Advertisment

୪୩୭ ଦିନ ପରେ ଖେଳିଲେ, ନିର୍ଧୁମ୍ ଛେଚିଲେ

ପୁଣେ: ଟେଷ୍ଟ ଓ ଟି-୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଋଷଭ ପନ୍ତ ଦିନିକିଆରେ ମଧ୍ୟ ଧମାକା କରିଛନ୍ତି। ଦିଲ୍ଲୀର ଏହି ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଆହତ ଶ୍ରେୟସ ଆୟରଙ୍କ ସ୍ଥାନରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ପାଇଁ ଭାରତର ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଆଉ ପନ୍ତ ଏହି ସୁଯୋଗର ଭରପୂର ଫାଇଦା ଉଠାଇ ଖେଳିଛନ୍ତି ଧୂଆଁଧାର ଇନିଂସ୍। ପନ୍ତ ମାତ୍ର ୪୦ ବଲରେ ୭୭ ରନ୍ କରିଛନ୍ତି, ଯେଉଁଥିରେ ୩ ଚୌକା ଓ ୭ […]

ଅଦ୍ୟତନ ହୋଇଛି
୪୩୭ ଦିନ ପରେ ଖେଳିଲେ, ନିର୍ଧୁମ୍ ଛେଚିଲେ

Rishabh-Pant

Advertisment

ପୁଣେ: ଟେଷ୍ଟ ଓ ଟି-୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଋଷଭ ପନ୍ତ ଦିନିକିଆରେ ମଧ୍ୟ ଧମାକା କରିଛନ୍ତି। ଦିଲ୍ଲୀର ଏହି ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଆହତ ଶ୍ରେୟସ ଆୟରଙ୍କ ସ୍ଥାନରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ପାଇଁ ଭାରତର ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଆଉ ପନ୍ତ ଏହି ସୁଯୋଗର ଭରପୂର ଫାଇଦା ଉଠାଇ ଖେଳିଛନ୍ତି ଧୂଆଁଧାର ଇନିଂସ୍। ପନ୍ତ ମାତ୍ର ୪୦ ବଲରେ ୭୭ ରନ୍ କରିଛନ୍ତି, ଯେଉଁଥିରେ ୩ ଚୌକା ଓ ୭ ଛକା ସାମିଲ୍ ଅଛି।

Advertisment

ପନ୍ତ ବର୍ଷକ ପରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳିଛନ୍ତି। ଏହା ପୂର୍ବରୁ ପନ୍ତ ନିଜର ଶେଷ ଦିନିକିଆ ଜାନୁଆରୀ ୧୪, ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ଏହାର ୪୩୬ ଦିନ ପରେ ପନ୍ତଙ୍କର ଦିନିକିଆ କମବ୍ୟାକ୍ ହୋଇଛି। ପନ୍ତ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ମଧ୍ୟ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କୁ ସୀମିତ ଓଭର କ୍ରିକେଟ୍ ଖେଳିବାକୁ ସୁଯୋଗ ମିଳିନଥିଲା। ପନ୍ତଙ୍କ ସ୍ଥାନରେ ରାହୁଲ ୱିକେଟକିପିଂ ଦାୟିତ୍ୱ ତୁଲାଇଥିଲେ।

https://twitter.com/BCCI/status/1375422212987965440?s=20

ଗତବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ପନ୍ତଙ୍କୁ ଦିନିକିଆ ଓ ଟି-୨୦ ସ୍କ୍ୱାଡରୁ ଡ୍ରପ୍ କରାଯାଇଥିଲା। ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଚୟନକର୍ତ୍ତା ଟିମର ରଖିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ପନ୍ତ ମ୍ୟାଚ ବିଜୟୀ ଇନିଂସ୍ ଖେଳିଥିଲେ। ଏହା ପରେ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପନ୍ତ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଯାହା ପରେ ପନ୍ତଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଚୟନ କରାଯାଇଥିଲା। ଦିନିକିଆ ପାଇଁ ତାଙ୍କୁ ଚୟନ କରାଯାଇଥିଲେ ହେଁ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ବାହାରେ ବସିବାକୁ ପଡ଼ିଥିଲା।

Advertisment

କିନ୍ତୁ ଆୟରଙ୍କ ଆହତ ହେବା ପନ୍ତଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ପନ୍ତ ପ୍ରାୟ ୪୩୭ ପରେ ଦିନିକିଆ ମ୍ୟାଚ୍ ଖେଳି ପୁଣିଥରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ଆଜି ମ୍ୟାଚ୍ ପୂର୍ବରୁ ପନ୍ତ ଭାରତ ପକ୍ଷରୁ ୧୬ ଦିନିକିଆ ଖେଳି ୨୬.୭୧ ହାରରେ ଏବଂ ୧୦୩.୬ ଷ୍ଟ୍ରାଇକ୍ ରେଟ୍‌ରେ ୩୭୪ ରନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe