Advertisment

ବିରଳ ରେକର୍ଡ କ୍ଲବରେ ଋଷଭ ପନ୍ତ

୨୬ ବର୍ଷ ଓ ୧୯୧ ଦିନ ବୟସରେ ପନ୍ତ ୩ ହଜାର ରନ ପୂରଣ କରିଛନ୍ତି। ତାଲିକାର ୧ନଂ ସ୍ଥାନରେ ଶୁବମନ ଗିଲ ଓ ଦ୍ୱିତୀୟ ସ୍ଥାନରେ ବିରାଟ କୋହଲି ଅଛନ୍ତି।

Pant

Pant

Advertisment

ଆଇପିଏଲ ଇତିହାସର ବିରଳ ରେକର୍ଡ କ୍ଲବରେ ନିଜକୁ ସାମିଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ। କ୍ରମାଗତ ୨ଟି ପରାଜୟ ପରେ ଦିଲ୍ଲୀ ଶୁକ୍ରବାର ବିଜୟ ସ୍ୱାଦ ପାଇଛି। ଶୁକ୍ରବାର ମ୍ୟାଚ୍‌ରେ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୬ ୱିକେଟରେ ହରାଇ ଦେଇଛି। ଉକ୍ତ ମ୍ୟାଚ୍‌ରେ ପନ୍ତ ୨୪ ବଲରେ ୪୧ ରନର ଇନିଂସ ଖେଳିଥିଲେ।

Advertisment

ଏହି ଇନିଂସ ପରେ ପନ୍ତଙ୍କ ନାଁ ବିରଳ ରେକର୍ଡ କ୍ଲବରେ ସାମିଲ ହୋଇ ଯାଇଛି। ସେ ତୃତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଆଇପିଏଲରେ ୩ ହଜାର ରନ ପୂରଣ କରିଛନ୍ତି। ଶୁକ୍ରବାର ମ୍ୟାଚ୍‌ରେ ପନ୍ତ ୧୨ତମ ଓଭର ବୋଲିଂ କରୁଥିବା ମାର୍କସ ଷ୍ଟୋଇନିସଙ୍କ ଶେଷ ବଲରେ ଚୌକା ମାରିବା କ୍ଷଣି ଆଇପିଏଲ କ୍ୟାରିୟରରେ ୩ ହଜାର ରନ ପୂରଣ କରିଥିଲେ।

୨୬ ବର୍ଷ ଓ ୧୯୧ ଦିନ ବୟସରେ ପନ୍ତ ୩ ହଜାର ରନ ପୂରଣ କରିଛନ୍ତି। ତାଲିକାର ୧ନଂ ସ୍ଥାନରେ ଶୁବମନ ଗିଲ ଓ ଦ୍ୱିତୀୟ ସ୍ଥାନରେ ବିରାଟ କୋହଲି ଅଛନ୍ତି। ଗିଲ ୨୪ ବର୍ଷ ୨୧୫ ଦିନ ବୟସ, ବିରାଟ କୋହଲି ୨୬ ବର୍ଷ ୧୮୬ ଦିନ, ପନ୍ତ ୨୬ ବର୍ଷ ୧୯୧ ଦିନ, ସଞ୍ଜୁ ସମାସନ ୨୬ ବର୍ଷ ୩୨୦ ଦିନ ଓ ସୁରେଶ ରାଇନା ୨୭ ବର୍ଷ ୧୬୧ ଦିନ ବୟସରେ ଆଇପିଏଲରେ ୩ ହଜାର ରନ ହାସଲ କରିଥିଲା।

Advertisment

ଅନ୍ୟପକ୍ଷରେ ୩ ହଜାର ରନ ପୂରଣ କରିଥିବା ଟପ୍‌ ୨୫ ଜଣ ଖେଳାଳିଙ୍କ ଷ୍ଟ୍ରାଇକ ରେଟ ଦେଖିଲେ ପନ୍ତ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୪୮.୪। ପନ୍ତଙ୍କ ଉପରେ ଏବି ଡିଭିଲିୟର୍ସ(୧୫୧.୬୮) ଓ କ୍ରିସ ଗେଲ୍‌(୧୪୮.୬) ରହିଛନ୍ତି।

IPL Rishabh Pant IPL 2024 Delhi Capitals
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe