Advertisment

ଆଇସିସି ରାଙ୍କିଙ୍ଗ: ଟପ୍‌ ୧୦କୁ ଫେରିଲେ ପନ୍ତ, ଖସିଲେ ରୋହିତ ଓ ବିରାଟ

ଟେଷ୍ଟ ବୋଲିଂ ରାଙ୍କିଙ୍ଗ କଥା ବିଚାରକୁ ନେଲେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି। କିନ୍ତୁ ୨ ନଂ ସ୍ଥାନକୁ ଲମ୍ଫ ମାରିଛନ୍ତି ଯଶପ୍ରୀତ ବୁମ୍ରା।

Pant

Pant

Advertisment

ଦୀର୍ଘ ୨ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ଟିମ ଇଣ୍ଡିଆର ୱିକେଟ କିପର ଋଷଭ ପନ୍ତ କମାଲ କରିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଶତକ ମାରିବା ପରେ ଏହା ତାଙ୍କୁ ଆଇସିସି ରାଙ୍କିଙ୍ଗରେ ଫାଇଦା ଦେଇଛି।

Advertisment

କାର ଦୁର୍ଘଟଣା ପୂର୍ବରୁ ପନ୍ତ ରାଙ୍କିଙ୍ଗର ଟପ୍ ୧୦ରେ ଥିଲେ। ସେ ୨ ବର୍ଷ ପରେ ସୁସ୍ଥ ହୋଇ ପଡ଼ିଆକୁ ଫେରିବା କ୍ଷଣି ପୁଣି ବ୍ୟାଟିଂ ରାଙ୍କିଙ୍ଗର ଟପ ୧୦ରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ପନ୍ତ ରାଙ୍କିଙ୍ଗର ୬ଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତେବେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ରାଙ୍କିଙ୍ଗରେ ଅବନତୀ ହୋଇଛି।

ଆଜି ଆଇସିସି ପକ୍ଷରୁ ଜାରି ତାଲିକା ଅନୁଯାୟୀ, ପନ୍ତ ୭୩୧ ପଏଣ୍ଟ ସହ ରାଙ୍କିଙ୍ଗର ୬ଷ୍ଠ ସ୍ଥାନରେ ଅଛନ୍ତି। ସେହିପରି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୫୬ ରନର ଇନିଂସ ଖେଳିଥିବା ଟିମ ଇଣ୍ଡିଆର ଓପନର ଯଶସ୍ୱୀ ଜୈସୱାଲ ୭୫୧ ପଏଣ୍ଟ ସହ ୫ମ ସ୍ଥାନ ଦଖଲ କରିଛନ୍ତି।

Advertisment

ଭାରତର ଅଧିନାୟକ ରୋହିତ ଶର୍ମା ଯଦିଓ ଟପ୍ ୧୦ରେ ରହିଛନ୍ତି, କିନ୍ତୁ ତାଙ୍କୁ ୫ଟି ସ୍ଥାନ ହରାଇବାକୁ ପଡ଼ିଛି। ସେ ମାତ୍ର ୭୧୬ ପଏଣ୍ଟ ସହ ରାଙ୍କିଙ୍ଗର ୧୦ନମ୍ବର ସ୍ଥାନରେ ଅଛନ୍ତି। ବିରାଟ କୋହଲି ମଧ୍ୟ ୫ଟି ସ୍ଥାନ ତଳକୁ ଖସି ଟପ ୧୦ରୁ ବାଦ ପଡ଼ି ଦ୍ୱାଦଶ ସ୍ଥାନରେ ପହଞ୍ଚିଛନ୍ତି।

ପୂର୍ବରୁ ଭଳି ୮୯୯ ପଏଣ୍ଟ ସହ ଜୋ ରୁଟ ୧ନଂ ସ୍ଥାନରେ, ୮୫୨ ପଏଣ୍ଟ ସହ କେନ ୱିଲିୟମସନ ଦ୍ୱିତୀୟୟରେ ଓ ଡାରେଲ ମିଚେଲ ୭୬୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି।

ଅନ୍ୟପକ୍ଷରେ ଟେଷ୍ଟ ବୋଲିଂ ରାଙ୍କିଙ୍ଗ କଥା ବିଚାରକୁ ନେଲେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି। କିନ୍ତୁ ୨ ନଂ ସ୍ଥାନକୁ ଲମ୍ଫ ମାରିଛନ୍ତି ଯଶପ୍ରୀତ ବୁମ୍ରା। ରବୀନ୍ଦ୍ର ଜାଡେଜା ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୬ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି।

Cricket Test Match Rishabh Pant ICC Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe