Advertisment

ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କ୍ୟାପଟେନ୍

ନୂଆଦିଲ୍ଲୀ: ଭାରତର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ। ପନ୍ତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ନିଯୁକ୍ତ ହୋଇଛନ୍ତି। କାନ୍ଧଜନିତ ଆହତ କାରଣରୁ ଶ୍ରେୟସ ଆୟର୍ ଆଇପିଏଲରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଏବେ ପନ୍ତ ଟିମର ମଙ୍ଗ ଧରିବେ। । ଏ ନେଇ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଘୋଷଣା କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଟ୍ୱିଟରରେ ଲେଖିଛି, […]

ଅଦ୍ୟତନ ହୋଇଛି
ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କ୍ୟାପଟେନ୍

Rishabh-Pant

Advertisment

ନୂଆଦିଲ୍ଲୀ: ଭାରତର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ। ପନ୍ତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ନିଯୁକ୍ତ ହୋଇଛନ୍ତି। କାନ୍ଧଜନିତ ଆହତ କାରଣରୁ ଶ୍ରେୟସ ଆୟର୍ ଆଇପିଏଲରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଏବେ ପନ୍ତ ଟିମର ମଙ୍ଗ ଧରିବେ। । ଏ ନେଇ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଘୋଷଣା କରିଛି।

Advertisment

ଦିଲ୍ଲୀ କ୍ୟାପିଟାଲ୍ସ ଟ୍ୱିଟରରେ ଲେଖିଛି, ଆଇପିଏଲ୍ ୨୦୨୧ରେ ଋଷଭ ପନ୍ତ ଆମର କ୍ୟାପଟେନ୍ ହେବେ। ଭାରତ-ଇଂଲଣ୍ଡ ସିରିଜରେ ଆହତ କାରଣରୁ ଶ୍ରେୟସ ଆୟର୍ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ପନ୍ତ ଟିମର କ୍ୟାପଟେନ୍ ଦାୟିତ୍ୱ ସମ୍ଭାଳିବେ।

କ୍ୟାପଟେନ୍ ହେବା ପରେ ପନ୍ତ କହିଛନ୍ତି, ‘ଦିଲ୍ଲୀରେ ମୁଁ ବଢ଼ିଛି ଏବଂ ୬ ବର୍ଷ ତଳେ ଏହିଠାରୁ ହିଁ ମୋର ଆଇପିଏଲ ଯାତ୍ରା ଆରମ୍ଭ ହୋଇଥିଲା। ଟିମର ନେତୃତ୍ୱ ନେବା ପାଇଁ ମୋ ପାଇଁ ବଡ଼ ସମ୍ମାନର କଥା। ଆଉ ଆଜି ମୋର ସ୍ୱପ୍ନ ବାସ୍ତବରେ ପୂରଣ ହୋଇଛି। ଏଥିପାଇଁ ଟିମର ମାଲିକଙ୍କୁ ଧନ୍ୟବାଦ ଜଣାଉଛି। ଟିମରେ ସିନିୟର ଖେଳାଳି ଏବଂ କୋଚଙ୍କ ଉପସ୍ଥିତି ନିଶ୍ଚିତ ଭାବେ ମୋ ପାଇଁ ଫଳପ୍ରଦ ହେବ। ଏବେ ଟିମର ମଙ୍ଗ ଧରିବାକୁ ମୁଁ ଆଉ ବେଶୀ ଅପେକ୍ଷା କରିପାରିବି ନାହିଁ।’

Advertisment

https://twitter.com/DelhiCapitals/status/1376908668453625864?s=20

ଆଇପିଏଲରେ ପନ୍ତ ପ୍ରଥମଥର ଲାଗି କ୍ୟାପଟେନ୍ ହେବାର ଗୌରବ ଅର୍ଜନ କରିଛନ୍ତି। ୨୩ ବର୍ଷୀୟ ଏହି ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଅତୀରେ ଦିଲ୍ଲୀ ରାଜ୍ୟ ଦଳର କ୍ୟାପଟେନ୍ ହୋଇଥିଲେ। ସେ ମଧ୍ୟ ୨୦୧୭ରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଦିଲ୍ଲୀ ଦଳର କ୍ୟାପଟେନ୍ ଦାୟିତ୍ୱ ସମ୍ଭାଳିଥିଲେ। ତେବେ ପନ୍ତ ପ୍ରଥମଥର ଲାଗି ଆଇପିଏଲ ଭଳି ମେଗା ଇଭେଣ୍ଟରେ କ୍ୟାପଟେନ୍ ରୋଲ୍ ବହନ କରିବେ।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଫିଲ୍ଡିଂ କରୁଥିବା ପରେ ଆୟରଙ୍କ କାନ୍ଧରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ବାକି ଦିନିକିଆରୁ ବାଦ୍ ପଡ଼ିଥିଲେ। ପରେ ଆୟରଙ୍କ କାନ୍ଧର ସ୍କାନ୍ କରାଯାଇଥିଲା, ଯେଉଁଥିରେ ତାଙ୍କ ଆଘାତ ଗୁରୁତର ବୋଲି ଜଣାପଡ଼ିଛି। ଏପ୍ରିଲ୍ ୮ ତାରିଖରେ ତାଙ୍କ କାନ୍ଧର ସର୍ଜରୀ ହେବ। ଏଭଳି ସ୍ଥିତିରେ ଆୟରଙ୍କୁ କମବ୍ୟାକ୍ କରିବା ପାଇଁ ଅତିକମରେ ୪ରୁ ୫ ମାସ ସମୟ ଲାଗିବ।

ସୂଚନାଯୋଗ୍ୟ, ଗତ ସଂସ୍କରଣରେ ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପହଞ୍ଚିଥିଲା। ଆଇପିଏଲର ୧୪ଶ ସଂସ୍କରଣରେ ଦିଲ୍ଲୀ ତା’ର ପ୍ରଥମ ମୁକାବିଲାରେ ତିନିଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସକୁ ଏପ୍ରିଲ୍ ୧୦ ତାରିଖରେ ଭେଟିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe