Advertisment

ସୁସ୍ଥ ହେଉଛନ୍ତି ପନ୍ତ, ପାଣିରେ ଚାଲୁଥିବା ବେଳର ଭିଡିଓ ଆସିଲା

ପନ୍ତ ଏହି ଭିଡିଓରେ ଗୋଟିଏ ସୁଇମିଂ ପୁଲରେ ଚାଲୁଛନ୍ତି। ଏହି ତାଙ୍କ ଚିକିତ୍ସା ପ୍ରକ୍ରିୟାର ଗୋଟିଏ ଅଂଶ ବିଶେଷ।

Rishabh Pant

Rishabh Pant

Advertisment

ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ନେଇ ବଡ଼ ଖବର ଆସିଛି। ସେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ହେଁ ଏବେ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଛନ୍ତି। ପନ୍ତ ସୁସ୍ଥ ହେଉଥିବା ଖବର ନିଜେ ଗୋଟିଏ ଭିଡିଓ ଜାରି କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି।

Advertisment

ପନ୍ତ ଏହି ଭିଡିଓରେ ଗୋଟିଏ ସୁଇମିଂ ପୁଲରେ ଚାଲୁଛନ୍ତି। ଏହି ତାଙ୍କ ଚିକିତ୍ସା ପ୍ରକ୍ରିୟାର ଗୋଟିଏ ଅଂଶ ବିଶେଷ। ସେ ପୁଲ ଭିତରେ ଚାଲୁଥିବା ଭିଡିଓକୁ ଶେୟାର କରି ଉଲ୍ଲେଖ କରିଛନ୍ତି ଯେ “ଛୋଟ ଜିନିଷ, ବଡ଼ ଜିନିଷ ପାଇଁ କୃତଜ୍ଞ। ଏହା ଭିତରରେ ସବୁ କିଛି।”

ଗତବର୍ଷ ଶେଷ ଦିନରେ ପନ୍ତ ଡେରାଡୁନ ଯିବା ବାଟରେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ପନ୍ତଙ୍କ କାର ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ସେ ଅଳ୍ପକେ ଭର୍ତ୍ତି ବର୍ତ୍ତି ଯାଇଥିଲେ। ତେବେ ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ସେ ସେବେଠାରୁ ଚିକିତ୍ସିତ ହେଉଛନ୍ତି। ଏହିକ୍ରମରେ ସେ ନିଜର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଫ୍ୟାନ୍ସଙ୍କୁ ଅପଡେଟ ମଧ୍ୟ ଦେଉଛନ୍ତି।

Advertisment

ଆଜି ପନ୍ତ ପାଣି ଭିତରେ ଚାଲୁଥିବା ଭିଡିଓକୁ ଶେୟାର କରିଥିବା ବେଳେ ଏହାପୂର୍ବରୁ ସେ ଚେସ୍‌ ଖେଳୁଥିବା ଫଟୋ ଅପଲୋଡ କରିଥିଲେ। ସେହିପରି ସେ ଖରାରେ ବସିବା ବେଳର ଫଟୋ ମଧ୍ୟ ପୋଷ୍ଟ କରିଥିଲେ।

ଆହତ ସମସ୍ୟା ଯୋଗୁ ପନ୍ତ କ୍ରିକେଟରୁ ଦୂରେଇ ଯାଇଛନ୍ତି। ସେ କେବେ ଠିକ୍‌ ହେବ ଓ କେବେ ମୈଦାନକୁ ଫେରିବେ, ତା’ର ଠିକ ସୂଚନା କାହା ପାଖରେ ନାହିଁ। ମ୍ୟାଚ୍‌ ଫିଟନେସ ପାଇଁ ତାଙ୍କୁ ଗୋଟିଏ ବର୍ଷ ସମୟ ଲାଗିବାର ସମ୍ଭାବନା ରହିଛି। ତେଣୁ ସେ ଗୁରୁତ୍ୱପୂର୍ଣ୍ଣ ୨୦୨୩ ଆଇପିଏଲ ଓ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ମଧ୍ୟ ଖେଳି ନ ପାରନ୍ତି।

Indian Cricket Team Cricket Rishabh Pant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe