Advertisment

ଋଷଭ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା

ରବିବାର ଚେନ୍ନାଇ ସୁପର କିଙ୍ଗସକୁ ୨୦ ରନ୍‌ରେ ହରାଇଥିଲା ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସ।

Rishabh Pant

Rishabh Pant

Advertisment

ଦିଲ୍ଲୀ କ୍ୟାପିଟାଲ୍‌ସ ଅଧିନାୟକ ଋଷଭ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ପଡ଼ିଛି। ରବିବାର (ମାର୍ଚ୍ଚ ୩୧) ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ଧିମା ଓଭର (ସ୍ଲୋ ଓଭର) ରେଟ୍ ଯୋଗୁ ତାଙ୍କ ଉପରେ ଏହି ଜୋରିମାନା ହୋଇଛି। ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମନ ଗିଲ୍‌ଙ୍କ ପରେ ପନ୍ତ ହେଉଛନ୍ତି ଦ୍ୱିତୀୟ ଅଧିନାୟକ ଯାହାଙ୍କ ଉପରେ ଧିମା ଓଭର ରେଟ୍ ଯୋଗୁ ଜୋରିମାନା ହୋଇଛି। 

Advertisment

ରୋଚକ କଥା ହେଉଛି, ଶୁବମନ ଗିଲ୍‌ଙ୍କୁ ମଧ୍ୟ ଚେନ୍ନାଇ ସୁପର କିଙ୍କସ ବିପକ୍ଷ ମ୍ୟାଚ୍ ବେଳେ ଧିମା ଓଭର ଯୋଗୁ ଜୋରିମାନା କରାଯାଇଥିଲା। ପନ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଆଉ ଦୁଇଟି ଭୁଲ୍ ହେଲେ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ନିଲମ୍ବିତ ହେବାକୁ ପଡ଼ିପାରେ। ଯେହେତୁ ଏହା ତାଙ୍କର ପ୍ରଥମ ଭୁଲ ଥିଲା, ତେଣୁ ଦିଲ୍ଲୀ କ୍ୟାପିଟାଲ୍‌ସ ଅନ୍ୟ ଖେଳାଳିଙ୍କ ଉପରେ ଜୋରିମାନା ହୋଇନାହିଁ।   

ଗତକାଲି ଚେନ୍ନାଇକୁ ୨୦ ରନ୍‌ରେ ପରାସ୍ତ କରିଥିଲା ଦିଲ୍ଲୀ କ୍ୟାପିଟାଲ୍‌ସ। ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୯୧ ରନ୍ କରିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ୬ ୱିକେଟ ହରାଇ ୧୭୧ ରନ୍ କରିଥିଲା। ଋଷଭ ପନ୍ତ ୩୨ଟି ବଲ୍‌ରୁ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୫୧ ରନ୍ କରିଥିଲେ। 

Advertisment
Rishabh Pant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe