/odisha-reporter/media/post_attachments/uploadimage/library/16_9/16_9_0/Pant_1713004617.jpg)
Pant
ଆଇପିଏଲ ଇତିହାସର ବିରଳ ରେକର୍ଡ କ୍ଲବରେ ନିଜକୁ ସାମିଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ। କ୍ରମାଗତ ୨ଟି ପରାଜୟ ପରେ ଦିଲ୍ଲୀ ଶୁକ୍ରବାର ବିଜୟ ସ୍ୱାଦ ପାଇଛି। ଶୁକ୍ରବାର ମ୍ୟାଚ୍ରେ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୬ ୱିକେଟରେ ହରାଇ ଦେଇଛି। ଉକ୍ତ ମ୍ୟାଚ୍ରେ ପନ୍ତ ୨୪ ବଲରେ ୪୧ ରନର ଇନିଂସ ଖେଳିଥିଲେ।
ଏହି ଇନିଂସ ପରେ ପନ୍ତଙ୍କ ନାଁ ବିରଳ ରେକର୍ଡ କ୍ଲବରେ ସାମିଲ ହୋଇ ଯାଇଛି। ସେ ତୃତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଆଇପିଏଲରେ ୩ ହଜାର ରନ ପୂରଣ କରିଛନ୍ତି। ଶୁକ୍ରବାର ମ୍ୟାଚ୍ରେ ପନ୍ତ ୧୨ତମ ଓଭର ବୋଲିଂ କରୁଥିବା ମାର୍କସ ଷ୍ଟୋଇନିସଙ୍କ ଶେଷ ବଲରେ ଚୌକା ମାରିବା କ୍ଷଣି ଆଇପିଏଲ କ୍ୟାରିୟରରେ ୩ ହଜାର ରନ ପୂରଣ କରିଥିଲେ।
୨୬ ବର୍ଷ ଓ ୧୯୧ ଦିନ ବୟସରେ ପନ୍ତ ୩ ହଜାର ରନ ପୂରଣ କରିଛନ୍ତି। ତାଲିକାର ୧ନଂ ସ୍ଥାନରେ ଶୁବମନ ଗିଲ ଓ ଦ୍ୱିତୀୟ ସ୍ଥାନରେ ବିରାଟ କୋହଲି ଅଛନ୍ତି। ଗିଲ ୨୪ ବର୍ଷ ୨୧୫ ଦିନ ବୟସ, ବିରାଟ କୋହଲି ୨୬ ବର୍ଷ ୧୮୬ ଦିନ, ପନ୍ତ ୨୬ ବର୍ଷ ୧୯୧ ଦିନ, ସଞ୍ଜୁ ସମାସନ ୨୬ ବର୍ଷ ୩୨୦ ଦିନ ଓ ସୁରେଶ ରାଇନା ୨୭ ବର୍ଷ ୧୬୧ ଦିନ ବୟସରେ ଆଇପିଏଲରେ ୩ ହଜାର ରନ ହାସଲ କରିଥିଲା।
ଅନ୍ୟପକ୍ଷରେ ୩ ହଜାର ରନ ପୂରଣ କରିଥିବା ଟପ୍ ୨୫ ଜଣ ଖେଳାଳିଙ୍କ ଷ୍ଟ୍ରାଇକ ରେଟ ଦେଖିଲେ ପନ୍ତ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୪୮.୪। ପନ୍ତଙ୍କ ଉପରେ ଏବି ଡିଭିଲିୟର୍ସ(୧୫୧.୬୮) ଓ କ୍ରିସ ଗେଲ୍(୧୪୮.୬) ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
