Advertisment

ଟି-ଟ୍ୱେଣ୍ଟିରେ ଓପନିଂ କରନ୍ତୁ ଋଷଭ, ୪ ନମ୍ବରେ ଆସନ୍ତୁ ରୋହିତ; କିଏ ଦେଲେ ଏହି ପରାମର୍ଶ

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ପାଇଁ ୱିକେଟ କିପର ଋଷଭ ପନ୍ତ ଓପନିଂ କରିବା ଉଚିତ୍। ତା’ହେଲେ ସେ ତାଙ୍କ ଦକ୍ଷତାକୁ ଠିକ୍ ଭାବେ ଉପଯୋଗ କରିପାରିବେ ଓ ଦଳ ପାଇଁ ରନ୍ ସଂଗ୍ରହ କରିପାରିବେ। ପୂର୍ବତନ ଭାରତୀୟ ଓପନର ୱାସିମ ଜାଫର ମଙ୍ଗଳବାର ଏହି ମତ ଦେଇଛନ୍ତି। ଏହି କଥା କହିବା ବେଳେ ସେ ଏକ ଉଦାହରଣ ଦେଇଛନ୍ତି। ଜାଫର କହିଛନ୍ତି, ସୀମିତ ଓଭରରେ ରୋହିତ ଶର୍ମା ସେତେବେଳେ ଭଲ ପ୍ରଦର୍ଶନ କଲେ ଯେତେବେଳେ ୨୦୧୩ […]

author-image
Jitendra Garnayak
ଟି-ଟ୍ୱେଣ୍ଟିରେ ଓପନିଂ କରନ୍ତୁ ଋଷଭ, ୪ ନମ୍ବରେ ଆସନ୍ତୁ ରୋହିତ; କିଏ ଦେଲେ ଏହି ପରାମର୍ଶ

Rishav Pant

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ପାଇଁ ୱିକେଟ କିପର ଋଷଭ ପନ୍ତ ଓପନିଂ କରିବା ଉଚିତ୍। ତା’ହେଲେ ସେ ତାଙ୍କ ଦକ୍ଷତାକୁ ଠିକ୍ ଭାବେ ଉପଯୋଗ କରିପାରିବେ ଓ ଦଳ ପାଇଁ ରନ୍ ସଂଗ୍ରହ କରିପାରିବେ। ପୂର୍ବତନ ଭାରତୀୟ ଓପନର ୱାସିମ ଜାଫର ମଙ୍ଗଳବାର ଏହି ମତ ଦେଇଛନ୍ତି।

Advertisment

ଏହି କଥା କହିବା ବେଳେ ସେ ଏକ ଉଦାହରଣ ଦେଇଛନ୍ତି। ଜାଫର କହିଛନ୍ତି, ସୀମିତ ଓଭରରେ ରୋହିତ ଶର୍ମା ସେତେବେଳେ ଭଲ ପ୍ରଦର୍ଶନ କଲେ ଯେତେବେଳେ ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ତତ୍‌କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ଓପନିଂ କରିବାକୁ ଛାଡ଼ିଥିଲେ। ଏହା ପରେ ରୋହିତଙ୍କ କ୍ୟାରିୟର ବଦଳିଗଲା।

ଜାଫର କହିଛନ୍ତି ଯେ ଏବେ ନିଷ୍ପତ୍ତି ନେବାର ପାଳି ରୋହିତ ଶର୍ମାଙ୍କର। ସେ ଋଷଭ ପନ୍ତଙ୍କୁ ଟି-ଟ୍ୱେଣ୍ଟିରେ ଓପନିଂ କରିବାକୁ ଛାଡ଼ିବା ଉଚିତ୍। ରୋହିତ ଏହି ଫର୍ମାଟ୍‌ରେ ୪ ନମ୍ବରେ ବ୍ୟାଟିଂ କରନ୍ତୁ ଓ ଦଳକୁ ଭଲ ସ୍କୋର ଦିଅନ୍ତୁ।

Advertisment

ସୂଚନାଯୋଗ୍ୟ, ଟି-ଟ୍ୱେଣ୍ଟିରେ ଋଷଭ ପନ୍ତଙ୍କ ପ୍ରଦର୍ଶନ ପ୍ରଶଂସନୀୟ ହୋଇପାରିନାହିଁ। ସେ ୫୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ଏଥିରୁ ମାତ୍ର ୯୩୪ ରନ୍ ସଂଗ୍ରହ କରିଛନ୍ତି।
.