Advertisment

ଧୋନିଙ୍କୁ ପଛରେ ପକାଇ ଅନେକ ରେକର୍ଡ କଲେ ପନ୍ତ

ଅର୍ଦ୍ଧଶତକ ପରେ ବଡ଼ ଶଟ ଖେଳିବାକୁ ଯାଇ ୭୬ ବଲରେ ୫୪ ରନ କରି ପ୍ୟାଭିଲିୟନ ଫେରିଲେ। କିନ୍ତୁ ଏହି ୫୪ ରନର ଇନିଂସ ବଳରେ ବିଶ୍ୱ ରେକର୍ଡ କରିବାକୁ ସକ୍ଷମ ହୋଇ ଯାଇଛନ୍ତି।

Pant

Pant

Advertisment

ଭଙ୍ଗା ଟୋ ବା କାଣି ଆଙ୍ଗୁଠି ପାଖଟି ବଲ ମାଡ଼ ହୋଇ ଭାଙ୍ଗି ଯାଇଛି। ତଥାପି ପେନ କିଲର ନେଇ ଆଜି ସେ ମାଞ୍ଚେଷ୍ଟରରେ ବ୍ୟାଟିଂ କରିବାକୁ ଆସିଥିଲେ। ପ୍ରଥମ ଦିନରେ ୩୭ ରନ କରିଥିଲେ। ଆଜି ଆଉ ୧୭ ରନ କରି ନେଲେ। ଅର୍ଦ୍ଧଶତକ ପରେ ବଡ଼ ଶଟ ଖେଳିବାକୁ ଯାଇ ୭୬ ବଲରେ ୫୪ ରନ କରି ପ୍ୟାଭିଲିୟନ ଫେରିଲେ। କିନ୍ତୁ ଏହି ୫୪ ରନର ଇନିଂସ ବଳରେ ବିଶ୍ୱ ରେକର୍ଡ କରିବାକୁ ସକ୍ଷମ ହୋଇ ଯାଇଛନ୍ତି। ଆମେ ଏଠାରେ ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କ କଥା କହୁଛନ୍ତି।

Advertisment

ଭଙ୍ଗା ଟୋରେ ବ୍ୟାଟିଂ କରିବାକୁ ଆସି ପନ୍ତ ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ଅର୍ଦ୍ଧଶତକ ଯୋଗୁ ଭାରତ ପ୍ରଥମ ଇନିଂସରେ ୩୫୮ ରନ କରି ଅଲଆଉଟ ହୋଇଯାଇଛି। ଏହାକୁ ମିଶାଇ ଇଂଲଣ୍ଡରେ ପନ୍ତ ୯ମ ଥର ପାଇଁ ୫୦ରୁ ଅଧିକ ରନ କରିଛନ୍ତି। ଏବେ ସେ ବିଶ୍ୱର ପ୍ରଥମ ୱିକେଟ କିପର ଯିଏ ଇଂଲଣ୍ଡ ମାଟିରେ ୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ପୂର୍ବରୁ ଏହି ରେକର୍ଡ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ଥିଲା। ସେ ଇଂଲଣ୍ଡ ମାଟିରେ ୱିକେଟ କିପର ଭାବେ ସର୍ବାଧିକ ୮ଟି ଶତକ ହାସଲ କରିଥିଲେ। ଏବେ ପନ୍ତ ତାଙ୍କୁ ଅତିକ୍ରମ କରି ଯାଇଛନ୍ତି।

Advertisment

ଚଳିତ ଇଂଲଣ୍ଡ ବିପକ୍ଷ ସିରିଜରେ ୨୭ ବର୍ଷୀୟ ପନ୍ତଙ୍କ ଏହା ୫ମ ଅର୍ଦ୍ଧଶତକ। ଗୋଟିଏ ସିରିଜରେ ୱିକେଟ କିପର ଭାବେ ୫ଟି ଅର୍ଦ୍ଧଶତକ ହାସଲ କରିବାରେ ପ୍ରଥମ ଭାରତୀୟ। ୫ଟି ଅର୍ଦ୍ଧଶତକ ହାସଲ କରି ସେ ଫାରୁକ ଇଞ୍ଜିନିୟର(୪ ବନାମ ଇଂଲଣ୍ଡ, ୧୯୭୨/୭୩) ଓ ମହେନ୍ଦ୍ର ସିଂହ ଧୋନି(୪ ବନାମ ଇଂଲଣ୍ଡ, ୨୦୧୪) ଏବଂ (୪ ବନାମ ଅଷ୍ଟ୍ରେଲିଆ, ୨୦୦୮/୦୯)ଙ୍କୁ ପଛରେ ପକାଇ ଦେଇଛନ୍ତି।

ପନ୍ତ ଆଉ ଏକ ଐତିହାସିକ ରେକର୍ଡ ନିଜ ନାଁରେ କରିଛନ୍ତି। ଇଂଲଣ୍ଡରେ ଖେଳା ଯାଉଥିବା କୌଣସି ଟେଷ୍ଟ ସିରିଜରେ ପନ୍ତ ୱିକେଟ କିପର ଭାବେ ସର୍ବାଧିକ ରନ କରି ପାରିଛନ୍ତି। ଏବେ ସେ ଇଂଲଣ୍ଡ ବିପକ୍ଷ ସିରିଜରେ ୪୭୯ ରନ କରି ସାରିଲେଣି।

ତାଙ୍କ ଠାରୁ ଅଧିକ ରନ କୌଣସି ୱିକେଟ କିପର କରି ନାହାନ୍ତି। ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର ଆଲେସ ଷ୍ଟେୱାର୍ଟଙ୍କ ନାଁରେ ଥିଲା। ସେ ୧୯୯୮ରେ ଇଂଲଣ୍ଡ ବିପକ୍ଷ ସିରିଜରେ ୪୬୪ ରନ କରିଥିଲେ।

Test Match Test Cricket Rishabh Pant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe