Advertisment

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ: ଏଥର ପୁଣି ସେହି ଅମ୍ପାୟାର

୨୦୧୯ ବିଶ୍ୱକପ ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୧୮ ରନରେ ଭାରତକୁ ପରାସ୍ତ କରି ଫାଇନାଲ ଟିକେଟ ପାଇଥିଲା।

author-image
Hemant Lenka
Run Out

Run Out

ଆସନ୍ତା ବୁଧବାର ଚଳିତ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡେରେ ଖେଳାଯିବ। ଭାରତର ମୁକାବିଲା ୨୦୧୯ ବିଶ୍ୱକପର ରନର୍ସ ଅପ ନ୍ୟୁଜିଲ୍ୟାଣ୍ଡ ସହ ହେବ। ଗୁରୁବାର ଖେଳା ଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ।

Advertisment

୨୦୧୯ ବିଶ୍ୱକପ ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୧୮ ରନରେ ଭାରତକୁ ପରାସ୍ତ କରି ଫାଇନାଲ ଟିକେଟ ପାଇଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ରନ ଆଉଟ ଭାରତର ସବୁ ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲା। ଏବେ ନ୍ୟୁଜିଲ୍ୟାଣ୍ଡ ସହ ୨୦୧୯ର ହିସାବ ବରାବର କରିବାକୁ ବୁଧବାର ଭାରତ ପାଖରେ ସୁଯୋଗ ରହିଛି।

ସେପେଟେ ଦୁଇଟି ଯାକ ସେମି ସେମିଫାଇନାଲ ପାଇଁ ଆଜି ଆଇସିସି ପକ୍ଷରୁ ଅମ୍ପାୟାର ଓ ମ୍ୟାଚ୍‌ ଅଫିସିଆଲଙ୍କ ନାଁ ଘୋଷଣା କରାଯାଇଛି। ଆଇସିସିର ଘୋଷଣା ଅନୁଯାୟୀ, ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ଫିଲ୍ଡ ଅମ୍ପାୟାର ରହିବେ ଅଷ୍ଟ୍ରେଲିଆର ରୋଡ୍ ଟକର୍ ଓ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗୱର୍ଥ।

Advertisment

ଏହା ଅମ୍ପାୟାର ଭାବେ ଏହା ଟକରଙ୍କ ୧୦୦ତମ ମ୍ୟାଚ। ତେଣୁ ତାଙ୍କ ପାଇଁ ସେମି ଫାଇନାଲ ମ୍ୟାଚ୍‌ରେ ଅମ୍ପାୟାରିଂ କରିବା ବେଶ ସ୍ୱତନ୍ତ୍ର। ଭାରତ ପାଇଁ ମଧ୍ୟ ବୁଧବାର ବେଶ ଖାସ ରହିବ। କାରଣ ୨୦୧୯ରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ବେଳେ ଯେଉଁ ରିଚାର୍ଡ ଅମ୍ପାରିଂ କରୁଥିଲେ, ସେ ବୁଧବାର ମ୍ୟାଚ୍‌ ପାଇଁ ମଧ୍ୟ ଦାୟିତ୍ୱ ପାଇଛନ୍ତି।

ଉକ୍ତ ମ୍ୟାଚ୍‌ରେ ଦ୍ୱିତୀୟ ଫିଲ୍ଡ ଅମ୍ପାୟାର ଥିଲେ ରିଚାର୍ଡ କ୍ୟାଟେଲବ୍ରଗ। ସେହିପରି ରୋଡ ଟକର ତୃତୀୟ ଅମ୍ପାୟାର ରହିଥିଲେ। ଏହି ମ୍ୟାଚ୍‌ରେ ଭାରତ ୧୮ରେ ହାରି ବିଶ୍ୱକପରୁ ବାଦ ପଡ଼ିଥିଲେ। ମହେନ୍ଦ୍ର ସିଂହ ଧୋନି ସିଧା ଥ୍ରୋରେ ରନ ଆଉଟ ହେବା ବେଳେ କ୍ୟାଟେଲବ୍ରଗଙ୍କ ଏକ୍ସପ୍ରେସନ ଚାରିଆଡ଼େ ଭାଇରାଲ ହୋଇଥିଲା।

ଧୋନି ରନ ଆଉଟ ହେବା ବେଳେ ସେ ଲେଗ ଅମ୍ପାୟାର ଭୂମିକାରେ ଥିଲେ। ଟକର ତୃତୀୟ ଅମ୍ପାୟାର ଭାବେ ନିଷ୍ପତ୍ତି ଶୁଣାଇଥିଲେ। ଏହି ସମୟରେ ରିର୍ଚାଡ ଇଲିଙ୍ଗୱର୍ଥ ମେନ ଅମ୍ପାୟାର ରହିଥିଲେ। ତେଣୁ ଟକର ଓ ରିଚାର୍ଡ ଇଲିଙ୍ଗୱାର୍ଥ ପୁଣି ଭାରତ ମ୍ୟାଚ୍‌କୁ ପରିଚାଳନା କରିବାକୁ ଯାଉଛନ୍ତି। 

କିନ୍ତୁ ଏଥର ରିଚାର୍ଡ କ୍ୟାଟେଲବ୍ରଗ ଦ୍ୱିତୀୟ ସେମି ଫାଇନାଲରେ ଅମ୍ପାୟାରିଂ କରିବେ। ତାଙ୍କ ସହ ଭାରତର ନୀତୀନ ମେନନ ଫିଲ୍ଡ ଅମ୍ପାୟାର ଦାୟିତ୍ୱରେ ରହିବେ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ତୃତୀୟ ଅମ୍ପାୟାର ରହିବେ ଜୋଏଲ ୱିଲସନ। ୪ର୍ଥ ଅମ୍ପାୟାର ଦାୟିତ୍ୱ ଆଣ୍ଡ୍ରିଆନ ହୋଲ୍ଡଷ୍ଟକଙ୍କୁ ମିଳିଛି।

ସେମି ଫାଇନାଲ ୧ର ଅଫିସିଆଲ ଲିଷ୍ଟ

ଫିଲ୍ଡ ଅମ୍ପାୟାର୍- ରିଚାର୍ଡ ଇଲିଙ୍ଗୱର୍ଥ ଏବଂ ରୋଡ୍ ଟକର୍

ତୃତୀୟ ଅମ୍ପାୟାର-ଜୋଏଲ ୱିଲସନ

୪ର୍ଥ ଅମ୍ପାୟାର- ଆଣ୍ଡ୍ରିଆନ ହୋଲ୍ଡଷ୍ଟକ

ମ୍ୟାଚ୍‌ ରେଫରୀ-ଆଣ୍ଡି ପାଇକ୍ରଫ୍ଟ

ସେମି ଫାଇନାଲ ୨ର ଅଫିସିଆଲ ଲିଷ୍ଟ

ଫିଲ୍ଡ ଅମ୍ପାୟାର୍- ରିଚାର୍ଡ କ୍ୟାଟେଲବ୍ରଗ ଓ ନୀତୀନ ମେନନ୍

ତୃତୀୟ ଅମ୍ପାୟାର- କ୍ରିସ୍ ଗାଫ୍ନି

ଚତୁର୍ଥ ଅମ୍ପାୟାର- ମାଇକେଲ୍ ଗଗ୍

ମ୍ୟାଚ୍ ରେଫରୀ- ଜଭାଗଲ ଶ୍ରୀନାଥ

ICC ICC Men’s Cricket World Cup 2023 ICC World Cup 2023 ICC World Cup