Advertisment

ପନ୍ତ ବୁଲେଇଲେ ବ୍ୟାଟ୍, ଅଳ୍ପକେ ବର୍ତ୍ତିଲେ କାର୍ତ୍ତିକ, ଭିଡିଓ ଭାଇରାଲ୍

ଶାରଜା: ଆଇପିଏଲ୍-୨୦୨୧ର ୪୧ତମ ମ୍ୟାଚରେ ଏକ ଅଜବ ଘଟଣା ଘଟିଛି, ଯାହା କିଛି ସେକେଣ୍ଡ ପାଇଁ ସମସ୍ତଙ୍କ ହୋଶ୍ ଉଡ଼ାଇ ଦେଇଛି। ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଋଷଭ ପନ୍ତ ବ୍ୟାଟ୍ ଦ୍ୱାରା କୋଲକାତା ନାଇଟ୍ ରାଇଡର୍ସର ୱିକେଟ୍ କିପର ଦିନେଶ କାର୍ତ୍ତିକ ଅଳ୍ପକେ ଆହତ ହେବାରୁ ବର୍ତ୍ତିଯାଇଛନ୍ତି। ଏହି ପୂରା ଘଟଣାକ୍ରମରେ କମେଣ୍ଟ୍ରୀ ଟିମ୍ ମଧ୍ୟ ଚକିତ ହୋଇଯାଇଥିଲା। ହେଲେ ପରେ ପନ୍ତଙ୍କୁ ନିଜ ଭୁଲର ଅନୁତାପ ହୋଇଥିଲା ଏବଂ ତୁରନ୍ତ କାର୍ତ୍ତିକଙ୍କୁ ଏଥିପାଇଁ ଭୁଲ୍ ମାଗିଥିଲେ। […]

ପନ୍ତ ବୁଲେଇଲେ ବ୍ୟାଟ୍, ଅଳ୍ପକେ ବର୍ତ୍ତିଲେ କାର୍ତ୍ତିକ, ଭିଡିଓ ଭାଇରାଲ୍

pant-and-kartik

Advertisment

ଶାରଜା: ଆଇପିଏଲ୍-୨୦୨୧ର ୪୧ତମ ମ୍ୟାଚରେ ଏକ ଅଜବ ଘଟଣା ଘଟିଛି, ଯାହା କିଛି ସେକେଣ୍ଡ ପାଇଁ ସମସ୍ତଙ୍କ ହୋଶ୍ ଉଡ଼ାଇ ଦେଇଛି। ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଋଷଭ ପନ୍ତ ବ୍ୟାଟ୍ ଦ୍ୱାରା କୋଲକାତା ନାଇଟ୍ ରାଇଡର୍ସର ୱିକେଟ୍ କିପର ଦିନେଶ କାର୍ତ୍ତିକ ଅଳ୍ପକେ ଆହତ ହେବାରୁ ବର୍ତ୍ତିଯାଇଛନ୍ତି। ଏହି ପୂରା ଘଟଣାକ୍ରମରେ କମେଣ୍ଟ୍ରୀ ଟିମ୍ ମଧ୍ୟ ଚକିତ ହୋଇଯାଇଥିଲା। ହେଲେ ପରେ ପନ୍ତଙ୍କୁ ନିଜ ଭୁଲର ଅନୁତାପ ହୋଇଥିଲା ଏବଂ ତୁରନ୍ତ କାର୍ତ୍ତିକଙ୍କୁ ଏଥିପାଇଁ ଭୁଲ୍ ମାଗିଥିଲେ।

Advertisment

ଦିଲ୍ଲୀ ଇନିଂସର ୧୭ତମ ଓଭରର ପ୍ରଥମ ବଲ୍ ବୋଲିଂ କରିଥିବା ବରୁଣ ଚକ୍ରବର୍ତ୍ତୀ। ପନ୍ତ ଏହି ବଲରେ ଜୋରଦାର ଶଟ୍ ଖେଳିବାକୁ ପ୍ରୟାସ କରିଥିଲେ, କିନ୍ତୁ ବଲ୍ ଇନସାଇଡ୍ ଏଜ୍ ନେଇ ଷ୍ଟମ୍ପ ଆଡ଼କୁ ଯିବାକୁ ଲାଗିଲା। କିପିଂ କରୁଥିବା କାର୍ତ୍ତିକ ବଲଖୁ ଧରିବା ପାଇଁ ଆଗକୁ ମାଡ଼ି ଆସିଥିଲେ। ଏହି ସମୟରେ ପନ୍ତ ବଲକୁ ଷ୍ଟମ୍ପରୁ ଦୂରେଇ ପାଇଁ ବ୍ୟାଟକୁ ଜୋରରେ ବୁଲାଇଥିଲେ। ଆଉ କାର୍ତ୍ତିକ ନିଜ ବାମ ଆଡ଼କୁ ମୁହଁକୁ ବୁଲାଇ ଦେଇଥିଲେ। ସୌଭାଗ୍ୟ ବଶତ କାର୍ତ୍ତକଙ୍କ ମୁହଁରେ ବ୍ୟାଟ୍ ବାଜି ନଥିଲା। ନହେଲେ ଏକ ବଡ଼ ଦୁର୍ଘଟଣା ଘଟିପାରିଥାନ୍ତା।

https://twitter.com/DesardaNaman/status/1442820006413156353?s=20

କିଛି କ୍ଷଣ ଭିତରେ ପନ୍ତ ନିଜର ଭୁଲ୍ ମାନିଥିଲେ ଏବଂ ତୁରନ୍ତ ସିନିୟର କ୍ରିକେଟରଙ୍କ ପାଖକୁ ଯାଇ କ୍ଷମା ମାଗିଥିଲେ। କାର୍ତ୍ତିକ ମଧ୍ୟ ଖେଳୁଆଡ଼ ମନୋଭାବ ଦେଖାଇ ଏହାକୁ ଏକ ଫନ୍ ଭାବେ ନେଇଥିଲେ। ଏହା ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଥିଲା। କିନ୍ତୁ ଏହି ମୁହୂର୍ତ୍ତ ଦୁଇ ଟିମର ଖେଳାଳି, ଫ୍ୟାନ୍ ଓ କମେଣ୍ଟେଟରଙ୍କର କିଛି ସେକେଣ୍ଡ ପାଇଁ ହୋଶ୍ ଉଡ଼ାଇ ଦେଇଥିଲା। ଏହି ମ୍ୟାଚରେ ପନ୍ତ ୩୯ ରନ୍ କରି ଆଉଟ୍ ହୋଇଥିଲେ।

Advertisment

https://twitter.com/IPL/status/1442822193675575308?s=20

https://twitter.com/TooHarsh_/status/1442816887486758919?s=20

ସୂଚନାଯୋଗ୍ୟ ଉକ୍ତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ ନିକଟରୁ ପରାସ୍ତ ହୋଇଛି। ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୭ ରନ୍ କରିଥିଲା। ଜବାବରେ କେକେଆର୍ ୧୮.୨ ଓଭର୍ ଖେଳି ୭ ୱିକେଟ ହରାଇ ୧୩୦ ରନ୍ କରି ବିଜୟୀ ହୋଇଛି। ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଥିବା ନରିନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe