Advertisment

ମ୍ୟାଚ୍‌ ପରେ ଋଷଭ ପନ୍ତଙ୍କ ଉପରେ ପୁଣି ଲାଗିଲା ଫାଇନ୍‌

ରବିବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ପନ୍ତ ସମାନ କାରଣ ପାଇଁ ଜୋରିମାନା ଦେଇଥିଲେ।

Rishabh Pant

Rishabh Pant

Advertisment

ଆଇପିଏଲ ପ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତଙ୍କୁ ଡବଲ ଝଟକା ଲାଗିଛି। ପ୍ରଥମେ ଦଳ କୋଲକାତା ନାଇଟ ରାଇଡର୍ସ ଠାରୁ ବିଶାଳ ୧୦୬ରେ ପରାସ୍ତ ହୋଇଥିଲା। ମ୍ୟାଚ୍‌ ହାରିବା ପରେ ଧିମା ଓଭର ରେଟ୍‌ ପାଇଁ ପନ୍ତଙ୍କ ଉପରେ ଲାଗିଛି ଫାଇନ।

Advertisment

ରବିବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ପନ୍ତ ସମାନ କାରଣ ପାଇଁ ଜୋରିମାନା ଦେଇଥିଲେ। ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗିଥିଲା। ହେଲେ କେକେଆର ବିପକ୍ଷ ମ୍ୟାଚ୍‌ରେ ଧିମା ବୋଲିଂ ପାଇଁ ତାଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଇଛି। କେବଳ ପନ୍ତ ନୁହନ୍ତି, ଦଳର ଇମ୍ପାକ୍ଟ ଖେଳାଳିଙ୍କ ସମେତ ଚୂଡ଼ାନ୍ତ ଏକାଦଶରେ ଥିବା ଖେଳାଳିଙ୍କ ମ୍ୟାଚ୍‌ ଫି’ ମଧ୍ୟ କାଟ କରାଯାଇଛି।

ବିସିସିଆଇ ଗୋଟିଏ ବିବୃତିରେ କହିଛି ଯେ ଧିମା ଓଭର ରେଟ୍‌ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଓ ପୂରା ଟିମ ଉପରେ ଜୋରିମାନା ଲାଗୁ କରାଯାଇଛି।

Advertisment

ଦଳ ଦ୍ୱିତୀୟ ଥର ପାଇଁ ଧିମା ଓଭର ରେଟ୍‌ର ସମ୍ମୁଖୀନ ହୋଇଛି। ତେଣୁ ପନ୍ତଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଫାଇନ ଲାଗିଛି। ସେହିପରି ଇମ୍ପାକ୍ଟ ଖେଳାଳିଙ୍କ ସମେତ ଚୂଡ଼ାନ୍ତ ଏକାଦଶରେ ଥିବା ଖେଳାଳିଙ୍କ ମ୍ୟାଚ୍‌ର ୨୫% କିମ୍ବା ୬ ଲକ୍ଷ ଟଙ୍କା କାଟ କରାଯିବ।

ମ୍ୟାଚ୍‌ କଥା ବିଚାରକୁ ନେଲେ କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୭୨ ରନ କରିଥିଲା। ଏହା ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବୋଚ୍ଚ ଦଳଗତ ସ୍କୋର। ୨୭୩ ରନର ପିଛା କରୁଥିବା ଦିଲ୍ଲୀ ପାଇଁ ପନ୍ତ ଓ ତ୍ରିଷ୍ଟାନ ଷ୍ଟବ୍ସ ଲଢ଼େଇ କରିଥିଲେ ହେଁ କେବଳ ୧୬୬ ରନ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଆଇପିଏଲରେ ଏହା ଦିଲ୍ଲୀର ତୃତୀୟ ପରାଜୟ।

IPL Rishabh Pant KKR KKR Vs DC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe