Advertisment

ପନ୍ତ ବି ନିରାଶ କଲେ, ପରାଜୟର ଦ୍ୱାରଦେଶରେ ଟିମ୍ ଇଣ୍ଡିଆ

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଦଳ ମାତ୍ର ୧୮୦ ରନ୍ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତର ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଆସି ନଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Pant

Pant

ଆଡିଲେଡ ଓଭାଲରେ ଖେଳା ଯାଉଥିବା ପିଙ୍କ୍ ବଲ୍ ଟେଷ୍ଟରେ ପରାଜୟର ଦ୍ୱାରଦେଶରେ ପହଞ୍ଚି ଯାଇଛି ଟିମ୍ ଇଣ୍ଡିଆ। କାରଣ ଦ୍ୱିତୀୟ ଇନିଂସରେ ଦଳ ଦେଢ଼ ଶହ ରନ୍ କରିବା ପୂର୍ବରୁ ୭ଟି ୱିକେଟ୍ ହରାଇସାରିଛି।

Advertisment

ଗତକାଲି ୫ ପ୍ରମୁଖ ବ୍ୟାଟର ଆଉଟ୍ ହୋଇଯିବା ପରେ ଶେଷ ଆଶା ଥିଲେ ଋଷଭ ପନ୍ତ ଓ ନୀତୀଶ କୁମାର ରେଡ୍ଡୀ। ସେମାନଙ୍କ ପରେ ଆଉ କେହି ବ୍ୟାଟର ନାହାନ୍ତି। କିନ୍ତୁ ପନ୍ତ ବି ନିରାଶ କରିଛନ୍ତି। ଗତକାଲି ୨୫ ବଲ୍‌ରେ ୨୮ ରନ୍‌ କରି ଅପରାଜିତ ଥିବା ପନ୍ତ ଆଜି ଆଉ ଗୋଟିଏ ବି ରନ୍ ଯୋଡ଼ି ପାରି ନାହାନ୍ତି। ଆଜି ପ୍ରଥମ ଓଭରରେ ସେ ମିଚେଲ ଷ୍ଟାର୍କଙ୍କ ବଲରେ ଷ୍ଟିଭ୍ ସ୍ମିଥ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ପନ୍ତ ଆଉଟ୍ ହେବାର ପ୍ରାୟ ୫ ଓଭର ପରେ ଆଉଟ୍ ହୋଇଯାଇଥିଲେ ରବିଚନ୍ଦ୍ରନ ଅଶ୍ୱିନ। ସେ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ପ୍ୟାଟ୍ କମିନ୍ସଙ୍କ ବଲରେ ଆଲେକ୍ସ କେରୀଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

Advertisment

ଭାରତ ପାଇଁ ଏବେ ଶେଷ ଆଶା ହେଉଛନ୍ତି ନୀତୀଶ କୁମାର ରେଡ୍ଡୀ। ପ୍ରଥମ ଇନିଂସରେ ସେ ସର୍ବାଧିକ ୪୨ ରନ୍ କରିଥିବା ବେଳେ ଏବେ ବ୍ୟାଟିଂ ଜାରି ରଖିଛନ୍ତି। ସେ ୩୪ଟି ବଲ୍‌ରୁ ୫ ଚୌକା ସହାୟତାରେ ୨୮ ରନ୍‌ କରି ଖେଳୁଛନ୍ତି। ତାଙ୍କ ସହିତ ଅଛନ୍ତି ହର୍ଷିତ ରାଣା।

ଖବର ଲେଖାଯିବା ସୁଦ୍ଧା ଦଳ ୭ ୱିକେଟ୍ ହରାଇ ଦେଢ଼ ଶହ ରନ୍ କରିଛି ଓ ଆହୁରି ୭ ରନ୍ ପଛରେ ଅଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଦଳ ମାତ୍ର ୧୮୦ ରନ୍ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତର ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଆସି ନଥିଲା। ଦଳର ପ୍ରମୁଖ ବ୍ୟାଟରମାନେ ପୁଣି ଫେଲ୍ ମାରିଥିଲେ। ଦଳର ସ୍କୋର ଦେଢ଼ ଶହ ଛୁଇଁବା ପୂର୍ବରୁ ୭ ଜଣ ଆଉଟ୍ ହୋଇଯାଇଥିଲେ।

ଯଶସ୍ୱୀ ଜୈସୱାଲ ୨୪ ରନ୍ କରି ଆଉଟ୍ ହୋଇଥିବା ବେଳେ କେଏଲ ରାହୁଲ ୭, ଶୁବମନ ଗିଲ ୨୮, ବିରାଟ କୋହଲି ୧୧ ଓ ରୋହିତ ଶର୍ମା ୬ ରନ୍ କରି ଆଉଟ୍ ହୋଇଥିଲେ।

Rishabh Pant