Advertisment

ସନ୍ନ୍ୟାସ ପରେ ପୁଣି ଭାରତ ପକ୍ଷରୁ ଖେଳିବେ ପଠାନ୍ ବ୍ରଦର୍ସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ପଠାନ୍ ବ୍ରଦର୍ସ ନାମରେ ପରିଚିତ ଇରଫାନ୍ ପଠାନ୍ ଓ ୟୁସୁଫ୍ ପଠାନ୍ ସନ୍ନ୍ୟାସ ପରେ ପୁଣିଥରେ ଭାରତ ପକ୍ଷରୁ ଖେଳିବେ। କିଛି ଦିନ ତଳେ ୟୁସୁଫ୍ ପଠାନ୍ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଗତବର୍ଷ ଇରଫାନ୍ ପଠାନ୍ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏବେ ଏହି ଦୁଇ ଭାଇ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ। ଇରଫାନ୍ ନିଜ ବଡ଼ ଭାଇ ୟୁସୁଫଙ୍କ ସହ ନୀଳ ରଙ୍ଗର ଜର୍ସିରେ […]

ଅଦ୍ୟତନ ହୋଇଛି
ସନ୍ନ୍ୟାସ ପରେ ପୁଣି ଭାରତ ପକ୍ଷରୁ ଖେଳିବେ ପଠାନ୍ ବ୍ରଦର୍ସ

yusuf-and-irfan

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ପଠାନ୍ ବ୍ରଦର୍ସ ନାମରେ ପରିଚିତ ଇରଫାନ୍ ପଠାନ୍ ଓ ୟୁସୁଫ୍ ପଠାନ୍ ସନ୍ନ୍ୟାସ ପରେ ପୁଣିଥରେ ଭାରତ ପକ୍ଷରୁ ଖେଳିବେ। କିଛି ଦିନ ତଳେ ୟୁସୁଫ୍ ପଠାନ୍ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଗତବର୍ଷ ଇରଫାନ୍ ପଠାନ୍ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏବେ ଏହି ଦୁଇ ଭାଇ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ। ଇରଫାନ୍ ନିଜ ବଡ଼ ଭାଇ ୟୁସୁଫଙ୍କ ସହ ନୀଳ ରଙ୍ଗର ଜର୍ସିରେ ଏକ ଫଟୋ ସୋଶାଲ ମିଡିଆରେ ଶେୟାର୍ କରିଛନ୍ତି। ଏହା ସହ ଲେଖିଛନ୍ତି, ସନ୍ନ୍ୟାସ ପରର ଫଟୋ।

Advertisment

ଗତବର୍ଷ କରୋନା ଭାଇରସ୍ କାରଣରୁ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ ସ୍ଥଗିତ ହୋଇଥିଲା। ତେବେ ଏହି ସିରିଜ୍ ଆଜିଠାରୁ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ୨୦୨୦ରେ ୪ଟି ମ୍ୟାଚ୍ ପରେ ଟୁର୍ଣ୍ଣାମେଣ୍ଟକୁ ବାତିଲ୍ କରିଦିଆଯାଇଥିଲା। ଚଳିତ ବର୍ଷ ରାୟପୁରରେ ହେବାକୁଥିବା ଏହି ସିରିଜରେ ଅଷ୍ଟ୍ରେଲିଆ ଲିଜେଣ୍ଡସ୍ ଯାତ୍ରା ସମ୍ବନ୍ଧିତ ପ୍ରତିବନ୍ଧକ କାରଣରୁ ଭାଗ ନେଇପାରିବେ ନାହିଁ। ୬ ଟିମକୁ ନେଇ ଆୟୋଜିତ ଏହି ସିରିଜରେ ଦୁଇ ନୂଆ ଟିମ୍ ଭାବେ ଇଂଲଣ୍ଡ ଲିଜେଣ୍ଡସ୍ ଓ ବାଂଲାଦେଶ ଲିଜେଣ୍ଡସ୍ ସାମିଲ ହୋଇଛନ୍ତି। ପୂର୍ବତନ କ୍ୟାପଟେନ୍ କେଭିନ୍ ପିଟରସନ୍ ଇଂଲଣ୍ଡ ଲିଜେଣ୍ଡସ୍ ଓ ମହମ୍ମଦ ରଫିକ୍ ବାଂଲାଦେଶ ଲିଜେଣ୍ଡସର ନେତୃତ୍ୱ ନେବେ।

https://twitter.com/IrfanPathan/status/1367474723970375680?s=20

ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ନମନ ଓଝା, ବିନୟ କୁମାର ଓ ୟୁସୁଫ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଲିଜେଣ୍ଡସ୍ ଦଳରେ ସ୍ଥାନ ପାଇଛନ୍ତି। ବୀରେନ୍ଦ୍ର ସେହ୍ୱାଗ, ମହମ୍ମଦ କୈଫ୍ ଓ ଯୁବରାଜ ସିଂହଙ୍କ ଭଳି ଖେଳାଳି ଇଣ୍ଡିଆ ଲିଜେଣ୍ଡସ୍ ଟିମ୍ ପକ୍ଷରୁ ଖେଳିବେ। ଟିମର ନେତୃତ୍ୱ ନେବେ ସଚିନ୍ ତେନ୍ଦୁଲକର। ଅନ୍ୟପକ୍ଷରେ ବ୍ରାଏନ୍ ଲାରା ୱେଷ୍ଟଇଣ୍ଡିଜ୍, ଜଣ୍ଟି ରୋଡ୍ସ ଦକ୍ଷିଣ ଆଫ୍ରିକା ଓ ତିଲକରତ୍ନେ ଦିଲସାନ୍ ଶ୍ରୀଲଙ୍କା ଟିମର ନେତୃତ୍ୱ ନେବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe