Advertisment

ଜେଲ୍‌ ଯିବେ ଉଥାପ୍ପା! ଜାରି ହେଲା ଗିରଫ ଓ୍ୱାରେଣ୍ଟ

ରବିନ୍ ଉଥାପ୍ପା କର୍ମଚାରୀଙ୍କ ପ୍ରାୟ ୨୪ ଲକ୍ଷ ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
Robin Uthappa

Robin Uthappa

ଅଡୁଆରେ ଟିମ୍‌ ଇଣ୍ଡିଆରେ ପୂର୍ବତନ କ୍ରିକେଟର୍‌ ରବିନ୍‌ ଉଥାପ୍ପା। ତଙ୍କ ବିରୋଧରେ ଜାରି ହେଲା ଗିରଫ ଓ୍ୱାରେଣ୍ଟ। ପ୍ରଭିଡେଣ୍ଟ ଫଣ୍ଡରେ ହେର୍‌ଫେର୍‌ କରିଥିବା ନେଇ ଏହି ବ୍ୟାଟସ୍‌ ମ୍ୟାନ୍‌ଙ୍କ ବିରୋଧରେ ଅଭିଯୋଗ ରହିଛି।

Advertisment

ପ୍ରକୃତରେ ଉଥାପ୍ପାଙ୍କ ସେଞ୍ଚୁରିଜ୍‌ ଲାଇଫଷ୍ଟାଇଲ୍ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡ୍ ନାମକ ଏକ କମ୍ପାନୀ ରହିଛି। ଏହି କମ୍ପାନୀ କର୍ମଚାରୀଙ୍କ ବେତନରୁ କଟାଯାଇଥିବା ଟଙ୍କାକୁ ସେମାନଙ୍କ PF ଆକାଉଣ୍ଟରେ ଜମା କରି ନାହିଁ। ଯେଉଁ କାରଣରୁ ପ୍ରାୟ ୨୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି।

ରବିନ୍ ଉଥାପ୍ପା କର୍ମଚାରୀଙ୍କ ପ୍ରାୟ ୨୪ ଲକ୍ଷ ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି। ଏହି ଟଙ୍କା ପରିଶୋଧ କରିବାକୁ ଡିସେମ୍ବର ୨୭ ପର୍ଯ୍ୟନ୍ତ ଉଥାପ୍ପାଙ୍କୁ ସମୟ ଦିଆଯାଇଛି। ନଚେତ୍ ତାଙ୍କୁ ଗିରଫଦାରୀର ସମ୍ମୁଖୀନ ହେବାକୁ ପଡିପାରେ। ପିଏଫ୍ ଆଞ୍ଚଳିକ କମିଶନର ଶାଦକ୍ଷରୀ ଗୋପାଳ ରେଡ୍ଡୀ ଏହି ୱାରେଣ୍ଟ ଜାରି କରିଛନ୍ତି। ଏହି ୱାରେଣ୍ଟ ଜରି୍ରାରେ ପୁଲକେଶୀନଗର ପୁଲିସକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ପିଏଫ୍ କମିଶନର ଶାଦକ୍ଷରୀ ଗୋପାଳ ରେଡ୍ଡୀ ଡିସେମ୍ବର ୪ ରେ ପୁଲକେଶୀନଗର ପୁଲିସକୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଉଥାପ୍ପାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଥିଲା। କିନ୍ତୁ ଉଥାପ୍ପା ତାଙ୍କ ବାସସ୍ଥାନ ବଦଳାଇଥିବା ଦର୍ଶାଇ ପୁଲିସ ୱାରେଣ୍ଟକୁ ପିଏଫ କାର୍ଯ୍ୟାଳୟକୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏବେ ଅଧିକାରୀମାନେ ତଦନ୍ତ ଆଗକୁ ବଢ଼ାଇବା ପାଇଁ ବର୍ତ୍ତମାନ ଉଥାପ୍ପା କେଉଁଠାରେ ଅଛନ୍ତି ସେ ନେଇ ଅନୁସନ୍ଧାନ ଜାରି ରଖିଛନ୍ତି।

୩୯ ବର୍ଷୀୟ ରବିନ୍ ଉଥାପ୍ପା ଭାରତୀୟ କ୍ରିକେଟ୍‌ ଟିମ୍‌ର ଏକ ଲୋକପ୍ରିୟ ଚେହେରା। ସେ ଭାରତ ପାଇଁ ୪୬ଟି ODI ଏବଂ ୧୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ନାଁରେ ୫୪ଟି ଇନିଂସରେ ୧୧୮୩ ରନ୍ ସ୍କୋର କରିଥିବା ରେକର୍ଡ ରହିଛି। ଆନ୍ତର୍ଜାତୀୟ କ୍ରିକେଟ୍‌ରେ ତାଙ୍କ ନାମରେ ୭ଟି ଅର୍ଦ୍ଧଶତକ ରହିଛି। ଯେତେବେଳେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଅର୍ଥାତ୍ ୨୦୦୭ର ପ୍ରଥମ ସିଜନ୍ ଜିତିଥିଲା, ସେତେବେଳେ ଉଥାପ୍ପା ଦଳର ଷ୍ଟାର୍ ଓପନର୍ ଥିଲେ।

Cricket Robin Uthappa Arrest Warrants Issued