Advertisment

ରୋହିତ ଶର୍ମାଙ୍କ ବ୍ୟାଟରୁ ଛକା ବର୍ଷା, ବିରାଟ ଆଉଟ

ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୪୨ ଓଭର ବ୍ୟାଟିଂ କରିଥିଲେ ମଧ୍ୟ ଗୋଟିଏ ହେଲେ ଛକା ମାରିବାକୁ ସକ୍ଷମ ହୋଇ ନଥିଲା। ପୂରା ଦଳ ୧୯୧ ରନ କରି ଅଲଆଉଟ ହୋଇ ଯାଇଥିଲା

ଅଦ୍ୟତନ ହୋଇଛି
Rohit

Rohit

Advertisment

ଛକା ମାରିବାରେ ରେକର୍ଡ କରିଥିବା ରୋହିତ ଶର୍ମାଙ୍କ ବ୍ୟାଟ୍‌ ପାକିସ୍ତାନ ବିପକ୍ଷରେ ମଧ୍ୟ ଗର୍ଜିଛି। ତାଙ୍କ ବ୍ୟାଟ୍‌ରୁ ବାହାରିଛି ଗୋଟିଏ ପରେ ଗୋଟିଏ ଛକା। ସେ ପୂରା ମ୍ୟାଚ୍‌ରେ ପ୍ରଥମ ଛକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି। ଶାହୀନ ଶାହ ଆଫ୍ରିଦି ପକାଇଥିବା ବାଉନ୍ସରକୁ ରୋହିତ ବାଉଣ୍ଡରୀ ବାହାରକୁ ପକାଇ ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି।

Advertisment

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଏହା ପ୍ରଥମ ଛକା ଥିଲା। କାରଣ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୪୨ ଓଭର ବ୍ୟାଟିଂ କରିଥିଲେ ମଧ୍ୟ ଗୋଟିଏ ହେଲେ ଛକା ମାରିବାକୁ ସକ୍ଷମ ହୋଇ ନଥିଲା। ପୂରା ଦଳ ୧୯୧ ରନ କରି ଅଲଆଉଟ ହୋଇ ଯାଇଥିଲା।

୧୯୨ ରନର ପିଛା କରୁଥିବା ଭାରତ ବିସ୍ଫୋରକ ଷ୍ଟାଇଲରେ ଇନିଂସ ଆରମ୍ଭ କରିଛି। ଶୁବମନ ଗିଲ୍‌ ୧୧ ବଲରେ ୪ ଚୌକା ସହ ୧୬ ରନ କରିବା ପରେ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଯାଇଛନ୍ତି।

Advertisment

ଏହାପରେ ରୋହିତ ଓ ବିରାଟ ଦ୍ରୁତଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଛି। ସେ ଆଫ୍ରିଦିଙ୍କୁ ପ୍ରଥମ ଛକା ମାରିଥିବା ବେଳେ ମହମ୍ମଦ ନୱାଜଙ୍କୁ ଦ୍ୱିତୀୟ ଛକା ମାରିଥିଲେ। ଏହାପରେ ହାରିଶ ରୌଫଙ୍କ ଗୋଟିଏ ଓଭର୍‌ରେ ରୋହିତ ୨ଟି ଛକା ମାରିଛନ୍ତି। 

ତେବେ ବିରାଟ ବଡ଼ ଶଟ ଖେଳିବାକୁ ଯାଇ ହାସନ ଅଲୀଙ୍କ ବଲରେ ଆଉଟ ହୋଇଯାଇଛନ୍ତି। ତେବେ ରୋହିତ କ୍ରିଜ୍‌ରେ ରହିଛନ୍ତି। 

ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୦ ଓଭର୍‌ରେ ୨ ୱିକେଟ ହରାଇ ୭୯ ରନ କରି ନେଇଛି। ରୋହିତ ଶର୍ମା ୩୦ ବଲରେ ୪ ଛକା ଓ ୨ ଚୌକା ସହ ୪୫ ରନ କରିଛନ୍ତି। 

Rohit Sharma ICC India Vs Pakistan ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe