Advertisment

ଦୁର୍ଘଟଣା ପରେ ପ୍ରଥମଥର ବ୍ୟାଟିଂ କଲେ ଋଷଭ ପନ୍ତ, ଦେଖନ୍ତୁ ଭିଡିଓ

ଡିସେମ୍ବର ୩୦ରେ ପନ୍ତଙ୍କ କାର୍‌ ଦିଲ୍ଲୀ-ଡେରାଡୁନ ମଧ୍ୟରେ ଥିବା ଗୋଟିଏ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା।

Rishabh Pant

Rishabh Pant

Advertisment

ଗତବର୍ଷ ଡିସେମ୍ବର ମାସରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ନେଇ ବଡ଼ ଖବର ଆସିଛି। ଦୁର୍ଘଟଣା ପରେ ସେ ପ୍ରଥମଥର ପଡ଼ିଆରେ ଅଭ୍ୟାସ କରିବା ସହ ବ୍ୟାଟିଂ ମଧ୍ୟ କରିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି। ପନ୍ତ ଗୋଟିଏ ମ୍ୟାଚ୍‌ରେ ବ୍ୟାଟିଂ କରିବାର ଦୃଶ୍ୟ ଏଥିରେ ରହିଛି।

Advertisment

ଡିସେମ୍ବର ୩୦ରେ ପନ୍ତଙ୍କ କାର୍‌ ଦିଲ୍ଲୀ-ଡେରାଡୁନ ମଧ୍ୟରେ ଥିବା ଗୋଟିଏ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା। ତାଙ୍କ କାର୍‌ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ପନ୍ତ ଗୁରୁତର ଆହତ ହୋଇଥିଲା। ତାଙ୍କ ଆଣ୍ଠୁର ସର୍ଜରୀ ମଧ୍ୟ କରାଯାଇଥିଲା। ସେବେଠାରୁ ପନ୍ତ କ୍ରିକେଟରୁ ଦୂରେଇ ସହ ଧୀରେଧୀରେ ସୁସ୍ଥ ହେବାକୁ ଚେଷ୍ଟା କରିଥିଲେ।

ଏବେ ସେ ପଡ଼ିଆକୁ ଓହ୍ଲାଇବା ସହ ବ୍ୟାଟିଂ କରିଥିବାରୁ ଫ୍ୟାନ୍ସ ଉତ୍ସାହିତ ହୋଇପଡ଼ିଛନ୍ତି। ସ୍ୱାଧୀନତା ଦିବସ ପାଇଁ ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

Advertisment

ଦିଲ୍ଲୀ କ୍ୟାପିଟାଲ୍ସର କୋ ୱନର ପାର୍ଥ ଜିନ୍ଦଲଙ୍କ ଜେଏସଡବ୍ଲ୍ୟୁ ପକ୍ଷରୁ ଏହି ମ୍ୟାଚ୍‌କୁ ଆୟୋଜନ କରାଯାଇଥିଲା। ଏହି ମ୍ୟାଚ୍‌ରେ ପନ୍ତ ବ୍ୟାଟିଂ କରିବା ସହ ବଡ଼ବଡ଼ ଶଟ ମଧ୍ୟ ମାରିଛନ୍ତି। ପନ୍ତ ବ୍ୟାଟିଂ କରୁଥିବା ବେଳେ ସେଠାରେ ଉପସ୍ଥିତ ଲୋକମାନେ କରତାଳି ମାରି ତାଙ୍କୁ ସ୍ୱାଗତ କରିଛନ୍ତି। 

ବର୍ତ୍ତମାନ ପନ୍ତ ଏନଏସଏରେ ଆହତ ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ସେ ବେଙ୍ଗାଲୁରୁ ନିକଟରେ ଥିବା ଗୋଟିଏ ପଡ଼ିଆରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe