Advertisment

ଉଭୟ ଇନିଂସରେ ଶତକ ମାରି ଇତିହାସ ରଚିଲେ ପନ୍ତ

ଏହା ପନ୍ତଙ୍କ ଟେଷ୍ଟ କ୍ୟାରିୟରର ୮ମ ଶତକ। ପ୍ରଥମ ଇନିଂସରେ ସେ ଶତକ ହାସଲ କରି ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଭାଙ୍ଗିଥିଲେ। ଏବେ ସେ ଆଉ ଗୋଟିଏ ପାଦ ଆଗକୁ ଯାଇଛନ୍ତି।

Pant

Pant

Advertisment

ଭାରତୀୟ ଟିମର ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଇତିହାସ ରଚିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କ ବ୍ୟାଟରୁ ବାହାରିଛି ଟ୍ୱିନ ସେଞ୍ଚୁରୀ। ପ୍ରଥମ ଇନିଂସରେ ୧୩୪ ରନର ଇନିଂସ ଖେଳିଥିବା ପନ୍ତ ଦ୍ୱିତୀୟ ଇନିଂସରେ ମଧ୍ୟ କମାଲ କରିଛନ୍ତି। ସେ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଶତକ ହାସଲ କରିଛନ୍ତି।

Advertisment

ସେ ଶୋଏବ ବଶିରଙ୍କ ବଲରେ ୧ ରନ ନେଇ ଶତକ ପୂରଣ କରିବା ମାତ୍ରେ ଇତିହାସ ପୃଷ୍ଠାରେ ନିଜ ନାଁକୁ ଲେଖି ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ସେ ବଡ଼ ଶଟ ଖେଳିବାକୁ ଯାଇ ୧୧୮ ରନରେ ବଶିରଙ୍କ ବଲରେ ହିଁ ଆଉଟ ହୋଇଯାଇଛନ୍ତି।

ତେବେ ପନ୍ତ ବିଶ୍ୱର ଦ୍ୱିତୀୟ ୱିକେଟ କିପର ଭାବେ କୌଣସି ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତାଙ୍କ ପୂର୍ବରୁ ଜିମ୍ବାୱେର ଆଣ୍ଡି ପ୍ଲାୱର ଏପରି ବିରଳ ରେକର୍ଡ କରିଥିଲେ। ସେ ୨୦୦୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ହରାରେ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଥିଲେ। ସେବେଠାରୁ ଫ୍ଲାୱରଙ୍କ ସମକକ୍ଷ କୌଣସି ୱିକେଟ କିପର ହୋଇ ପାରି ନଥିଲେ। କିନ୍ତୁ ଲିଡ୍ସ ଟେଷ୍ଟରେ ପନ୍ତ ଏପରି କରି ଦେଖାଇଛନ୍ତି।

Advertisment

ଏହା ପନ୍ତଙ୍କ ଟେଷ୍ଟ କ୍ୟାରିୟରର ୮ମ ଶତକ। ପ୍ରଥମ ଇନିଂସରେ ସେ ଶତକ ହାସଲ କରି ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଭାଙ୍ଗିଥିଲେ। ଏବେ ସେ ଆଉ ଗୋଟିଏ ପାଦ ଆଗକୁ ଯାଇଛନ୍ତି।

ପ୍ରଥମ ଇନିଂସରେ ପନ୍ତ ଶତକ ମାରିବା କ୍ଷଣି ଭାରତ ପାଇଁ ସର୍ବାଧିକ ସେଞ୍ଚୁରୀ ହାସଲ କରିଥିବା ୱିକେଟ କିପର ବନି ଯାଇଥିଲେ। ପୂର୍ବରୁ ଏହି ତାଲିକାର ୧ନଂ ସ୍ଥାନରେ ମହେନ୍ଦ୍ର ସିଂହ ଧୋନି ରହିଥିଲେ। ଧୋନି ତାଙ୍କର ୯୦ଟି ଟେଷ୍ଟ ମ୍ୟାଚ୍‌ରେ ୬ଟି ଶତକ ହାସଲ କରିଥିଲେ। କିନ୍ତୁ ପନ୍ତ ନିଜର ୪୪ତମ ମ୍ୟାଚରେ ୭ମ ଶତକ ହାସଲ କରିଥିଲେ। ଏବେ ସେହି ୪୪ତମ ମ୍ୟାଚ୍‌ରେ ସେ ୮ମ ଶତକ ମଧ୍ୟ ହାସଲ କରିଛନ୍ତି।

ସେହିପରି ୱିକେଟ କିପର ଭାବେ ପୂରା ବିଶ୍ୱରେ ସର୍ବାଧିକ ଶତକ ହାସଲ କରିଥିବା କ୍ରିକେଟରଙ୍କ ତାଲିକାର ଯୁଗ୍ମ ଭାବେ ତୃତୀୟ ସ୍ଥାନକୁ ଉଠିଛନ୍ତି ପନ୍ତ। ପ୍ରଥମ ଇନିଂସରେ ୭ମ ଶତକ ହାସଲ କରିଥିବା ପନ୍ତ କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରା, ଏବି ଡିଭିଲିୟର୍ସ ଓ ବିଜେ ୱାଟଲିଙ୍ଗଙ୍କ ସମକକ୍ଷ ହୋଇଥିଲା। ଏବେ ସେ ଲେସ ଆମ୍ସ(୮)ଙ୍କ ସମକକ୍ଷ ହୋଇଯାଇଛନ୍ତି। ଏହି ତାଲିକାର ଆଡାମ ଗିଲଖ୍ରୀଷ୍ଟ ୧୭ଟି ଶତକ ସହ ୧ନଂ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଆଣ୍ଡୀ ଫ୍ଲାୱର(୧୨) ଅଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ତରେ ଏହା ପନ୍ତଙ୍କ ୪ର୍ଥ ଟେଷ୍ଟ ଶତକ। ସେ ପ୍ରଥମ ବିଦେଶୀ ୱିକେଟ କିପର ଭାବେ ଭାବେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଶତକ ହାସଲ କରିବା ପରେ ପନ୍ତ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଶେଷରେ ଭାରତର ସ୍କୋର ୨୮୭ ଥିବା ବେଳେ ପନ୍ତ ବ୍ୟକ୍ତିଗତ ଭାବେ ୧୧୮ ରନ କରି ଆଉଟ ହୋଇଛନ୍ତି। ସେ ତାଙ୍କ ଇନିଂସରେ ୧୫ଟି ଚୌକା ଓ ୪ଟି ଛକା ମାରିଛନ୍ତି।

Rishabh Pant India Vs England Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe