Advertisment

ପାକିସ୍ତାନ ଦେଲା ୧୭୭ ରନ୍‌ର ଟାର୍ଗେଟ୍, ପ୍ରଥମ ଓଭରରେ ଅଷ୍ଟ୍ରେଲିଆକୁ ଝଟ୍‌କା

ଦୁବାଇ: ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ପାକିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ୪ ୱିକେଟ ହରାଇ ୧୭୬ ରନର ବଡ଼ ସ୍କୋର କରିଛି। ଫଳରେ ବିଶ୍ୱକପ୍ ଫାଇନାଲ୍ ଟିକେଟ୍ କାଟିବା ପାଇଁ ଅଷ୍ଟ୍ରେଲିଆକୁ ୧୭୭ ରନ୍ କରିବାକୁ ପଡ଼ିବ। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ୍ ସର୍ବାଧିକ ୬୭, ଫଖର ଜମାନ୍ ୫୫ ଓ କ୍ୟାପଟେନ୍ ବାବର ଆଜମ ୩୯ ରନର ଇନିଂସ୍ ଖେଳିଛନ୍ତି। ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆକୁ ପ୍ରଥମ ଓଭରରେ […]

author-image
Ranjit Kumar Jena
ପାକିସ୍ତାନ ଦେଲା ୧୭୭ ରନ୍‌ର ଟାର୍ଗେଟ୍, ପ୍ରଥମ ଓଭରରେ ଅଷ୍ଟ୍ରେଲିଆକୁ ଝଟ୍‌କା

rizwan

ଦୁବାଇ: ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ପାକିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ୪ ୱିକେଟ ହରାଇ ୧୭୬ ରନର ବଡ଼ ସ୍କୋର କରିଛି। ଫଳରେ ବିଶ୍ୱକପ୍ ଫାଇନାଲ୍ ଟିକେଟ୍ କାଟିବା ପାଇଁ ଅଷ୍ଟ୍ରେଲିଆକୁ ୧୭୭ ରନ୍ କରିବାକୁ ପଡ଼ିବ। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ୍ ସର୍ବାଧିକ ୬୭, ଫଖର ଜମାନ୍ ୫୫ ଓ କ୍ୟାପଟେନ୍ ବାବର ଆଜମ ୩୯ ରନର ଇନିଂସ୍ ଖେଳିଛନ୍ତି। ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆକୁ ପ୍ରଥମ ଓଭରରେ ବଡ଼ ଝଟକା ଲାଗିଛି। ଓପ୍ନର ତଥା କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି।

Advertisment

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ପାକିସ୍ତାନକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ରିଜୱାନ୍ ଓ ବାବର ଆଜମ। ଦୁହେଁ ୧୦ ଓଭରରେ ୭୧ ରନର ଭାଗିଦାରୀ କରିଥିଲେ। ଏହାରି ଭିତରେ ରିଜୱାନ୍ କିଛି ଜୀବନଦାନ ମଧ୍ୟ ପାଇଥିଲେ। ଯାହାର ସେ ଫାଇଦା ଉଠାଇଥିଲେ।

ଇନ୍ ଫର୍ମ ବାବରଙ୍କୁ ଆଉଟ୍ କରିଥିଲେ ଆଡାମ ଜାମ୍ପା। ବାବର ୩୪ ବଲରେ ୫ ଚୌକା ସହ ୩୯ ରନ୍ କରିଥିଲେ। ଏହା ପରେ ରିଜୱାନଙ୍କୁ ଭରପୂର ସାଥ୍ ଦେଇଥିଲେ ଫଖର। ଦୁହେଁ ରନ୍ ଗତିକୁ ବଢ଼ାଇ ସହ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ରିଜୱାନ୍ ୪୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ରିଜୱାନ୍ ଓ ଫଖର ଦ୍ୱିତୀୟ ୱିକେଟ୍ ପାଇଁ ୭୨ ରନ୍ ଯୋଡ଼ିଥିଲେ। ରିଜୱାନ୍ ୫୨ ବଲରେ ୩ ଚୌକା ଓ ୪ ଛକା ସହ ୬୭ ରନ୍ କରି ଷ୍ଟାର୍କଙ୍କ ଶିକାର ହୋଇଥିଲେ।

Advertisment

ରିଜୱାନଙ୍କ ଆଉଟ୍ ପରେ ଫଖର ଧୂଆଁଧାର ବ୍ୟାଟିଂ କରି ପାକିସ୍ତାନକୁ ୧୭୬ ରନରେ ପହଞ୍ଚାଇଥିଲେ। ତେବେ ଆସିଫ୍ ଅଲୀ (୦) ଓ ଶୋଏବ ମଲିକ୍ (୧) ନିରାଶ କରିଥିଲେ। ଶେଷ ଓଭରରେ ଷ୍ଟାର୍କଙ୍କୁ ଛକା ମାରି ଫଖର ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୩୨ ବଲରେ ୩ ଚୌକା ଓ ୪ ଛକା ସହ ୫୫ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୨ଟି, ଜାମ୍ପା ଓ କମିନ୍ସ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ICCT20 World Cup 2021