Advertisment

ଭାରତ-ପାକିସ୍ତାନ ଲଢ଼େଇ: ଛକା ମାରି ୫୦ତମ ୫୦ ହାସଲ କଲେ ରୋହିତ ଶର୍ମା

ଶଦାବ ବୋଲିଂ କରିବାକୁ ଆସିବା ପୂର୍ବରୁ ରୋହିତ ୪୧ ବଲରେ ୪୪ ରନ କରି ଅପରାଜିତ ରହିଥିଲେ। କିନ୍ତୁ ୧୫ତମ ଓଭରର ପ୍ରଥମ ବଲରେ ସେ ଛକା ମାରି ନିଜର ୫୦ ରନ ପୂରଣ କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Rohit

Rohit

ଶୁବମନ ଗିଲଙ୍କ ଭଳି ରୋହିତ ଶର୍ମା ମଧ୍ୟ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ସ୍ପିନର ଶଦାବ ଖାନଙ୍କୁ ଛକା ମାରି ଚଳିତ ଏସିଆ କପରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହାପୂର୍ବରୁ ନେପାଳ ବିପକ୍ଷରେ ଉଭୟ ଗିଲ୍‌ ଓ ରୋହିତ ଅର୍ଦ୍ଧଶତକ ସଲ କରିଥିଲେ।

Advertisment

ଶଦାବ ବୋଲିଂ କରିବାକୁ ଆସିବା ପୂର୍ବରୁ ରୋହିତ ୪୧ ବଲରେ ୪୪ ରନ କରି ଅପରାଜିତ ରହିଥିଲେ। କିନ୍ତୁ ୧୫ତମ ଓଭରର ପ୍ରଥମ ବଲରେ ସେ ଛକା ମାରି ନିଜର ୫୦ ରନ ପୂରଣ କରିଥିଲେ। ଏହାପରେ ସେ ପୁଣି ଚୌକା ମାରିଥିଲେ। ଶଦାବଙ୍କ ପ୍ରଥମ ଓଭରରେ ମଧ୍ୟ ରୋହିତ ୨ଟି ଛକା ଓ ଗୋଟିଏ ଚୌକା ମାରିଥିଲେ।

୪୯ ବଲର ସମ୍ମୁଖୀନ ହୋଇଥିବା ରୋହିତ ୫୬ ରନ କରି ଆଉଟ ହୋଇଛନ୍ତି। ସେ ତାଙ୍କ ଇନିଂସରେ ୪ଟି ଛକା ଓ ୬ଟି ଚୌକା ମାରିଛନ୍ତି। ଏହାର ଅର୍ଥ ସେ ୫୬ ରନରୁ ୪୮ ରନ କେବଳ ବାଉଣ୍ଡରୀରୁ ହାସଲ କରିଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହା ରୋହିତଙ୍କ ୫୦ତମ ଦିନିକିଆ ଅର୍ଦ୍ଧଶତକ। ସେ ଏହାକୁ ବେଶ ସ୍ମରଣୀୟ ଓ ଦମଦାର ଷ୍ଟାଇଲରେ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷରେ ସେ ନିଜର ୫୦ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିବା ଗୋଟିଏ ବଡ଼ ଉପଲବ୍ଧି ଭାବେ ବିବେଚିତ ହୋଇଛି। ତେବେ ସେ ପୁଣି ସେହି ଶଦାବ ଖାନଙ୍କୁ ଛକା ମାରିବାକୁ ଚେଷ୍ଟା କରି ଆଉଟ ହୋଇଯାଇଛନ୍ତି। ରୋହିତ ୪୯ ବଲରେ ୫୬ ରନ କରି ପ୍ୟାଭିଲିୟନ ଫେରିଛନ୍ତି। 

ରୋହିତ ଶର୍ମାଙ୍କ ପୂର୍ବରୁ ଗିଲ୍‌ ୩୭ ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପାକିସ୍ତାନ ବିପକ୍ଷରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୬.୪ ଓଭରରେ ଗୋଟିଏ ୱିକେଟ ହରାଇ କୌଣସି ୱିକେଟ ହରାଇ ୧୨୧ ରନ କରିଛି। ଗିଲ୍‌ (୫୫) ଓ ବିରାଟ କୋହଲି ବ୍ୟାଟିଂ କରୁଛନ୍ତି।

Rohit Sharma Asia Cup Cricket