Advertisment

ପନ୍ତ ଇଜ୍‌ ବ୍ୟାକ! ଶତକ ମାରି ଧୋନିଙ୍କ ସମକକ୍ଷ ହେଲେ

ଶତକ ହାସଲ କରିବା ପରେ ପନ୍ତ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଛନ୍ତି।

author-image
Hemant Lenka
Pant

Pant

ଋଷଭ ପନ୍ତ ଇଜ ବ୍ୟାକ। ଖାଲି କମବ୍ୟାକ କରି ନାହାନ୍ତି ବରଂ ନିଜ ଯାଦୁ ମଧ୍ୟ ଦେଖାଇଛନ୍ତି। କାର ଦୁର୍ଘଟଣା ଯୋଗୁ କ୍ରିକେଟରୁ ଦୂରେଇ ରହିଥିବା ପନ୍ତ ପ୍ରାୟ ୨ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଛନ୍ତି। ସେ ବାଂଲାଦେଶ ବିପକ୍ଷରେ ନିଜର କମବ୍ୟାକ ଟେଷ୍ଟ ଖେଳୁଥିବା ବେଳେ ଦ୍ୱିତୀୟ ଇନିଂସରେ ମାରିଛନ୍ତି ଦମଦାର ଶତକ।

Advertisment

ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୬ଷ୍ଠ ଶତକ। ଏହି ଶତକ ହାସଲ କରିବା ପରେ ପନ୍ତ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଛନ୍ତି। ଧୋନି ମଧ୍ୟ ଭାରତର ୱିକେଟ ରକ୍ଷକ ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୬ଟି ଶତକ ମାରିଥିଲେ। ଆଜି ପନ୍ତ ମଧ୍ୟ ଶତକ ମାରି ତାଙ୍କ ସମକକ୍ଷ ହୋଇପାରିଛନ୍ତି।

ତେବେ ଧୋନି ୯୦ଟି ଟେଷ୍ଟ ମ୍ୟାଚ୍‌ର ୧୪୪ଟି ଇନିଂସରେ ଏପରି କୀର୍ତ୍ତିମାନ ହାସଲ କରିଥିବା ବେଳେ ପନ୍ତ କେବଳ ୩୪ଟି ମ୍ୟାଚର ୫୮ଟି ଇନିଂସରେ ତାଙ୍କ ସମକକ୍ଷ ହୋଇଯାଇଛନ୍ତି।

Advertisment

ପନ୍ତଙ୍କ କମବ୍ୟାକ କଥା ଦେଖିଥିଲେ, ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୩୪ ରନରେ ୩ ୱିକେଟ ହରାଇଥିଲା। ଏତିକି ବେଳେ ପନ୍ତ ଓ ଯଶସ୍ୱୀ ଦମଦାମର ପ୍ରଦର୍ଶନ କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୬୨ ରନପ ଯୋଡ଼ିଥିଲେ। ପ୍ରଥମ ଦିନର ଲଞ୍ଚ ପରେ ପନ୍ତ ବଡ଼ ଶଟ ଖେଳିବାକୁ ଯାଇ ୩୯ ରନରେ ଆଉଟ ହୋଇଯାଇଥିଲେ।

ଦ୍ୱିତୀୟ ଇନିଂସରେ ଭାରତର ସ୍କୋର ୮୩/୩ ଥିବା ବେଳେ ପନ୍ତ ବ୍ୟାଟିଂ କରିବାକୁ ଆସିଥିଲେ। ଏଥର ତାଙ୍କ ସହ କ୍ରିଜରେ ଶୁବମନ ଗିଲ ରହିଥିଲେ। ଉଭୟ ନିଜ ନିଜର ଦମ ଦେଖାଇବା ସହ ଶତକ ମଧ୍ୟ ହାସଲ କରିଥିଲେ।

ପନ୍ତ ୧୨୪ ବଲରେ ଶତକ ହାସଲ କରିବା ପରେ ଗିୟର ବଦଳାଇଥିଲେ। କିନ୍ତୁ ସେ ଆଉ ୯ ରନ କରିବା ପରେ ଆଉଟ ହୋଇଯାଇଥିଲେ। ତେବେ କମବ୍ୟାକ ମ୍ୟାଚ୍‌ରେ ସେ ଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।

ଏବେ ସେ ୱିକେଟ କିପର ଭାବେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଶତକ ହାସଲକାରୀ ଖେଳାଳି ହୋଇଛନ୍ତି। ଅବଶ୍ୟ ଧୋନି ଏବେ ଯୁଗ୍ମ ଭାବେ ଏହି ସ୍ଥାନରେ ରହିଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ରିଦ୍ଧିମାନ ସାହା ମଧ୍ୟ ୫୪ଟି ଇନିଂସରେ ଭାରତ ପାଇଁ ଟେଷ୍ଟରେ ୩ଟି ଶତକ ମାରିଛନ୍ତି।

Rishabh Pant Test Cricket Test Match