Advertisment

ଆଇସିସି ରାଙ୍କିଙ୍ଗ: ବାବରଙ୍କୁ ହଟାଇ ୧ନଂରେ ରିଜୱାନ

ଦୁବାଇ: ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ବଡ଼ ପରିବର୍ତ୍ତନ ହୋଇଛି। ଦୀର୍ଘ ଦିନ ପରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ୧ନଂ ସ୍ଥାନରୁ ହଟାଇ ଦେଇଛନ୍ତି ତାଙ୍କ ବନ୍ଧୁ ମହମ୍ମଦ ରିଜୱାନ। ପୂର୍ବରୁ ରିଜୱାନ ୨ନଂ ଓ ବାବର ୧ନଂ ସ୍ଥାନରେ ଥିଲେ। ହେଲେ ଏସିଆ କପର ପ୍ରଥମ ୩ଟି ମ୍ୟାଚ୍‌ରେ ଖାସ ଯାଦୁ ଦେଖାଇ ପାରି ନଥିବା ବାବର ଏବେ ୨ନଂକୁ ଖସି ଯାଇଛନ୍ତି। ଦମଦାର ପ୍ରଦର୍ଶନ ସହ ରିଜୱାନ ଏବେ ଟି-୨୦ରେ ବିଶ୍ୱର ୧ନଂ […]

ଆଇସିସି ରାଙ୍କିଙ୍ଗ: ବାବରଙ୍କୁ ହଟାଇ ୧ନଂରେ ରିଜୱାନ

Rizwan

Advertisment

ଦୁବାଇ: ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ବଡ଼ ପରିବର୍ତ୍ତନ ହୋଇଛି। ଦୀର୍ଘ ଦିନ ପରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ୧ନଂ ସ୍ଥାନରୁ ହଟାଇ ଦେଇଛନ୍ତି ତାଙ୍କ ବନ୍ଧୁ ମହମ୍ମଦ ରିଜୱାନ। ପୂର୍ବରୁ ରିଜୱାନ ୨ନଂ ଓ ବାବର ୧ନଂ ସ୍ଥାନରେ ଥିଲେ। ହେଲେ ଏସିଆ କପର ପ୍ରଥମ ୩ଟି ମ୍ୟାଚ୍‌ରେ ଖାସ ଯାଦୁ ଦେଖାଇ ପାରି ନଥିବା ବାବର ଏବେ ୨ନଂକୁ ଖସି ଯାଇଛନ୍ତି। ଦମଦାର ପ୍ରଦର୍ଶନ ସହ ରିଜୱାନ ଏବେ ଟି-୨୦ରେ ବିଶ୍ୱର ୧ନଂ ବ୍ୟାଟର ହୋଇପାରିଛନ୍ତି।

Advertisment

ୟୁଏଇରେ ଖେଳାଯାଉଥିବା ଏସିଆ କପରେ ରିଜୱାନ ଜରଦସ୍ତ ଫର୍ମରେ ଥିବା ପ୍ରମାଣ ଦେଇଛନ୍ତି। ସେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ହାସଲକାରୀ ବ୍ୟାଟର ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ୍‌ରେ ରିଜୱାନ ୧୨୮ ଷ୍ଟ୍ରାଇକ ରେଟ ଓ ୨ଟି ଅର୍ଦ୍ଧଶତକ ସହ ୧୯୨ ରନ କରିଛନ୍ତି।

ଅନ୍ୟପକ୍ଷରେ ଭାରତ ବିପକ୍ଷରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ଶ୍ରୀଲଙ୍କାର କୁଶଲ ମେଣ୍ଡିସ ୧୮ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୪୨ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ଏସିଆ କପରେ ଏଯାଏ ୧୫୫ ରନ କରି ସାରିଲେଣି। ସେହିପରି ପୂର୍ବରୁ ୩ନଂ ସ୍ଥାନରେ ଥିବା ଭାରତର ସୂର୍ଯ୍ୟ କୁମାର ଯାଦବ ଏବେ ୪ର୍ଥକୁ ଖସିଛନ୍ତି। ତାଙ୍କୁ ହଟାଇ ଦକ୍ଷିଣ ଆଫ୍ରିକାର ଆଦେନ ମର୍କାମ ୩ୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ଭାରତର ଅଧିନାୟକ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷରେ ୭୨ ରନର ଇନିଂସ ଖେଳିଥିଲେ। ଫଳରେ ସେ ୩ଟି ସ୍ଥାନ ଲମ୍ଫ ମାରି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ବିରାଟ କୋହଲି ୨ଟି ସ୍ଥାନ ତଳକୁ ଖସି ୨୯ନଂରେ ରହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ୫ମ ସ୍ଥାନରେ ଇଂଲଣ୍ଡର ଡାୱିଡ ମଲାନ, ୬ଷ୍ଠରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ, ୭ମରେ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ, ୮ମରେ ଶ୍ରୀଲଙ୍କାର ପଥୁନ ନିଶଙ୍କା, ୯ମରେ ୟୁଏଇର ମହମ୍ମଦ ୱାସୀମ ଓ ୧୦ମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ରେଜା ହେଣ୍ଡ୍ରିକ୍ସ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe