Advertisment

ୱେଷ୍ଟଇଣ୍ଡିଜ ବିପକ୍ଷ ଐତିହାସିକ ଟେଷ୍ଟ: ରୋହିତ ଓ ଯଶସ୍ୱୀଙ୍କ ଅର୍ଦ୍ଧଶତକ

ବିରାଟ କୋହଲି ମଧ୍ୟ ଆଜି ନିଜର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଛନ୍ତି। ଏହା ବିରାଟଙ୍କ ୧୧୧ତମ ଟେଷ୍ଟ ମ୍ୟାଚ୍‌।

Rohit

Rohit

Advertisment

ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଆଜି ଠାରୁ ପୋର୍ଟ ଅଫ ସ୍ପେନରେ ୧୦୦ତମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ବେଶ ସହଜରେ ଜିତି ସାରିଥିବା ଟିମ ଇଣ୍ଡିଆ ଐତିହାସିକ ଟେଷ୍ଟରେ ମଧ୍ୟ ନିଜର ଦବଦବା ଦେଖାଇଛି।

Advertisment

ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆ ପ୍ରଥମ ସେସନ୍ସ ସୁଦ୍ଧା କୌଣସି ୱିକେଟ ନ ହରାଇ ୧୨୧ ରନ କରି ନେଇଛି। ଅଧିନାୟକ ରୋହିତ ଶର୍ମା ଓ ପ୍ରଥମ ମ୍ୟାଚ୍‌ର ହିରୋ ଯଶସ୍ୱୀ ଜୈସୱାଲ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଲଞ୍ଚ ସୁଦ୍ଧା ରୋହିତ ୧୦୨ ବଲରେ ୬୩ ଓ ଯଶସ୍ୱୀ ୫୬ ବଲରେ ୫୨ ରନ କରି ଅପରାଜିତ ରହିଛନ୍ତି। ରୋହିତ ତାଙ୍କ ଇନିଂସରେ ଏଯାଏ ୬ଟି ଚୌକା ଓ ୨ଟି ଛକା ମାରିଛନ୍ତି। ସେହିପରି ଯଶସ୍ୱୀ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

Advertisment

ଦୁଇ ବ୍ୟାଟର ବେଶ ଚମତ୍କାର ଢଙ୍ଗରେ ଖେଳିବା ସହ ଭାରତ ପ୍ରଥମ ସେସନ୍ସରେ ୱିଷ୍ଟେଇଣ୍ଡିଜକୁ ବିପର୍ଯ୍ୟୟ ସୃଷ୍ଟି କରିବାର କୌଣସି ସୁଯୋଗ ଦେଇନାହାନ୍ତି। ଇଣ୍ଡିଜ ବୋଲରମାନେ ମୋଟ ୨୬ ଓଭର ବୋଲିଂ କରିଥିବା ବେଳେ ଦୁଇ ବ୍ୟାଟର ୪.୬୫ ହାରରେ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ବିନା କୌଣସି କ୍ଷତିରେ ୧୨୧ରେ ପହଞ୍ଚାଇ ଦେଇଛନ୍ତି।

ଭାରତ ଓ ଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ଏହି ୧୦୦ତମ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ଦ୍ରୁତ ବୋଲର ମୁକେଶ କୁମାର ଡେବ୍ୟୁ କରିଛନ୍ତି। ସେ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଆଜି ସୁଯୋଗ ପାଇଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ ଦୀର୍ଘ ୭୪ ବର୍ଷ ତଳେ ପ୍ରଥମଥର ପାଇଁ ପରସ୍ପରକୁ ଟେଷ୍ଟ କ୍ରିକେଟରେ ଭେଟିଥିଲେ। ଏବେ ଦୁଇ ଦଳ ପରସ୍ପର ମଧ୍ୟରେ ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି।

ବିରାଟ କୋହଲି ମଧ୍ୟ ଆଜି ନିଜର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଛନ୍ତି। ଏହା ବିରାଟଙ୍କ ୧୧୧ତମ ଟେଷ୍ଟ ମ୍ୟାଚ୍‌। ବିରାଟଙ୍କ ଏହି ସ୍ମରଣୀୟ ମ୍ୟାଚ୍‌ରେ ମୁକେଶ କୁମାର ଡେବ୍ୟୁ କରିଛନ୍ତି। ବିହାରରେ ଜନ୍ମିତ ମୁକେଶ କୁମାର ବେଙ୍ଗଲ ପଟୁ ରଣଜୀ ମ୍ୟାଚ୍‌ ଖେଳନ୍ତି।

Indian Cricket Team Rohit Sharma Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe