Advertisment

ଏହି ସଦସ୍ୟଙ୍କୁ ଟିମରେ ରଖିବାକୁ ଗମ୍ଭୀରଙ୍କୁ ଅନୁରୋଧ କରିଥିଲେ ରୋହିତ, ରାଜି ହେଲା ବିସିସିଆଇ

ରୋହିତ ଓ ବିରାଟ ଅବସର ଘୋଷଣା କରିବା ପୂର୍ବରୁ ବିସିସିଆଇ ଭାରତୀୟ ଟିମର ଆସିସଷ୍ଟାଣ୍ଟ କୋଚ ଅଭିଷେକ ନାୟର ଓ ଫିଲ୍ଡିଂ କୋଚ ଟି ଦିଲୀପଙ୍କୁ ବିଦା କରି ଦେଇଥିଲା।

Rohit

Rohit

Advertisment

ଜୁନ ୨୦ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହି ସିରିଜ ସହ ଭାରତ ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅଭିଯାନ ଆରମ୍ଭ ମଧ୍ୟ କରିବ। ଏହା ବ୍ୟତୀତ ପ୍ରଥମଥର ପାଇଁ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟଙ୍କ କୋହଲିଙ୍କ ଅବସର ପରେ ଭାରତୀୟ ଟିମ ଇଂଲଣ୍ଡରେ କୌଣସି ଟେଷ୍ଟ ସିରିଜ ଖେଳିବ। ଶୁବମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଟିମର ନୂଆ ଅଧିନାୟକ କରାଯାଇଥିବା ବେଳେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମର ନୂଆ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହେବ।

Advertisment

ରୋହିତ ଓ ବିରାଟ ଅବସର ଘୋଷଣା କରିବା ପୂର୍ବରୁ ବିସିସିଆଇ ଭାରତୀୟ ଟିମର ଆସିସଷ୍ଟାଣ୍ଟ କୋଚ ଅଭିଷେକ ନାୟର ଓ ଫିଲ୍ଡିଂ କୋଚ ଟି ଦିଲୀପଙ୍କୁ ବିଦା କରି ଦେଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ବିସିସିଆଇ ପୁଣି ଥରେ ଦିଲୀପଙ୍କୁ ଭାରତୀୟ ଟିମର ଫିଲ୍ଡିଂ କୋଚ୍‌ ଭାବେ ନିଯୁକ୍ତି ଦେବାକୁ ରାଜି ହୋଇଛି। ଇଂଲଣ୍ଡ ଟୁରରେ ସେ ଦଳର ଫିଲ୍ଡିଂ କୋଚ ଦାୟିତ୍ୱରେ ରହିବେ।

ପିଟିଆଇର ରିପୋର୍ଟ ଅନୁସାରେ, ଭାରତୀୟ ଟିମର ନୂଆ ଫିଲ୍ଡିଂ କୋଚ ଭାବେ ବିସିସିଆଇ ଜଣେ ବିଦେଶୀଙ୍କୁ ନିଯୁକ୍ତି ଦେବାକୁ ଚାହୁଁଥିଲା। କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ ବିସିସିଆଇକୁ ଉପଯୁକ୍ତ ପ୍ରାର୍ଥୀ ମିଳି ନଥିଲେ। ତେଣୁ ବିସିସିଆଇ ବାଧ୍ୟ ହୋଇ ଦିଲୀପଙ୍କୁ ପୁନଃ ନିଯୁକ୍ତି କରିଥିଲା।

Advertisment

ହେଲେ କ୍ରିକବଜରେ ଏବେ ଚକିତ କରିବା ଭଳି ରିପୋର୍ଟ ପ୍ରକାଶ ପାଇଛି। ଟି ଦିଲୀପଙ୍କ ପୁନଃ ନିଯୁକ୍ତ ପଛରେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ହାତ ଥିବା ରିପୋର୍ଟରେ ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ହାଇଦ୍ରାବାଦ ଭିତ୍ତିକ କୋଚ ଟି ଦିଲୀପଙ୍କୁ ଆସନ୍ତା ଗୋଟିଏ ବର୍ଷ ପାଇଁ ଫିଲ୍ଡିଂ କୋଚ ପଦରେ ରଖିବାକୁ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ଅନୁରୋଧ କରିଥିଲେ। ଏହାପରେ ବିସିସିଆଇ ଟି ଦିଲୀପଙ୍କୁ ପୁଣି ଫିଲ୍ଡିଂ କୋଚ ଭାବେ ନିଯୁକ୍ତି ଦେଇଛି।

ଆହୁରି ମଧ୍ୟ ଜଣାପଡ଼ିଛି ଯେ ଦିଲୀପଙ୍କ ସ୍ଥାନରେ ବିସିସିଆଇ ରାୟନ ଟେନ ଡୋସେକେଟଙ୍କୁ ଫିଲ୍ଡିଂ କୋଚ ଭାବେ ନିଯୁକ୍ତି ଦେବାକୁ ଚାହୁଁଥିଲା। ହେଲେ ଏବେ ସେ ପୂର୍ବଭଳି ଗମ୍ଭୀର ଆସିସଷ୍ଟାଣ୍ଟ କୋଚ ଭାବେ କାମ କରିବେ।

ଦିଲୀପ ଫିଲ୍ଡିଂ କୋଚ ଥିବା ବେଳେ ଗୋଟିଏ କୌତହଳ ପଦକ୍ଷେପ ନେଇଥିଲେ। ମ୍ୟାଚ୍‌ ଦିନ ସେ ନିଜେ କିମ୍ବା କିମ୍ବଦନ୍ତୀ ବ୍ୟକ୍ତିବିଶେଷଙ୍କୁ ଡ୍ରେସିଂ ରୁମକୁ ଡାକି ଶ୍ରେଷ୍ଠ ଫିଲ୍ଡରଙ୍କୁ ମେଡାଲ ଦେଉଥିଲେ। ଏହା ସୋଶାଲ ମିଡିଆରେ ବେଶ ଟ୍ରେଣ୍ଡ ମଧ୍ୟ କରିଥିଲା।

ଦିନିକିଆ ବିଶ୍ୱକପ ଠାରୁ ଆରମ୍ଭ କରି ୨୦୨୪ ଟି-୨୦ ବିଶ୍ୱକପ ଯାଏ ଦିଲୀପ ସବୁବେଳେ ଶ୍ରେଷ୍ଠ କ୍ଷେତ୍ରରକ୍ଷକଙ୍କୁ ମେଡାଲ ଦେଇ ସମ୍ବୋଧିତ କରୁଥିଲେ। ଏବେ ସେ ପୁଣି ନିଯୁକ୍ତି ପାଇଥିବାରୁ ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟରେ ସେହି ଟ୍ରେଣ୍ଡ ଜାରି ରହିବ।

Bcci Rohit Sharma Gautam Gambhir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe