Advertisment

ଧୋନିଙ୍କ ଚାଲ୍ ଆପଣାଇ ଚେନ୍ନାଇକୁ ଚିତ୍ କରିବାକୁ ଚାହାନ୍ତି ପନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କ୍ୟାପଟେନ୍ ଋଷଭ ପନ୍ତ ନିଜର ଏହି ଗୁରୁ ଦାୟିତ୍ୱ ବହନ କରିବାକୁ ପୂରା ପ୍ରସ୍ତୁତ। କ୍ୟାପଟେନ୍ ଭାବେ ପନ୍ତ ଆଇପିଏଲରେ ନିଜର ପ୍ରଥମ ମୁକାବିଲାରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସକୁ ଭେଟିବେ। ଆସନ୍ତା ୧୦ ତାରିଖରେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚକୁ ନେଇ ପନ୍ତ ବହୁତ ଉତ୍ସାହିତ ଅଛନ୍ତି। କାରଣ ପନ୍ତ ଯାହାଙ୍କୁ […]

ଧୋନିଙ୍କ ଚାଲ୍ ଆପଣାଇ ଚେନ୍ନାଇକୁ ଚିତ୍ କରିବାକୁ ଚାହାନ୍ତି ପନ୍ତ

Rishabh-pant-and-ms-Dhoni

Advertisment

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କ୍ୟାପଟେନ୍ ଋଷଭ ପନ୍ତ ନିଜର ଏହି ଗୁରୁ ଦାୟିତ୍ୱ ବହନ କରିବାକୁ ପୂରା ପ୍ରସ୍ତୁତ। କ୍ୟାପଟେନ୍ ଭାବେ ପନ୍ତ ଆଇପିଏଲରେ ନିଜର ପ୍ରଥମ ମୁକାବିଲାରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସକୁ ଭେଟିବେ। ଆସନ୍ତା ୧୦ ତାରିଖରେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ।

Advertisment

ଏହି ମ୍ୟାଚକୁ ନେଇ ପନ୍ତ ବହୁତ ଉତ୍ସାହିତ ଅଛନ୍ତି। କାରଣ ପନ୍ତ ଯାହାଙ୍କୁ ନିଜର ଆଦର୍ଶ ମାନନ୍ତି, ତାଙ୍କ ବିପକ୍ଷରେ ହିଁ  ସେ ପ୍ରଥମ ମ୍ୟାଚ୍ ଖେଳିବେ। ଏହି ମ୍ୟାଚକୁ ନେଇ ପନ୍ତ କହିଛନ୍ତି, କ୍ୟାପଟେନ୍ ଭାବେ ମୋର ପ୍ରଥମ ମ୍ୟାଚ୍ ମାହି ଭାଇଙ୍କ ବିପକ୍ଷରେ ହେବ। ଏହା ମୋ ପାଇଁ ଭଲ ଅଭିଜ୍ଞତା ହେବ, କାରଣ ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି। ଜଣେ ଖେଳାଳି ଭାବେ ମୋର କିଛି ଅଭିଜ୍ଞତା ମଧ୍ୟ ରହିଛି। ମୁଁ ନିଜର ଅଭିଜ୍ଞତା ଓ ମାହି ଭାଇଙ୍କଠାରୁ ମିଳିଥିବା ଟିପ୍‌ସକୁ ମ୍ୟାଚରେ ଆପଣାଇବି ଏବଂ ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷରେ କିଛି ଅଲଗା କରିବାକୁ ପ୍ରୟାସ କରିବି।

https://twitter.com/DelhiCapitals/status/1379344176207175680?s=20

ପନ୍ତ ଆହୁରି କହିଛନ୍ତି, ଆମେ ଏପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ଜିତିନାହୁଁ। ଗତ ଦୁଇ-ତିନି ବର୍ଷ ଆମେ ଭଲ ପ୍ରଦର୍ଶନ କରିଆସୁଛୁ ଏବଂ ଆମର ପ୍ରସ୍ତୁତି ମଧ୍ୟ ଭଲ ରହିଛି। ଟିମର ସବୁ ସଦସ୍ୟ ନୂଆ ଚିନ୍ତାଧାରା ସହ ଚଳିତ ସିଜନରେ ପାଦ ଥାପିଛନ୍ତି। ସମେସ୍ତ ୧୦୦ ପ୍ରତିଶତ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ। ଟିମର ବାତାବରଣ ଭଲ ରହିଛି ଏବଂ ଜଣେ କ୍ୟାପଟେନ୍ ଭାବେ ମୁଁ ଏହାହିଁ ଚାହିଁବି।

Advertisment

ସୂଚନାଯୋଗ୍ୟ, ଚଳିତ ବର୍ଷର ଆଇପିଏଲ୍ ପାଇଁ ଶ୍ରେୟସ ଆୟରଙ୍କ ସ୍ଥାନରେ ପନ୍ତଙ୍କୁ ଦିଲ୍ଲୀ ଟିମର କ୍ୟାପଟେନ୍ କରାଯାଇଛି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଫିଲ୍ଡିଂ କରୁଥିବା ଶ୍ରେୟସ ଆୟରଙ୍କ କାନ୍ଧରେ ଆଘାତ ଲାଗିଥିଲା। ଆଘାତ ପରେ ପୂରା ଇଂଲଣ୍ଡ ସିରିଜରୁ ବାଦ୍ ପଡ଼ିବା ସହ ଆଇପିଏଲର ୧୪ଶ ସଂସ୍କରଣରୁ ମଧ୍ୟ ଆଉଟ୍ ହୋଇଛନ୍ତି। ଏବେ ତାଙ୍କ ସ୍ଥାନରେ ପନ୍ତ ଟିମର ନେତୃତ୍ୱ ନେବେ। ପନ୍ତ ୬୮ ଆଇପିଏଲ୍ ମ୍ୟାଚ୍ ଖେଳି ୨୦୭୯ ରନ୍ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe