Advertisment

ପନ୍ତଙ୍କୁ ମିଳିଲା ଆଇସିସିର ବଡ଼ ପୁରସ୍କାର

ଦୁବାଇ: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଋଷଭ ପନ୍ତଙ୍କୁ ମିଳିଲା ଆଇସିସିର ବଡ଼ ଉପହାର। ଆଇସିସି ପନ୍ତଙ୍କୁ ଜାନୁଆରୀ ମାସର ସର୍ବଶ୍ରେଷ୍ଠ ଖେଳାଳି ଘୋଷଣା କରିଛି। ସେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଓ ଆୟର୍ଲ୍ୟାଣ୍ଡର ପଲ୍ ଷ୍ଟର୍ଲିଙ୍ଗଙ୍କୁ ପଛରେ ଏହି ପୁରସ୍କାର ଜିତିଛନ୍ତି। ପ୍ରଥମଥର ଲାଗି ଆଇସିସି ମାସର ସର୍ବଶ୍ରେଷ୍ଠ ଖେଳାଳି ଚୟନ କରିଛି। ଏହି ପୁରସ୍କାର ଜରିଆରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପୁରୁଷ ଓ […]

ପନ୍ତଙ୍କୁ ମିଳିଲା ଆଇସିସିର ବଡ଼ ପୁରସ୍କାର

pant1

Advertisment

ଦୁବାଇ: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଋଷଭ ପନ୍ତଙ୍କୁ ମିଳିଲା ଆଇସିସିର ବଡ଼ ଉପହାର। ଆଇସିସି ପନ୍ତଙ୍କୁ ଜାନୁଆରୀ ମାସର ସର୍ବଶ୍ରେଷ୍ଠ ଖେଳାଳି ଘୋଷଣା କରିଛି। ସେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଓ ଆୟର୍ଲ୍ୟାଣ୍ଡର ପଲ୍ ଷ୍ଟର୍ଲିଙ୍ଗଙ୍କୁ ପଛରେ ଏହି ପୁରସ୍କାର ଜିତିଛନ୍ତି। ପ୍ରଥମଥର ଲାଗି ଆଇସିସି ମାସର ସର୍ବଶ୍ରେଷ୍ଠ ଖେଳାଳି ଚୟନ କରିଛି। ଏହି ପୁରସ୍କାର ଜରିଆରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପୁରୁଷ ଓ ମହିଳା ଖେଳାଳିଙ୍କୁ ପୂରା ବର୍ଷ ମାନ୍ୟତା ମିଳିବ।

Advertisment

ଭାରତର ଏହି ୨୩ ବର୍ଷୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ସିଡନୀ ଟେଷ୍ଟରେ ୯୭ ରନର ଇନିଂସ୍ ଖେଳି ଭାରତକୁ ପରାଜୟରୁ ରକ୍ଷା କରିବାରେ ପ୍ରମୁଖ ଭୂମିକା ବହନ କରିଥିଲେ। ଏହା ପରେ ବ୍ରିସବେନ୍ ଟେଷ୍ଟରେ ସେ ଅପରାଜିତ ୮୯ ରନ୍ କରି ଭାରତକୁ ଐତିହାସିକ ସିରିଜ୍ ବିଜୟୀ କରାଇଥିଲେ।

https://twitter.com/ICC/status/1358688588481712128?s=20

ଏହି ପୁରସ୍କାର ଜିତିବା ପରେ ପନ୍ତ କହିଛନ୍ତି, କୌଣସି ଖେଳାଳି ପାଇଁ ଟିମର ବିଜୟରେ ଯୋଗଦାନ କରିବା ସବୁଠାରୁ ବଡ଼ ପୁରସ୍କାର। ଅଷ୍ଟ୍ରେଲିଆରେ ଭାରତ ବିଜୟରେ ଯୋଗଦାନ କରିଥିବା ଟିମ୍ ଇଣ୍ଡିଆର ପ୍ରତିଟି ସଦସ୍ୟଙ୍କୁ ମୁଁ ଏହି ପୁରସ୍କାର ସମର୍ପିତ କରୁଛି।

Advertisment

ଆଇସିସିର ଏହି ପୁରସ୍କାର ପାଇଁ ପ୍ରଶଂସକଙ୍କୁ ଅନଲାଇନ୍ ଭୋଟିଂ ପାଇଁ ଆମନ୍ତ୍ରଣ କରାଯାଇଥିଲା। ଏହି ପ୍ରକ୍ରିୟା ପ୍ରତି ମାସରେ କରାଯିବ। ଅନଲାଇନ୍ ଭୋଟିଂ ବ୍ୟତୀତ ଏକ ସ୍ୱତନ୍ତ୍ର ଆଇସିସି ଭୋଟିଂ ଏକାଡେମୀ ମଧ୍ୟ ଗଠନ କରାଯାଇଛି, ଯେଉଁଥବରେ ଖେଳାଳି, ପ୍ରସାରକ ଓ ସାମ୍ବାଦିକ ସାମିଲ୍ ଅଛନ୍ତି।

https://twitter.com/ICC/status/1358690344389382145?s=20

ସେହିପରି ଜାନୁଆରୀ ମାସରେ ଉଭୟ ଦିନିକିଆ ଓ ଟି-୨୦ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକାର ଶବନିମ୍ ଇସମାଇଲ୍ ଆଇସିସିର ଶ୍ରେଷ୍ଠ ମହିଳା କ୍ରିକେଟର ହୋଇଛନ୍ତି। ଇସମାଇଲ୍ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ୫ ୱିକେଟର ସଫଳତା ହାସଲ କରିଥିବା ବେଳେ ଦିନିକିଆ ସିରିଜରେ ୭ଟି ୱିକେଟ୍‌ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe