Advertisment

ଚେନ୍ନାଇ ବିପକ୍ଷରେ ବଡ଼ ରେକର୍ଡ କରିବେ ରୋହିତ୍!

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୧୪ଶ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। ଆଜି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସକୁ ଭେଟିବ। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ସ ରୋହିତ୍ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ରୋହିତଙ୍କ ପାଖରେ ଆଜି ଏକ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି। ରୋହିତ୍ ଟି-୨୦ କ୍ରିକେଟରେ ୪୦୦ ଛକା ମାରିବାର ନିକଟତର ହୋଇଛନ୍ତି। ରୋହିତ୍ […]

ଅଦ୍ୟତନ ହୋଇଛି
ଚେନ୍ନାଇ ବିପକ୍ଷରେ ବଡ଼ ରେକର୍ଡ କରିବେ ରୋହିତ୍!

rohit-sharma

Advertisment

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୧୪ଶ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। ଆଜି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସକୁ ଭେଟିବ। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ସ ରୋହିତ୍ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ରୋହିତଙ୍କ ପାଖରେ ଆଜି ଏକ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି।

Advertisment

ରୋହିତ୍ ଟି-୨୦ କ୍ରିକେଟରେ ୪୦୦ ଛକା ମାରିବାର ନିକଟତର ହୋଇଛନ୍ତି। ରୋହିତ୍ ଏପର୍ଯ୍ୟନ୍ତ ଟି-୨୦ରେ ୩୯୭ ଛକା ମାରିଛନ୍ତି। ଆଉ ୩ ଛକା ମାରିଲେ ସେ ୪୦୦ ମାଇଲଖୁଣ୍ଟ ଛୁଇଁବେ। ସୀମିତ ଓଭର କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ରୋହିତ୍ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୩୦୦ରୁ ଅଧିକ ଛକା ମାରିବାର ରେକର୍ଡ କରିଛନ୍ତି।

ଟି-୨୦ରେ ସର୍ବାଧିକ ଛକାର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାଁରେ ରହିଛି। ଗେଲ୍ ୪୪୬ ଟି-୨୦ ମ୍ୟାଚ୍ ଖେଳି ୧୦୪୨ ଛକା ମାରିଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ୱେଷ୍ଟଇଣ୍ଡିଜର କାଇରନ୍ ପୋଲାର୍ଡ। ପୋଲାର୍ଡ ୫୬୧ ଟି-୨୦ ମ୍ୟାଚ୍ ଖେଳି ୭୫୫ ଛକା ମାରିଛନ୍ତି। ଇଣ୍ଡିଜର ଅନ୍ୟତମ ଖେଳାଳି ଆନ୍ଦ୍ରେ ରସେଲ୍ ୩୭୯ ମ୍ୟାଚରେ ୫୦୯ ଛକା ମାରି ତୃତୀୟ ସ୍ଥାନରେ ରହିଛନ୍ତି।

Advertisment

ରୋହିତଙ୍କ ପାଖରେ ଭାରତର ସୁରେଶ ରାଇନା ରହିଛନ୍ତି। ରାଇନା ୩୨୪ ଛକା ମାରିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କ୍ୟାପଟେନ୍ ବିରାଟ୍ କୋହଲି ୩୧୫ ଛକା ଏବଂ ଚେନ୍ନାଇ ସୁପର୍ କିଙ୍ଗସ୍ କ୍ୟାପଟେନ୍ ୩୦୩ ଛକା ମାରିଛନ୍ତି।

ଆଇପିଏଲରେ ରୋହିତଙ୍କ ନାଁରେ ୨୨୪ ଛକା ରହିଛି। ସେଥିମଧ୍ୟରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୭୩ ଓ ପ୍ରଥମ ତିନୋଟି ସଂସ୍କରଣରେ ଡେକାନ ଚାର୍ଜର୍ସ ହାଇଦ୍ରାବାଦ ପକ୍ଷରୁ ୫୧ ଛକା ମାରିଛନ୍ତି। ଆଇପିଏଲରେ ସର୍ବାଧିକ ଛକା ଗେଲ୍ ମାରିଛନ୍ତି। ଗେଲ୍ ୧୪୦ ମ୍ୟାଚରେ ୩୫୭ ଛକା ମାରିଥିବା ବେଳେ ଦକ୍ଷିଣ ଆଫ୍ରିକାର ଏବି ଡି'ଭିଲିୟର୍ସ ୧୭୬ ମ୍ୟାଚରେ ୨୪୫ ଛକା ମାରିଛନ୍ତି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe