Advertisment

ସେହ୍ୱାଗଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ପନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଋଷଭ ପନ୍ତ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ପନ୍ତ ଆଇପିଏଲରେ ଦିଲ୍ଲୀ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍। ଏହି ମାମଲାରେ ସେ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଶାରଜାରେ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଖେଳାଯାଇଥିବା ମ୍ୟାଚରେ ପନ୍ତ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୨୦୧୬ରେ ଦିଲ୍ଲୀ ଫ୍ରାଞ୍ଚାଇଜି ପକ୍ଷରୁ ଡେବ୍ୟୁ କରିଥିବା ପନ୍ତ ୭୯ ମ୍ୟାଚ୍ ଖେଳି ୨୩୯୦ ରନ୍ […]

ସେହ୍ୱାଗଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ପନ୍ତ

rishabh-pant

Advertisment

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଋଷଭ ପନ୍ତ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ପନ୍ତ ଆଇପିଏଲରେ ଦିଲ୍ଲୀ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍। ଏହି ମାମଲାରେ ସେ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଶାରଜାରେ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଖେଳାଯାଇଥିବା ମ୍ୟାଚରେ ପନ୍ତ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

Advertisment

୨୦୧୬ରେ ଦିଲ୍ଲୀ ଫ୍ରାଞ୍ଚାଇଜି ପକ୍ଷରୁ ଡେବ୍ୟୁ କରିଥିବା ପନ୍ତ ୭୯ ମ୍ୟାଚ୍ ଖେଳି ୨୩୯୦ ରନ୍ କରିଛନ୍ତି। ସେ ୩୫.୯୬ ହାରରେ ୧୪୮.୩୫ ଷ୍ଟ୍ରାଇକରେଟ୍ ସହ ଏହି ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ୍ ଅଛି।

ସେହିପରି ବୀରେନ୍ଦ୍ର ସେହ୍ୱାଗ ଦିଲ୍ଲୀ ପକ୍ଷରୁ ୨୩୮୨ ରନ୍ କରିଛନ୍ତି। ଏଥିରେ ଆଇପିଏଲ୍ ଓ ଚାମ୍ପିୟନ୍ସ ଲିଗ୍ ସାମିଲ ଅଛି। ସେହ୍ୱାଗ କେବଳ ଆଇପିଏଲରେ ୭୯ ମ୍ୟାଚ୍ ଖେଳି ୨୯ ହାରରେ ୨୧୭୪ ରନ୍ କରିଛନ୍ତି। ସେହ୍ୱାଗ ଗୋଟିଏ ଶତକ ଓ ୧୫ ଅର୍ଦ୍ଧଶତକ ମାରିଛନ୍ତି। ଏହାଛଡ଼ା ସେ ଚାମ୍ପିୟନ୍ସ ଲିଗରେ ୭ ମ୍ୟାଚ୍ ଖେଳି ୩୫ ହାରରେ ୨୦୮ ରନ୍ କରିଛନ୍ତି। ହେଲେ ୨୦୧୪ ପରେ ଚାମ୍ପିୟନ୍ସ ଲିଗ୍ ଖେଳାଯାଇନାହିଁ।

Advertisment

ଆଇପିଏଲ୍ ଇତିହାସରେ ଦିଲ୍ଲୀ ପକ୍ଷରୁ କେବଳ ତିନି ଜଣ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ୨ହଜାରରୁ ଅଧିକ ରନ୍ କରିଛନ୍ତି। ଏଥିରେ ଋଷଭ ପନ୍ତ ଓ ବୀରେନ୍ଦ୍ର ସେହ୍ୱାଗଙ୍କ ବ୍ୟତୀତ ଶ୍ରେୟସ ଆୟର୍ ମଧ୍ୟ ସାମିଲ ଅଛନ୍ତି। ଆୟର୍ ଏପର୍ଯ୍ୟନ୍ତ ୮୨ ମ୍ୟାଚ୍ ଖେଳି ୩୨ ହାରରେ ୨୨୯୧ ରନ୍ କରିଛନ୍ତି। ସେ ଦିଲ୍ଲୀ ପକ୍ଷରୁ ୧୬ ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe