Advertisment

କିପିଂ ଗ୍ଲୋଭସରେ ଟେପ୍ ଲଗାଇଥିଲେ ପନ୍ତ, ଆଉ ତା’ ପରେ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଡିଂଲରେ ଚାଲିଥିବା ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସ ଭାରତୀୟ ଟିମର ବୋଲର ନାକେଦମ ହୋଇଥିଲେ। କ୍ୟାପଟେନ୍ ଜୋ ରୁଟଙ୍କ ଶତକ ବଳରେ ଇଂଲଣ୍ଡ ବିଶାଳ ସ୍କୋର ଛିଡ଼ା କରିଛି। ତେବେ ଦ୍ୱିତୀୟ ଦିବସରେ ୱିକେଟ୍ କିପର ଋଷଭ ପନ୍ତ ଏକ ବିବାଦରେ ଫସି ଯାଇଛନ୍ତି। ଦ୍ୱିତୀୟ ସେସନର ଶେଷ ବଲରେ ସେ ଡାୱିଡ୍ ମଲାନଙ୍କ କ୍ୟାଚ୍ ଧରିଥିଲେ। ତୃତୀୟ ସେସନର ପ୍ରଥମ ବଲ ପଡ଼ିବା ପୂର୍ବରୁ ଅମ୍ପାୟାର ପନ୍ତଙ୍କୁ ତାଙ୍କର […]

କିପିଂ ଗ୍ଲୋଭସରେ ଟେପ୍ ଲଗାଇଥିଲେ ପନ୍ତ, ଆଉ ତା’ ପରେ

gloves

Advertisment

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଡିଂଲରେ ଚାଲିଥିବା ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସ ଭାରତୀୟ ଟିମର ବୋଲର ନାକେଦମ ହୋଇଥିଲେ। କ୍ୟାପଟେନ୍ ଜୋ ରୁଟଙ୍କ ଶତକ ବଳରେ ଇଂଲଣ୍ଡ ବିଶାଳ ସ୍କୋର ଛିଡ଼ା କରିଛି। ତେବେ ଦ୍ୱିତୀୟ ଦିବସରେ ୱିକେଟ୍ କିପର ଋଷଭ ପନ୍ତ ଏକ ବିବାଦରେ ଫସି ଯାଇଛନ୍ତି। ଦ୍ୱିତୀୟ ସେସନର ଶେଷ ବଲରେ ସେ ଡାୱିଡ୍ ମଲାନଙ୍କ କ୍ୟାଚ୍ ଧରିଥିଲେ।

Advertisment

ତୃତୀୟ ସେସନର ପ୍ରଥମ ବଲ ପଡ଼ିବା ପୂର୍ବରୁ ଅମ୍ପାୟାର ପନ୍ତଙ୍କୁ ତାଙ୍କର ଗ୍ଲୋଭସରେ ଲାଗିଥିବ ଟେପ୍ ହଟାଇବାକୁ କହିଥିଲେ। ଏହି ଟେପ୍ ଚତୁର୍ଥ ଓ ପଞ୍ଚମ ଅଙ୍ଗୁଳିକୁ ଯୋଡ଼ି ରଖିଥିଲା। କ୍ରିକେଟର ନିୟମ ୨୭.୨.୧ ଅନୁସାରେ ଟେପ୍ କେବଳ ବିଶି ଓ ବୁଢ଼ା ଅଙ୍ଗୁଳିରେ ମଝିରେ ଲଗାଯାଇପାରିବ। ଆଇନ୍ ଅନୁସାରେ, ନିୟମ ୨୭.୧ ଅନୁଯାୟୀ, ୱିକେଟର ଗ୍ଲୋଭସରେ ବିଶି ଅଙ୍ଗୁଳି ଏବଂ ବୁ‍ଢ଼ା ଅଙ୍ଗୁଳି ଯୋଡ଼ିବା ବ୍ୟତୀତ ଆଉ କିଛି ବନ୍ଧା ହୋଇପାରିବ ନାହିଁ।'

ଯେତେବେଳେ ପନ୍ତଙ୍କ ଗ୍ଲୋଭସରୁ ଟେପ୍ କଢ଼ା ଗଲା, ସେତେବେଳେ ନାସିର୍ ହୁସେନ୍ ଓ ଡେଭିଡ୍ ଲୟର କମେଣ୍ଟ୍ରୀ କରୁଥିଲେ। ଦୁହେଁ ମାମଲାକୁ ନେଇ ସ୍ପଷ୍ଟ କରିଥିଲେ। ହୁସେନ୍ କହିଥିଲେ, ୱେବିଙ୍ଗ୍ ସମ୍ବନ୍ଧରେ ଖେଳର ନିୟମରେ ବହୁତ କିଛି ରହିଛି। କିନ୍ତୁ ଆମେ ତୃତୀୟ ଅମ୍ପାୟାର ରିଚାର୍ଡ ଇଲିଙ୍ଗୱର୍ଥଙ୍କ ଠାରୁ ଶୁଣିଲୁ ଯେ ତାଙ୍କୁ (ପନ୍ତ) ଅନୁମତି ନଥିଲା ଏବଂ ପନ୍ତଙ୍କୁ ନିଜ ଗ୍ଲୋଭସରେ ଟେପ୍ ଲଗାଇବାର ଅନୁମତି ନାହିଁ। ଏଥିପାଇଁ ଅମ୍ପାୟାର ପନ୍ତଙ୍କୁ ଟେପ୍ ହଟାଇବାକୁ କହିଥିଲେ।

Advertisment

ସୂଚନାଯୋଗ୍ୟ, ଚଳିତ ଟେଷ୍ଟ ସିରିଜରେ ପନ୍ତ ବ୍ୟାଟରେ ନିରାଶ କରିଛନ୍ତି। ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ପନ୍ତ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଦ୍ୱିତୀୟ ଇନିଂସରେ ପନ୍ତ ବ୍ୟାଟ୍ ଦ୍ୱାରା ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe