Advertisment

IPL 2026: ଏହି ଖେଳାଳିଙ୍କୁ କ୍ୟାପ୍ଟେନ କଲା ରାଜସ୍ଥାନ ରୟାଲ୍ସ

ସଞ୍ଜୁ ସାମସନଙ୍କୁ ଛାଡ଼ି ଦଳ ସାମ କରନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଆଣିଛି। ହେଲେ ୨୦୨୬ ଆଇପିଏଲରେ ଦଳର କମାଣ କିଏ ସମ୍ଭାଳିବେ, ସେକଥା ଘୋଷଣା କରି ନଥିଲା ରାଜସ୍ଥାନ। ଆଜି କିନ୍ତୁ ଏହି ରହସ୍ୟ ଉପରୁ ପରଦା ହଟିଛି।

author-image
Hemant Lenka
RR

ରାଜସ୍ଥାନ ରୟାଲ୍ସ

ଆଇପିଏଲ(IPL) ୨୦୨୬ ପୂର୍ବରୁ ନିଜର ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଛି ରାଜସ୍ଥାନ ରୟାଲ୍ସ। ୨୦୨୬ ଆଇପିଏଲର ମିନି ଅକ୍ସନ ପୂର୍ବରୁ ରାଜସ୍ଥାନ ନିଜର ନିୟମିତ ଅଧିନାୟକ ସଞ୍ଜୁ ସାମସନଙ୍କୁ ଚେନ୍ନାଇ ସୁପର କିଙ୍ଗସକୁ ଟ୍ରେଡ କରି ଦେଇଥିଲା।

Advertisment

ସଞ୍ଜୁ ସାମସନଙ୍କୁ ଛାଡ଼ି ଦଳ ସାମ କରନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଆଣିଛି। ହେଲେ ୨୦୨୬ ଆଇପିଏଲରେ ଦଳର କମାଣ କିଏ ସମ୍ଭାଳିବେ, ସେକଥା ଘୋଷଣା କରି ନଥିଲା ରାଜସ୍ଥାନ। ଆଜି କିନ୍ତୁ ଏହି ରହସ୍ୟ ଉପରୁ ପରଦା ହଟିଛି। ରିୟାଲ ପରାଗଙ୍କୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ କ୍ୟାପ୍ଟେନ ଭାବେ ନିଯୁକ୍ତି ମିଳିଛି। 

୨୦୧୯ରେ ପରାଗ ଆଇପିଏଲରେ ଡେବ୍ୟୁ କରିଥିଲେ। ଡେବ୍ୟୁ ପର ଠାରୁ ସେ ରାଜସ୍ଥାନ ରୟାଲ୍ସ ସହ ହିଁ ରହିଛନ୍ତି। ଗତବର୍ଷ ସଞ୍ଜୁ ସାମସନ ଆହତ ହେବାରୁ ପରାଗ ୮ଟି ମ୍ୟାଚ୍‌ରେ ଦଳର କମାଣ ସମ୍ଭାଳିଥିଲେ। ଏହି ୮ଟି ମ୍ୟାଚ୍‌ରୁ ରାଜସ୍ଥାନ ଦୁଇଟିରେ ଜିତିଥିବା ବେଳେ ୬ଟିରେ ହାରିଥିଲା। ସେହିପରି ପଏଣ୍ଟ ଟେବୁଲରେ ଦଳ ୯ମ ସ୍ଥାନରେ ରହି ୨୦୨୫ ଆଇପିଏଲ ଅଭିଯାନ ଶେଷ କରିଥିଲା।

Advertisment

ଯଦିଓ ପରାଗ କ୍ୟାପ୍ଟେନ୍ସିରେ ସଫଳତା ପାଇ ନାହାନ୍ତି, କିନ୍ତୁ ନିଜର ବ୍ୟାଟରେ ସେ ଗତବର୍ଷ କମାଲ କରିଥିଲେ। ସେ ୮ଟି ଯାକ ମ୍ୟାଚ୍‌ରେ ୩୮.୫୭ ହାରରେ ରନ କରିବା ସହ କୋଲକାତା ବିପକ୍ଷ ମ୍ୟାଚ୍‌ରେ ନିଜ ଆଇପିଏଲ କ୍ୟାରିୟରର ସର୍ବଶ୍ରେଷ୍ଠ ୯୫ ରନ ମଧ୍ୟ କରିଥିଲେ। 

ମୋଟ ଉପରେ ପରାଗ ୮୪ଟି  ଆଇପିଏଲ ମ୍ୟାଚ୍‌ରେ ୧୫୬୬ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୪୧.୮୪ ରହିଛି। ୨୦୨୪ ତାଙ୍କ ଆଇପିଏଲ କ୍ୟାରିୟରର ସର୍ବଶ୍ରେଷ୍ଠ ବର୍ଷ ରହିଥିଲା। ସେ ଏହି ସଂସ୍କରଣରେ ୧୪୯.୨୧ ଷ୍ଟ୍ରାଇକ ରେଟରେ ୫୭୩ ରନ କରିଥିଲେ। ୨୦୨୫ରେ ତାଙ୍କ ଷ୍ଟ୍ରାଇକ ରେଟ ୧୬୫.୫୨ ରହିଥିଲା। ତେବେ ୨୦୨୫ରେ ତାଙ୍କ ବ୍ୟାଟରୁ ମାତ୍ର ୩୯୩ ରନ ବାହାରିଥିଲା। 

୨୦୨୫ ସଂସ୍କରଣ ପରେ ରାହୁଲ ଡ୍ରାଭିଡ ମଧ୍ୟ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ ପଦ ଛାଡ଼ି ଦେଇଛନ୍ତି। ୨୦୨୬ରେ କୁମାର ସାଙ୍ଗାକାର ଓ ପରାଗ ଯୋଡ଼ିଙ୍କୁ ଦେଖିବାକୁ ମିଳିବ। 

IPL