Advertisment

ଆଗକୁ ବଢ଼ି ଚାଲିଛି ଆଫଗାନ କ୍ରିକେଟ: ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

୨୦୨୩ ଜାନୁଆରୀ ଠାରୁ ଆଫଗାନ କ୍ରିକେଟ ଅନେକ ସଫଳତା ପାଇଚାଲିଛି। ଦଳ କେବଳ ଦ୍ୱିପାକ୍ଷିକ ସିରିଜରେ ଭଲ ପ୍ରଦର୍ଶନ କରିନାହିଁ, ବରଂ ବିଶ୍ୱକପରେ ମଧ୍ୟ ନିଜର ଛାପ ଛାଡ଼ିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Afghanistan cricket

Afghanistan cricket

ହଶମନୁଲ୍ଲା ଶାହିଦଙ୍କ ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଦଳ ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଦିନିକିଆରେ ହରାଇ ଦେଇଛି। ଦ୍ୱିତୀୟ ଦିନିକିଆକୁ ୧୭୭ ରନରେ ଜିତିବା ପରେ ଆଫଗାନିସ୍ତାନ ୩ଟିକିଆ ସିରିଜକୁ ଆଗୁଆ ୨-୦ରେ କବଜା କରି ନେଇଛି।

Advertisment

ବିଶ୍ୱ କ୍ରିକେଟର ଦିନିକିଆ ଫର୍ମାଟରେ ଆଫଗାନିସ୍ତାନ କେବେ ହେଲେ ଦକ୍ଷିଣ ଆଫ୍ରିକାକୁ ହରାଇ ନଥିଲା। ଦଳ ପ୍ରଥମଥର ପାଇଁ ସାରଜାରେ କମାଲ କରିଛି। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌କୁ ଆଫଗାନିସ୍ତାନ ୬ ୱିକେଟରେ ଜିତିଥିଲା। ଶୁକ୍ରବାର ଦଳ ଦ୍ୱିତୀୟ ଦିନିକିଆକୁ ମଧ୍ୟ ଜିତି ନେଇଛି।

ଆଫଗାନିସ୍ତାର ରହମନୁଲ୍ଲା ଗୁରବାଜ, ଏନ ଖାରୋଟେ, ରଶଦି ଖାନ ଓ ଅଜମତୁଲତଲା ଓମରଜାଇଙ୍କ ମିଳିତ ଉଦ୍ୟମ ଯୋଗୁ ଦକ୍ଷିଣ ଆଫ୍ରିକା ଧୂଳି ଚାଟିଛି। ଗୁରବାଜ ଆଫଗାନିସ୍ତାନର ପ୍ରଥମ ବ୍ୟାଟର ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଶତକ ହାସଲ କରିଛନ୍ତି। ପ୍ରଥମ ବୋଲର ଭାବେ ରଶିଦ ଖାନ ନିଜ ଜନ୍ମ ଦିନରେ ୫ଟି ୱିକେଟ ନେଇ ଇତିହାସ ରଚିଛନ୍ତି। ଓମରଜାଇ ମଧ୍ୟ ମଧ୍ୟ ପଛରେ ନ ପଡ଼ି ୫୦ ବଲରେ ବିସ୍ଫୋରକ ୮୬ ରନର ଇନିଂସ ଖେଳିଛନ୍ତି।

Advertisment

ରଶିଦ ୫ ୱିକେଟ ନେଇଥିବା ବେଳେ ଖାରୋଟେ ୬.୨ ଓଭରରେ ୨୬ ରନ ଦେଇ ୪ ୱିକେଟ ଦଖଲ କରିଛନ୍ତି। ୩୧୨ ରନର ବିଶାଳ ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଏକଦା ବିନା କ୍ଷତିରେ ୧୩.୫ ଓଭର ସୁଦ୍ଧା ୭୩ ରନ କରି ନେଇଥିଲା। କିନ୍ତୁ ବାକି ବାକି ୬୧ ରନରେ ଦଳ ସମସ୍ତ ୧୦ ୱିକେଟ ହରାଇଥିଲା।

ଏହି ବିଜୟ ବିଶ୍ୱ କ୍ରିକେଟରେ ଆଫଗାନିସ୍ତାନକୁ ଆଉ ପାଦେ ଆଗକୁ ନେଇଛି। ଏବେ ଆଫଗାନ କ୍ରିକେଟ ଉଦୟମାନ ତାରା ଭାବେ ସାମ୍ନାକୁ ଆସିବାରେ ଲାଗିଛି।

୨୦୨୩ ଜାନୁଆରୀ ଠାରୁ ଆଫଗାନ କ୍ରିକେଟ ଅନେକ ସଫଳତା ପାଇଚାଲିଛି। ଦଳ କେବଳ ଦ୍ୱିପାକ୍ଷିକ ସିରିଜରେ ଭଲ ପ୍ରଦର୍ଶନ କରିନାହିଁ, ବରଂ ବିଶ୍ୱକପରେ ମଧ୍ୟ ନିଜର ଛାପ ଛାଡ଼ିଛି। ଜୋନାଥନ ଟ୍ରଟଙ୍କ କୋଚିଂରେ ଖେଳୁଥିବା ଆଫଗାନିସ୍ତାନ ଏବେ ବିଶ୍ୱ କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି।

ଆଫଗାନିସ୍ତାନର ସଫଳତା

୧- ଆଫଗାନିସ୍ତାନ ୨୦୨୩ ମାର୍ଚ୍ଚ ୨୪ରେ ପ୍ରଥମଥର ପାଇଁ ପାକିସ୍ତାନକୁ କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ରେ ୬ ୱିକେଟରେ ହରାଇଥିଲା ।

୨- ଆଫଗାନିସ୍ତାନ ୨୦୨୩ ଅକ୍ଟୋବର ୧୫ରେ ପ୍ରଥମଥର ପାଇଁ ଇଂଲଣ୍ଡକୁ ୬୯ ରନରେ ହରାଇଥିଲା।

୩- ଆଫଗାନିସ୍ତାନ ଟେଷ ଖେଳୁଥିବା ଦେଶ ଇଂଲଣ୍ଡକୁ ବିଶ୍ୱକପରେ ପ୍ରଥମଥର ମାତ ଦେଇଥିଲା।

୪- ଦିନିକିଆରେ ପ୍ରଥମଥର ପାଇଁ ଆଫଗାନିସ୍ତାନ ୮ ୱିକେଟରେ ପାକିସ୍ତାନକୁ ହରାଇଥିଲା।

୫- ଆଫଗାନିସ୍ତାନ ୨୦୨୪ ମସିହା ଜୁନ ୨୩ରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ୨୧ ରନରେ ଟି-୨୦ ବିଶ୍ୱକପରେ ହରାଇଥିଲା।

୬- ଆଫଗାନିସ୍ତାନ ପ୍ରଥମଥର ପାଇଁ ଜୁନ ୨୫ରେ ଟି-୨୦ ବିଶ୍ୱକପ ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲା।

୭- ଆଫଗାନିସ୍ତାନ ସେପ୍ଟେମ୍ବର ୧୮ରେ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକାକୁ କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ହରାଇଥିଲା।

୮- ଆଫଗାନିସ୍ତାନ ସେପ୍ଟେମ୍ବର ୨୦ରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ କୌଣସି ଦ୍ୱିପାକ୍ଷିକ ସିରିଜ ଜିତିଛି।

Cricket Afghanistan Cricket