Advertisment

ଏସିଆ କପ: ରୋହିତ ଓ ବିରାଟଙ୍କୁ କ୍ଲିନବୋଲ୍ଡ କଲେ ଆଫ୍ରିଦି

ଭାରତ ପାଇଁ ରୋହିତ ଓ ଶୁବମନ ଗିଲ୍‌ ଆଜି ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ରୋହିତ ସତର୍କତାର ସହ ବ୍ୟାଟିଂ କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Rohit

Rohit

ଏସିଆ କପ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ଭାରତ ଆରମ୍ଭରୁ ଡବଲ ଝଟକା ପାଇଛି। ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆ ତା’ର ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ହରାଇଛି। ଉଭୟଙ୍କୁ ବାମହାତୀ ପାକ୍‌ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି କ୍ଲିନବୋଲ୍ଡ କରିଛନ୍ତି।

Advertisment

ଭାରତ ପାଇଁ ରୋହିତ ଓ ଶୁବମନ ଗିଲ୍‌ ଆଜି ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ରୋହିତ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୪.୨ ଓଭର ସୁଦ୍ଧା ୧୫ ରନରେ ପହଞ୍ଚାଇ ଦେଇଥିଲେ। ଏହାପରେ ବର୍ଷା ହେବାରୁ ଖେଳକୁ ବନ୍ଦ କରାଯାଇଥିଲା।

କିଛି ସମୟରେ ବିରତୀ ପରେ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ସେହି ଓଭର୍‌ର ଶେଷ ବଲରେ ରୋହିତ(୧୧)ଙ୍କୁ ଆଫ୍ରିଦି କ୍ଲିନବୋଲ୍ଡ କରି ଦେଇଥିଲେ। ଏହାପରେ ବିରାଟ କୋହଲି ଆସିଥିଲେ। ସେ ନଶୀମ ଶାହଙ୍କୁ ଚୌକା ମାରି ନିଜର ଦକ୍ଷତା ଦେଖାଇଥିଲେ। କିନ୍ତୁ ଆଫ୍ରିଦି ୬ଷ୍ଠ ଓଭର୍‌ର ୩ୟ ବଲରେ ବିରାଟ(୪)ଙ୍କୁ ବୋଲ୍ଡ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଆଫ୍ରିଦିଙ୍କ ଘାତକ ବୋଲିଂରେ ଭାରତୀୟ ବ୍ୟାଟର ସଂଘର୍ଷ କରିବାରେ ଲାଗିଛନ୍ତି। 

Advertisment

ଶ୍ରେସୟ ଆୟର ଭଲ ଲୟରେ ଥିଲେ ମଧ୍ୟ କେବଳ ୧୪ ରନ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ ହାରିସ ରୌଫ ଆଉଟ କରିଛନ୍ତି। 

ଏବେ ଶୁବମନ ଗିଲ ୨୧ ବଲରେ ୬ ଓ ଈଶାନ କିଶନ କରି ବ୍ୟାଟିଂ କରୁଛନ୍ତି। ଭାରତ ୧୦ ଓଭର ସୁଦ୍ଧା ୩ ୱିକେଟ ହରାଇ ୪୮ ରନ କରିଛି।

Cricket India Vs Pakistan Asia Cup Cricket Asia Cup 2023