Advertisment

ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ, ଆଫଗାନିସ୍ତାନକୁ ମାତ ଦେଲା ଭାରତ

ଆଜିର ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ଅପରାଜିତ ୫୫ ରନର ଇନିଂସ ଖେଳିଛନ୍ତି। ବିରାଟ ଆଜି ତାଙ୍କ କ୍ୟାରିୟରର ୬୮ତମ ଅର୍ଦ୍ଧଶତକ ହାସଲ କରିଥିଲେ।

Virat

Virat

Advertisment

ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍‌ରେ ଗର୍ଜିଛି ଟିମ ଇଣ୍ତିଆର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ। ରୋହିତଙ୍କ ରେକର୍ଡ ୧୩୧ ରନର ଇନିଂସ ବଳରେ ଭାରତୀୟ ଟିମ ଆଜି ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଛି। ଆଫଗାନିସ୍ତାନ ଦେଇଥିବା ୨୭୩ ରନର ଟାର୍ଗେଟକୁ ଭାରତୀୟ ଟିମ ୨ ୱିକେଟ ହରାଇ ୯୦ ବଲ୍‌ ପୂର୍ବରୁ ହାସଲ କରି ନେଇଛି। ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ନ୍ୟୁଜିଲ୍ୟାଣ୍ଡ ପୂର୍ବ ଭଳି ପ୍ରଥମ ସ୍ଥାନରେ ରହିଛି। 

Advertisment

ଆଜିର ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ଅପରାଜିତ ୫୫ ରନର ଇନିଂସ ଖେଳିଛନ୍ତି। ବିରାଟ ଆଜି ତାଙ୍କ କ୍ୟାରିୟରର ୬୮ତମ ଅର୍ଦ୍ଧଶତକ ହାସଲ କରିଥିଲେ।

ସେ ୫୫ ବଲରେ ଆଜି ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ବିଶ୍ୱକପରେ ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ। ଭାରତକୁ ଜିତିବା ପାଇଁ ୪ ରନର ଆବଶ୍ୟକ ଥିବା ବେଳେ ବିରାଟ ଚୌକା ମାରି ମ୍ୟାଚ ଶେଷ କରିଛନ୍ତି। ତେବେ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିବା ରୋହିତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି। 

Advertisment

ଚଳିତ ବିଶ୍ୱକପରେ ଏହା ଭାରତର କ୍ରମାଗତ ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଥିଲା। ଏବେ ଭାରତୀୟ ଟିମ ଶନିବାର ଚୀରପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଆଫଗାନର ଅଧିନାୟକ ହଶମତୁଲ୍ଲା ଶାହିଦି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଅଜମତୁଲ୍ଲା ଓମରଜାଇଙ୍କ ୬୨ ଓ ଶାହିଦିଙ୍କ ୮୦ ରନ ବଳରେ ଆଫଗାନିସ୍ତାନ ୮ ୱିକେଟ ହରାଇ ୨୭୨ ରନ କରିଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୪ଟି ୱିକେଟ ନେଇଥିଲେ। 

୨୭୩ ରନର ପିଛା କରୁଥିବା ଭାରତ ପାଇଁ ରୋହିତ ଶର୍ମା ଓ ଈଶାନ କିଶନ ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ଈଶାନ ଶଟ ମାରିରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପ୍ରଥମେ ସେ ୩୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। ରୋହିତ ବ୍ୟକ୍ତିଗତ ୭୦ ରନରେ ପହଞ୍ଚିଲା ବେଳକୁ ଈଶାନ ୧୦ ରନ କରିଥିଲେ।

ଏତିକି ବେଳେ ଈଶାନ ମଧ୍ୟ ଗିୟର ବଦଳାଇ ଆଫଗାନ ସ୍ପିନରମାନଙ୍କୁ ଆଟା କରିଥିଲେ। ସେ ୫ଟି ଚୌକା ଓ ୨ଟି ଛକା ବଳରେ ୪୭ ବଲରେ ୪୭ ରନ କରି ରାଶଦ ଖାନଙ୍କ ବଲରେ ଆଉଟ ହୋଇଥିଲେ।

ଈଶାନ ଆଉଟ ହୋଇଥିଲେ ମଧ୍ୟ ରୋହିତ ତାଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ସେ ମାତ୍ର ୬୩ ବଲରେ ନିଜର ଶତକ ହାସଲ କରିଥିଲେ। ଦିନିକିଆ ବିଶ୍ୱକରେ ଏହା ରୋହିତଙ୍କ ୭ମ ଶତକ। ଏହାପୂର୍ବରୁ କେହି ବି ଏମିତି ରେକର୍ଡ କରି ନଥିଲେ।

ରୋହିତ ଶତକ ହାସଲ କରିବା ପରେ ଆଉ କିଛି ବଡ଼ ଶଟ ଖେଳିଥିଲେ। ଦଳୀୟ ସ୍କୋର ୨୦୫ ଥିବା ବେଳେ ବ୍ୟକ୍ତିଗତ ୧୩୧ ରନ କରି ରୋହିତ ଆଉଟ ହୋଇ ଯାଇଥିଲେ। ତାଙ୍କ ୱିକେଟ ମଧ୍ୟ ରାଶିଦ ନେଇଥିଲେ। ରୋହିତ ତାଙ୍କ ଇନିଂସରେ ୮୪ ବଲରେ ସମ୍ମୁଖୀନ ହୋଇ ୧୬ଟି ଚୌକା ଓ ୫ଟି ଛକା ମାରିଛନ୍ତି।

ରୋହିତ ଆଉଟ ହେବା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ବାକି କାମ ଶେଷ କରିଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଆୟାର ମଧ୍ୟ ମୁଜୀବ ଉର ରହମନଙ୍କୁ ୧୦୧ ମିଟର ଦୂରତାକୁ ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

ବିରାଟ ୫୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିବା ବେଳକୁ ଦଳକୁ ଜିତିବା ପାଇଁ ୪ ରନର ଆବଶ୍ୟକ ରହିଥିଲେ। ଏତିକି ବେଳେ ସେ ଚୌକା ମାରି ମ୍ୟାଚ୍‌ ଶେଷ କରିଥିଲେ। ବିରାଟ ଶେଷ ଯାଏ ୫୫ ଓ ଆୟର ୨୩ ବଲରେ ୨୫ ରନ କରି ଅପରାଜିତ ରହିଥିଲେ।

Virat Kohli Rohit Sharma ICC ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe