Advertisment

Rishabh Pant: ଆହତ ସମସ୍ୟାରୁ ମୁକୁଳିଲେ ଋଷଭ ପନ୍ତ, କ୍ୟାପ୍ଟେନ ଭାବେ ନିଯୁକ୍ତ କଲା ବିସିସିଆଇ

ସେ ଆହତ ସମସ୍ୟାରୁ ଏବେ ସଂପୂର୍ଣ୍ଣ ଭାବେ ମୁକୁଳିଛନ୍ତି। ଏଥିପାଇଁ ବିସିସିଆଇ ତାଙ୍କୁ କ୍ୟାପ୍ଟେନ ଭାବେ ନିଯୁକ୍ତ କରିଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପଡ଼ିଆକୁ ଓହ୍ଲାଇବେ।

author-image
Hemant Lenka
Rishabh Pant

ଋଷଭ ପନ୍ତ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆହତ ହୋଇଥିବା ଭାରତୀୟ ଟିମର ଯୁବ ୱିକେଟ କିପର ଋଷଭ ପନ୍ତ(Rishabh Pant)ଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପନ୍ତଙ୍କ କମବ୍ୟାକ ତାରିଖ ନିଶ୍ଚିତ ହୋଇଛି। ସେ ଆହତ ସମସ୍ୟାରୁ ଏବେ ସଂପୂର୍ଣ୍ଣ ଭାବେ ମୁକୁଳିଛନ୍ତି। ଏଥିପାଇଁ ବିସିସିଆଇ(Bcci) ତାଙ୍କୁ କ୍ୟାପ୍ଟେନ ଭାବେ ନିଯୁକ୍ତ କରିଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ପଡ଼ିଆକୁ ଓହ୍ଲାଇବେ।

Advertisment

ଏହାପୂର୍ବରୁ ତାଙ୍କୁ ଭାରତୀୟ ଏ ଟିମର ନେତୃତ୍ୱ ନେବାକୁ ପଡ଼ିବ। ଭାରତ ଏ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ୪ ଦିନିଆ ୨ଟି ଟେଷ୍ଟ(Test Cricket) ମ୍ୟାଚ୍‌ ଖେଳାଯିବ। ଏହି ଦୁଇ ମ୍ୟାଚରେ ଭାରତୀୟ ଏ ଟିମର ନେତୃତ୍ୱ ନେବେ ପନ୍ତ। ତାଙ୍କୁ ଆଜି ଏ ଟିମର କ୍ୟାପ୍ଟେନ ଭାବେ ବିସିସିଆଇ ନିଯୁକ୍ତ କରିଛି।  

ପନ୍ତଙ୍କୁ ବିସିସିଆଇ କ୍ୟାପ୍ଟେନ ଭାବେ ନିଯୁକ୍ତି ଦେଇଥିବା ବେଳେ ତାଙ୍କ ଡେପୁଟି ଭାବେ ସାଈ ସୁଦର୍ଶନଙ୍କୁ ଦାୟିତ୍ୱ ମିଳିଛି। ଏହି ଦୁଇ ଜଣଙ୍କ ବ୍ୟତୀତ ଭାରତ ପାଇଁ ନିୟମିତ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା କିଛି ଖେଳାଳିଙ୍କୁ ମଧ୍ୟ ୪ ଦିନିଆ ମ୍ୟାଚ୍‌ରେ ଦେଖିବାକୁ ମିଳିବ।

Advertisment

ଇଣ୍ଡିଆ ଏ ଦୁଇଟି ଯାକ ୪ ଦିନିଆ ମ୍ୟାଚ୍‌ ବେଙ୍ଗାଲୁରୁ ସ୍ଥିତି ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସିରେ ଖେଳିବ। ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୩୦ରୁ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ମ୍ୟାଚ ନେଭମ୍ବର ୬ରେ ଖେଳାଯିବ।

ଇଂଲଣ୍ଡ ବିପକ୍ଷରେ ଆହତ ହେବା କାରଣରୁ ପନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଟେଷ୍ଟ ସିରିଜରୁ ବାଦ ପଡ଼ିଥିଲେ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଧଳା ବଲ ସିରିଜ ପାଇଁ ମଧ୍ୟ ତାଙ୍କୁ ଚୟନ କରାଯାଇ ନଥିଲେ। 

ଏବେ ସେ ଆହତ ସମସ୍ୟାରୁ ମୁକୁଳିବାରୁ ତାଙ୍କୁ ଭାରତୀୟ ଏ ଟିମର କ୍ୟାପ୍ଟେନ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ ନଭେମ୍ବର ୧୪ କୋଲକାତାରୁ ଆରମ୍ଭ ହେବ। ଏହାପୂର୍ବରୁ ବିସିସିଆଇ ପନ୍ତଙ୍କ ମ୍ୟାଚ୍‌ ଫିଟନେସ ଟେଷ୍ଟ କରିବା ପାଇଁ ତାଙ୍କୁ ଭାରତୀୟ ଏ ଦଳର କ୍ୟାପ୍ଟେନ କରିଛି। ଦକ୍ଷିଣ ଆଫ୍ରିକା ଏ ବିପକ୍ଷ ଦ୍ୱିତୀୟ ୪ ଦିନିଆ ମ୍ୟାଚ୍‌ରେ କେଏଲ ରାହୁଲ, ଧ୍ରୁବ ଜୁରେଲ ଓ ମହମ୍ମଦ ସିରାଜ ମଧ୍ୟ ନଜର ଆସିବେ।

ପ୍ରଥମ ୪ ଦିନିଆ ମ୍ୟାଚ୍‌ ପାଇଁ ଭାରତ ଏ ସ୍କ୍ୱାଡ: ଋଷଭ ପନ୍ତ(ଅଧିନାୟକ ଓ ୱିକେଟ କିପର), ଆୟୁଷ ମହାତ୍ରେ, ଏନ ଜଗଦୀଶନ(ୱିକେଟ କିପର), ସାଈ ସୁଦର୍ଶନ(ଉପ ଅଧିନାୟକ), ଦେବଦତ୍ତ ପାଡିକ୍କଲ, ରଜତ ପାଟିଦାର, ହର୍ଷ ଦୁବେ, ତନୁଶ କୋଟିଆନ, ମାନବ ସୁତାର, ଅଂଶୁଲ କମ୍ବୋଜି, ୟାଶ ଠାକୁର, ଆୟୁଷ ବଦୋନି ଓ ସାଂରଶ ଜୈନ। 

ଦ୍ୱିତୀୟ ୪ ଦିନିଆ ମ୍ୟାଚ୍‌ ପାଇଁ ଭାରତ ଏ ସ୍କ୍ୱାଡ: ଋଷଭ ପନ୍ତ(ଅଧିନାୟକ ଓ ୱିକେଟ କିପର), କେଏଲ ରାହୁଲ, ଧ୍ରୁବ ଜୁରେଲ, ସାଈ ସୁଦର୍ଶନ(ଉପ ଅଧିନାୟକ), ଦେବଦତ୍ତ ପାଡିକ୍କଲ, ଋତୁରାଜ ଗାଏକ୍ୱାଡ, ହର୍ଷ ଦୁବେ, ତନୁଶ କୋଟିଆନ, ମାନବ ସୁତାର, ଖଲୀଲ ଅହମଦ, ଗୁରନୁର ବ୍ରାର, ଅଭିମନ୍ୟୁ ଈଶ୍ୱରନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଆକାଶ ଦୀପ। 

Bcci Rishabh Pant Test Cricket