Advertisment

IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ: ଭାରତୀୟ ଦଳକୁ ଫେରିଲେ ଋଷଭ ପନ୍ତ

ଦଳକୁ ଫେରିବା ସହ ସେ ପୂର୍ବଭଳି ଭାରତୀୟ ଟିମର ଉପ ଅଧିନାୟକ ଦାୟିତ୍ୱରେ ରହିବେ।  ପନ୍ତଙ୍କ ଅନୁପସ୍ଥିତିରେ ରବୀନ୍ଦ୍ର ଜାଡେଜା ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଟେଷ୍ଟରେ ଉପ ଅଧିନାୟକ ଦାୟିତ୍ୱ ପାଇଥିଲେ।

author-image
Hemant Lenka
Pant

ଋଷଭ ପନ୍ତ

ନଭେମ୍ବର ୧୪ରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଦଳ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଆହତ ହୋଇଥିବା ଋଷଭ ପନ୍ତ ଶେଷରେ ଭାରତୀୟ ଟିମକୁ ଫେରିଛନ୍ତି। ଜାତୀୟ ଦଳରେ ସାମିଲ ହେବା ପୂର୍ବରୁ ପନ୍ତଙ୍କୁ ଫିଟନେସର ପରୀକ୍ଷା ଦେବାକୁ ପଡ଼ିଥିଲା। ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ୪ ଦିନିଆ ଟେଷ୍ଟ ମଧ୍ୟ ସେ ଖେଳିଥିଲେ। ଏହାପରେ ବିସିସିଆଇ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରିଛି। 

Advertisment

ଇଂଲଣ୍ଡ ବିପକ୍ଷ ସିରିଜରେ ଆହତ ହେବା ଯୋଗୁ ପନ୍ତ(Rishabh Pant) ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରୁ ବାଦ ପଡ଼ିଥିଲେ। ଏବେ କିନ୍ତୁ ସେ ଦଳକୁ କମବ୍ୟାକ କରିଛନ୍ତି। ଦଳକୁ ଫେରିବା ସହ ସେ ପୂର୍ବଭଳି ଭାରତୀୟ ଟିମର ଉପ ଅଧିନାୟକ ଦାୟିତ୍ୱରେ ରହିବେ।  

ପନ୍ତଙ୍କ ଅନୁପସ୍ଥିତିରେ ରବୀନ୍ଦ୍ର ଜାଡେଜା ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଟେଷ୍ଟରେ ଉପ ଅଧିନାୟକ ଦାୟିତ୍ୱ ପାଇଥିଲେ। ପନ୍ତ ଦକ୍ଷିଣ ‌ଆଫ୍ରିକା ବିପକ୍ଷ ସିରିଜରେ ପ୍ରଥମ ୱିକେଟ କିପର ଭାବେ ସ୍ଥାନ ପାଇଥିବା ବେଳେ ଧ୍ରୁବ ଜୁରେଏ ତାଙ୍କ ବ୍ୟାକଅପ ଭାବେ ସ୍କ୍ୱାଡରେ ରହିଛନ୍ତି। ପ୍ରସିଦ୍ଧ କ୍ରିଷ୍ଣା ବାଦ ପଡ଼ିଥିବା ବେଳେ ଅକ୍ଷର ପଟେଲଙ୍କ କମବ୍ୟାକ ହୋଇଛି। 

Advertisment

୨୦୨୪ରେ ଅକ୍ଷର ଭାରତ ପାଇଁ ଶେଷ ଟେଷ୍ଟ(Test Match) ଖେଳିଥିଲେ। ଏବେ ତାଙ୍କୁ ଜେଡେଜା ଓ ୱାଶିଂଟନ ସୁନ୍ଦରଙ୍କ ବ୍ୟାକଅପ ଭାବେ ରଖା ଯାଇଛି। ଇଣ୍ଡିଜ ବିପକ୍ଷ ଟେଷ୍ଟରେ ନଜର ଆସି ନଥିବା ଆକାଶ ଦୀପ ମଧ୍ୟ ଭାରତୀୟ ସ୍କ୍ୱାଡକୁ ଫେରିଛନ୍ତି। 

ଭାରତ ବିପକ୍ଷରେ ଟେଷ୍ଟ ଖେଳିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ପଡ଼ୋଶୀ ପାକିସ୍ତାନ ସହ ମ୍ୟାଚ୍‌ ଖେଳୁଛି। ଟେଷ୍ଟ ସିରିଜକୁ ଦଳ ୧-୧ରେ ଡ୍ରରେ ରଖିଥିବା ବେଳେ ଟି-୨୦ ସିରିଜ ହାରି ସାରିଛି। ଏବେ ଦୁଇ ଦେଶ ମଧ୍ୟରେ ଦିନିକିଆ ସିରିଜ ଚାଲିଛି। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ହାରି ଯାଇଛି। 

ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ(Test Cricket) ନଭେମ୍ବର ୧୪ରୁ ୧୮ ଯାଏ ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହାପରେ ଗୁହାଟୀରେ ନଭେମ୍ବର ୨୨ରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଟେଷ୍ଟ ସିରିଜ ପରେ ଦୁଇ ଦେଶ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍‌ ଖେଳିବେ। 

ଭାରତୀୟ ଟେଷ୍ଟ ସ୍କ୍ୱାଡ: ଶୁବମନ ଗିଲ(ଅଧିନାୟକ), ଋଷଭ ପନ୍ତ(ଉପ ଅଧିନାୟକ), ଯଶସ୍ୱୀ ଜୈସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକ୍କଲ, ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମ୍ରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ଆକାଶ ଦୀପ। 

Test Cricket Test Match Rishabh Pant