Virat Kohli and Rohit Sharma
ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ କ୍ରିକେଟ୍ରେ ଫାଇନାଲ୍ରେ ହାରିଯିବା ପରେ କାନ୍ଦି ଥିଲେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି। ବିଶ୍ୱକପ୍ କ୍ରିକେଟ୍ ଟିମ୍ର ସଦସ୍ୟ ଥିବା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି କଥା କହିଛନ୍ତି।
ଅଶ୍ୱିନ କହିଛନ୍ତି, ଆମକୁ ବହୁତ ଦୁଃଖ ଲାଗିଥିଲା। ରୋହିତ ଓ ବିରାଟ କାନ୍ଦି ଥିଲେ। ସେ ଯାହା ହେଉ, ତାକୁ ନେଇ ଆଉ ଅଧିକ ଭାବିବା କଥା ନୁହେଁ। ଏହି ଟିମ୍ ଏକ ଅନୁଭୂତି ସଂପନ୍ନ ଟିମ୍ ଥିଲା। ଦଳର ପ୍ରତ୍ୟେକ ସଦସ୍ୟ ସେମାନଙ୍କ ଦାୟିତ୍ୱ ସଂପର୍କରେ ବେଶ୍ ଭଲ ଭାବେ ଅବଗତ ଥିଲେ।
ସେ କହିଛନ୍ତି, ଯେତେବେଳେ ଭାରତୀୟ କ୍ରିକେଟର କଥା ଉଠେ, ସମସ୍ତେ କହିବେ ଯେ ମହେନ୍ଦ୍ର ସିଂହ ଧୋନି ଅନ୍ୟତମ ଶ୍ରେଷ୍ଠ ଅଧିନାୟକ। ସେହିଭଳି ରୋହିତ ଶର୍ମା ଜଣେ ବଢ଼ିଆ ବ୍ୟକ୍ତି। ସେ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ବୁଝିପାରନ୍ତି। ଦଳର ପ୍ରତିଟି ସଦସ୍ୟଙ୍କ ପସନ୍ଦ ନାପସନ୍ଦ ସଂପର୍କରେ ସେ ଅବଗତ। ସେ ସବୁ କଥା ବୁଝିପାରନ୍ତି।
ଏଥର ବିଶ୍ୱକପ୍ କ୍ରିକେଟରେ ଭାରତ ଭଲ ଖେଳିଥିଲା। ଦଳ ସବୁ ଲିଗ୍ ମ୍ୟାଚ୍ ଜିତି ସେମି ଫାଇନାଲରେ ପହଞ୍ଚି ଥିଲା। ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଦଳ ଫାଇନାଲରେ ପହଞ୍ଚିଥିଲା। କିନ୍ତୁ ଫାଇନାଲରେ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ଦଳ ବିଶ୍ୱକପ୍ ଜିତି ନଥିଲେ ବି ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲା। ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ନେତୃତ୍ୱକୁ ସମସ୍ତେ ପ୍ରଶଂସା କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1701345420.jpg)