Advertisment

ଛକା ମାରି ଶତକ ହାସଲ କଲେ, ଧୋନି ରେକର୍ଡ ଭାଙ୍ଗିଲେ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ପନ୍ତଙ୍କ ବ୍ୟାଟରୁ ରେକର୍ଡ ଶତକ ବାହାରିଛି। ପ୍ରଥମ ଦିନରେ ପନ୍ତ ଅପରାଜିତ ୬୫ ରନ କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Pant

Pant

ଯଶସ୍ୱୀ ଜୈସୱାଲ ଓ ଶୁବମନ ଗିଲଙ୍କ ପରେ ଭାରତର ତୃତୀୟ ବ୍ୟାଟର ଭାବେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଶତକ ହାସଲ କରିଛନ୍ତି ଋଷଭ ପନ୍ତ। ଆଜି ସେ ଛକା ମାରି ଲିଡ୍ସରେ ନିଜର ଶତକ ପୂରଣ କରିବା ସହ ଭେଟରାନ ୱିକେଟ କିପର ବ୍ୟାଟର ମହେନ୍ଦ୍ର ସିଂହ ଧୋନିଙ୍କ ୧୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ଏଥିସହ ୱିକେଟ କିପର ଭାବେ ଭାରତ ପାଇଁ ସର୍ବାଧିକ ଶତକ ହାସଲ କରିବାର ରେକର୍ଡର ଅଧିକାରୀ ମଧ୍ୟ ହୋଇପାରିଛନ୍ତି।

Advertisment

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ପନ୍ତଙ୍କ ବ୍ୟାଟରୁ ରେକର୍ଡ ଶତକ ବାହାରିଛି। ପ୍ରଥମ ଦିନରେ ପନ୍ତ ଅପରାଜିତ ୬୫ ରନ କରିଥିଲେ। ଆଜି ଆରମ୍ଭରୁ ସେ ଆଟାକିଂ ଶଟ ଖେଳି ବ୍ରେଣ୍ଡନ କାର୍ସେଙ୍କୁ ୨ଟି ଚୌକା ମାରିଥିଲେ। ଏହାପରେ ଶୋଏବ ବଶିରଙ୍କୁ ଗୋଟି ଚୌକା ଓ ଛକା ମାରି ନିଜ ସ୍କୋରକୁ ୯୦ରେ ପହଞ୍ଚାଇ ଦେଇଥିଲେ।

ଶେଷରେ ସେହି ବଶିରଙ୍କୁ ଡିପ ମିଡୱିକେଟ ଅଞ୍ଚଳରେ ଛକା ମାରି ଶତକ ପୂରଣ କରିଥିଲେ। ଶତକ ପରେ ତାଙ୍କର ସେଲିବ୍ରେସନ ବେଶ ନିଆରା ଥିଲା। ସେ ବ୍ୟାକ ପ୍ଲିପ କରି ଶତକର ଖୁସି ଜାହିର କରିଥିଲେ ପନ୍ତ।

Advertisment

ପନ୍ତ ଶତକ ମାରିବା କ୍ଷଣି ଭାରତ ପାଇଁ ସର୍ବାଧିକ ସେଞ୍ଚୁରୀ ହାସଲ କରିଥିବା ୱିକେଟ କିପର ବନି ଯାଇଛନ୍ତି। ପୂର୍ବରୁ ଏହି ତାଲିକାର ୧ନଂ ସ୍ଥାନରେ ମହେନ୍ଦ୍ର ସିଂହ ଧୋନି ରହିଥିଲେ। ଧୋନି ତାଙ୍କର ୯୦ଟି ଟେଷ୍ଟ ମ୍ୟାଚ୍‌ରେ ୬ଟି ଶତକ ହାସଲ କରିଥିଲେ। କିନ୍ତୁ ପନ୍ତ ନିଜର ୪୪ତମ ମ୍ୟାଚରେ ୭ମ ଶତକ ହାସଲ କରିଛନ୍ତି।

ସେହିପରି ୱିକେଟ କିପର ଭାବେ ପୂରା ବିଶ୍ୱରେ ସର୍ବାଧିକ ଶତକ ହାସଲ କରିଥିବା କ୍ରିକେଟରଙ୍କ ତାଲିକାର ୪ର୍ଥ ସ୍ଥାନକୁ ଉଠିଛନ୍ତି ପନ୍ତ। ଏଥିସହ କୁମାର ସାଙ୍ଗାକାରା, ଏବି ଡିଭିଲିୟର୍ସ ଓ ବିଜେ ୱାଟଲିଙ୍ଗଙ୍କ ସମକକ୍ଷ ହୋଇଛନ୍ତି। ଏହି ତାଲିକାର ୧ନଂ ସ୍ଥାନରେ ଆଡାମ ଗିଲଖ୍ରୀଷ୍ଟ ୧୭ଟି ଶତକ ସହ ୧ନଂ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଆଣ୍ଡୀ ଫ୍ଲାୱର(୧୨) ଓ ଲେସ ଆମ୍ସ(୮) ରହିଛନ୍ତି।

ଅନ୍ୟପକ୍ଷରେ ଇଂଲଣ୍ତରେ ଏହା ପନ୍ତଙ୍କ ତୃତୀୟ ଟେଷ୍ଟ ଶତକ। ସେ ପ୍ରଥମ ବିଦେଶୀ ୱିକେଟ କିପର ଭାବେ ଭାବେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ଶତକ ହାସଲ କରିବା ପରେ ପନ୍ତ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଶେଷରେ ଭାରତର ସ୍କୋର ୪୫୩ ଥିବା ବେଳେ ସେ ବ୍ୟକ୍ତିଗତ ୧୩୪ ରନ କରି ଆଉଟ ହୋଇଛନ୍ତି। ପନ୍ତ ଏହି ଇନିଂସରେ ୧୨ଟି ଚୌକା ଓ ୬ଟି ଛକା ମାରିଛନ୍ତି। ତାଙ୍କ ୱିକେଟ ଜଶ ଟଙ୍ଗଙ୍କୁ ମିଳିଛି। 

Rishabh Pant India Vs England Test Cricket