କିନ୍ତୁ ଏହାର ପରବର୍ତ୍ତୀ ୩ ବଲରେ ସେ ୩ ଛକା ମାରି ମୀରଟଙ୍କୁ ବିଜୟୀ କରାଇଥିଲେ। ଓଭରର ଦ୍ୱିତୀୟ ବଲକୁ ଲଙ୍ଗ ଅଫ୍‌ ରିଜନରେ ରିଙ୍କୁ ଛକା ମାରିଥିଲେ। ଏହାପରେ ସେ ମିଡ ୱିକେଟ ଓ ୪ର୍ଥ ବଲକୁ ସେ ପୁଣି ଲଙ୍ଗ ଅଫ ଅଞ୍ଚଳରେ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ।

ଏହାପୂର୍ବରୁ ଦୁଇ ଦଳ ନିର୍ଦ୍ଧାରିତ ୨୦ ଓଭର ପରେ ସମାନ ୧୮୧ ରନ କରିଥିଲେ। ମ୍ୟାଚ୍‌ରେ ରିଙ୍କୁ ୨୨ ବଲରେ କେବଳ ୧୫ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ସୁପର ଓଭରରେ ସେ କାହାକୁ ନିରାଶ କରି ନାହାନ୍ତି।

ନିକଟରେ ସେ ଭାରତ ପାଇଁ ଟି-୨୦ରେ ଡେବ୍ୟୁ କରିବା ସହ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ଏବେ ତାଙ୍କୁ ଏସିଆନ ଗେମ୍ସରେ ମଧ୍ୟ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିବ।

Cricket IPL Rinku Singh