Advertisment

ନିୟମ ଉଲ୍ଲଙ୍ଘନ କରିବାରୁ ଋଷଭ ପନ୍ତ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ

ପନ୍ତ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହୋଇଥିବାରୁ ଦିଲ୍ଲୀର ପରବର୍ତ୍ତୀ ମୁକାବିଲାରେ ସେ ନଜର ଆସିବେ ନାହିଁ।

author-image
Hemant Lenka
Pant

Pant

ପ୍ଲେଅଫକୁ ଯିବା ପାଇଁ ସଂଘର୍ଷ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା ଲାଗିଛି। ଦଳର ଅଧିନାୟକ ଋଷଭ ପନ୍ତ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ସେ ଆଇପିଏଲର ଆଚରଣ ବିଧିକୁ ବାରମ୍ବାର ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

Advertisment

ପନ୍ତ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହୋଇଥିବାରୁ ଦିଲ୍ଲୀର ପରବର୍ତ୍ତୀ ମୁକାବିଲାରେ ସେ ନଜର ଆସିବେ ନାହିଁ। ରବିବାର ଦିଲ୍ଲୀର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ ବିପକ୍ଷରେ ରହିଛି। ଦିଲ୍ଲୀ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ଥିବାରୁ ରବିବାର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହି ମ୍ୟାଚ୍‌ରେ ଦଳର ଅଧିନାୟକ ପନ୍ତ ନଜର ଆସିବେ ନାହିଁ।

ପ୍ରେସ ବିବୃତିରେ ବିସିସିଆଇ କହିଛି ଯେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କ ଉପରେ ଜୋରିମାନ ଲାଗୁ କରାଯାଇଛି ଓ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ନିଲମ୍ବନ କରାଯାଇଛି। ଆଇପିଏଲର ୫୬ତମ ମ୍ୟାଚ୍‌ରେ ପନ୍ତଙ୍କ ଦଲ୍ଲୀ ହୋମ ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିଥିଲା।

Advertisment

ଏହି ମ୍ୟାଚ୍‌ରେ ଦଳ ଧିମା ଓଭର ରେଟ ଅପରାଧ ଘଟାଇଥିଲା। ଏହା ଦଳର ତୃତୀୟ ଅପରାଧ। ତୃତୀୟ ଥର ପାଇଁ ଦଳ ଆଇପିଏଲ କୋଡ ଅଫ କଣ୍ଡକ୍ଟ ଉଲ୍ଲଙ୍ଘନ କରିଥିବାରୁ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି ଓ ତାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି।

ସେହିପରି ଦଳର ବାକି ୧୧ ଜଣ(ଇମ୍ପାକ୍ଟ ଖେଳାଳିଙ୍କୁ ମିଶାଇ) ଖେଳାଳିଙ୍କ ଉପରେ ୧୨ ଲକ୍ଷ ଟଙ୍କା କିମ୍ବା ସେମାନଙ୍କ ମ୍ୟାଚ୍‌ ଫି’ର ୫୦% ଜୋରିମାନା ଲାଗୁ ହୋଇଛି।

ଆଇପିଏଲ କୋଡ ଅଫ କଣ୍ଡକ୍ଟର ଧାରା ୮ ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ ରେଫରୀଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା। ଆବେଦନ ପରେ ପୂରା ମାମଲାକୁ ବିସିସିଆଇର Ombudsmanଙ୍କ ପାଖକୁ ପଠା ଯାଇଥିଲା। Ombudsman ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଣାଣି କରି ମ୍ୟାଚ୍‌ ରେଫରୀଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ବୋଲି ରିଲିଜରେ କୁହାଯାଇଛି।

IPL Rishabh Pant IPL 2024 Delhi Capitals