Advertisment

ଟି-୨୦ ବିଶ୍ୱକପ ଖେଳିବେ କି ଋଷଭ ପନ୍ତ? ଜୟ ଶାହ ଦେଲେ ବଡ଼ ଅପଡେଟ୍‌

ପନ୍ତଙ୍କୁ ନେଇ ବଡ଼ ଅପଡେଟ ଦେଇଛନ୍ତି ବିସିସିଆଇର ସାଧାରଣ ସମ୍ପାଦକ ଜୟ ଶାହ।

author-image
Hemant Lenka
Pant

Pant

କାର୍‌ ଦୁର୍ଘଟଣା ପରେ ୨୦୨୨ ଡିସେମ୍ବର ମାସରୁ କ୍ରିକେଟରୁ ଦୂରେଇ ରହିଥିବା ଋଷଭ ପନ୍ତ ଖୁବଶୀଘ୍ର କମବ୍ୟାକ କରିବେ। ୨୦୨୪ ଆଇପିଏଲରେ ସେ ନଜର ଆସିବେ ବୋଲି ଚିତ୍ର ଏକପ୍ରକାରର ସ୍ପଷ୍ଟ ହୋଇଛି।

Advertisment

ସେହିପରି ଋଷଭ ପନ୍ତ କ’ଣ ଜୁନ ୧ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବେ କି ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି। ଏସବୁ ଭିତରେ ପନ୍ତଙ୍କୁ ନେଇ ବଡ଼ ଅପଡେଟ ଦେଇଛନ୍ତି ବିସିସିଆଇର ସାଧାରଣ ସମ୍ପାଦକ ଜୟ ଶାହ। ସେ କହିଛନ୍ତି ଯେ ପନ୍ତ ଏବେ ଠିକ ଭାବେ ବ୍ୟାଟିଂ କରୁଛନ୍ତି। ସେ ଠିକ ଭାବେ କିପିଂ କରୁଛନ୍ତି। ଆମେ ତାଙ୍କୁ ଖୁବଶୀଘ୍ର ଫିଟ ଘୋଷଣା କରିବୁ।

ଯଦି ସିଏ ଆମ ପାଇଁ ଟି-୨୦ ବିଶ୍ୱକପ ଖେଳି ପାରିବେ, ତା’ହେଲେ ଏହା ଆମ ପାଇଁ ବହୁତ ଭଲ କଥା। ସେ ଆମ ପାଇଁ ଗୋଟିଏ ବଡ଼ ସମ୍ପତ୍ତି। ଯଦି ସେ କିପିଂ କରିପାରିବେ, ତା’ହେଲେ ସେ ବିଶ୍ୱକପ ଖେଳିପାରିବେ। ଦେଖାଯାଉ ସେ ଆଇପିଏଲରେ କେମିତି କ’ଣ ପ୍ରଦର୍ଶନ କରୁଛନ୍ତି ବୋଲି ଜୟ ଶାହ କହିଛନ୍ତି। 

Advertisment

୨୦୨୨ ଡିସେମ୍ବର ମାସରେ କାର ଦୁର୍ଘଟଣା ଯୋଗୁ ପନ୍ତଙ୍କ ଡାହାଣ ପଟ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ଆହତ ସମସ୍ୟା ଏତେ ଜଟିଳ ଥିଲା ଯେ ତାଙ୍କୁ ଲିଗାମେଣ୍ଟ ସର୍ଜରୀ କରିବାକୁ ପଡ଼ିଥିଲା। ତାଙ୍କ ଗୋଇଠି ଓ ରିଷ୍ଟ ମଧ୍ୟ ଭାଙ୍ଗି ଯାଇଥିଲା।

ଭୟଙ୍କର ଦୁର୍ଘଟଣାରେ ପନ୍ତ ଯାଉଥିବା କାର୍‌ଟି ମଧ୍ୟ ଜଳି ଯାଇଥିଲା। ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ପନ୍ତ ହାର ମାନି ନଥିଲେ। ଆହତ ସମସ୍ୟାରୁ ସେ ମୁକୁଳିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏବେ ସେ ଆଇପିଏଲରେ କମବ୍ୟାକ କରିବାକୁ ଅଭ୍ୟାସ କରୁଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସର କମାଣ ସମ୍ଭାଳୁଥିବା ପନ୍ତ ଚଳିତ ଆଇପିଏଲରେ ଭାଗ ନେବେ ବୋଲି ଦଳର ମୁଖ୍ୟ କୋଚ ରିକି ପଣ୍ଟିଂ ପୂର୍ବରୁ କହି ସାଛନ୍ତି।

Bcci Indian Cricket Team Cricket Rishabh Pant