Advertisment

ଜୟବର୍ଦ୍ଧନେଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ଗତକାଲି ପୋର୍ଟ ଅଫ୍ ସ୍ପେନ୍‌ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ରୋହିତ ୧୦ ରନ୍ ଅତିକ୍ରମ କରିବା ସହିତ ଜୟବର୍ଦ୍ଧନେଙ୍କ ରେକର୍ଡ ଭାଙ୍ଗି ଥିଲେ।

Rohit Sharma

Rohit Sharma

Advertisment

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ନାଁରେ ଯୋଡ଼ି ହୋଇଛି ଏକ ନୂଆ ରେକର୍ଡ। ଟେଷ୍ଟ କ୍ରିକେଟରେ ସେ ଲଗାତାର ୩୦ ଥର ପାଇଁ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିଛନ୍ତି। ଏହା ସହିତ ସେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟର ମାହେଲା ଜୟବର୍ଦ୍ଧନେଙ୍କ ରେକର୍ଡ ଭାଙ୍ଗିଛନ୍ତି। ଜୟବର୍ଦ୍ଧନେ ଟେଷ୍ଟ କ୍ରିକେଟରେ ଲଗାତାର ୨୯ ଥର ପାଇଁ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିଥିଲେ।

Advertisment

ଗତକାଲି ପୋର୍ଟ ଅଫ୍ ସ୍ପେନ୍‌ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ରୋହିତ ୧୦ ରନ୍ ଅତିକ୍ରମ କରିବା ସହିତ ଜୟବର୍ଦ୍ଧନେଙ୍କ ରେକର୍ଡ ଭାଙ୍ଗି ଥିଲେ। ଗତକାଲି ମ୍ୟାଚ୍‌ରେ ରୋହିତ ୫୭ ରନ୍ କରି ଆଉଟ୍ ହୋଇଥିଲେ।

ଟେଷ୍ଟ କ୍ରିକେଟର ଗତ ୩୦ଟି ଇନିଂସରେ ୧୨, ୧୬୧, ୨୬, ୬୬, ୨୫ (ନଟ୍‌ଆଉଟ୍‌), ୪୯, ୩୪, ୩୦, ୩୬, ୧୨ (ନଟ୍‌ଆଉଟ୍‌), ୮୩, ୨୧, ୧୯, ୫୯, ୧୧, ୧୨୭, ୨୯, ୧୫, ୪୬, ୧୨୦, ୩୨, ୩୧, ୧୨, ୧୨, ୩୫,୧୫,୪୩,୧୦୩,୮୦ ଓ ୫୭।

Advertisment

ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦୁଇଟି ଯାକ ଇନିଂସରେ ରୋହିତ ଅର୍ଦ୍ଧଶତକ (୮୦ ଓ ୫୭) ହାସଲ କରିଛନ୍ତି। ପ୍ରଥମ ଟେଷ୍ଟରେ ସେ ଶତକ ମଧ୍ୟ ମାରିଥିଲେ।

Indian Cricket Team India Vs West Indies Rohit Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe