Advertisment

ଧୋନିଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଏହି ରେକର୍ଡର ଅଧିକାରୀ ହେଲେ ରୋହିତ

ଧୋନି ଓ ରୋହିତ ଶର୍ମାଙ୍କ ପରେ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ଖେଳିବା ତାଲିକାରେ ଦୀନେଶ କାର୍ତ୍ତିକ ରହିଛନ୍ତି।

author-image
Hemant Lenka
Rohit Sharma

Rohit Sharma

ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଓପନର ରୋହିତ ଶର୍ମା ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଆଇପିଏଲ ଇତିହାସର ଦ୍ୱିତୀୟ ଖେଳାଳି ଭାବେ ୨୫୦ ମ୍ୟାଚ୍‌ ଖେଳିବାର ଗୌରବ ହାସଲ କରିଛନ୍ତି। ଆଜି ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ରୋହିତ ବ୍ୟାଟିଂ କରିବାକୁ ଆସିବା ମାତ୍ରେ ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇ ଯାଇଛି।

Advertisment

ଆଜି ସେ ଆଇପିଏଲରେ ତାଙ୍କର ୨୫୦ତମ ମ୍ୟାଚ ଖେଳିଛନ୍ତି। ରୋହିତଙ୍କ ପୂର୍ବରୁ ଆଇପିଏଲରେ ମହେନ୍ଦ୍ର ସିଂହ ଧୋନି ଏକମାତ୍ର ଖେଳାଳି ଭାବେ ୨୫୦ ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ ହାସଲ କରିଥିଲେ।

୨୦୧୩ରୁ ରୋହିତ ମୁମ୍ବାଇର ଅଧିନାୟକ ଥିଲେ। କିନ୍ତୁ ୨୦୨୪ ଆଇପିଏଲ ପୂର୍ବରୁ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା। ଏବେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସିରେ ମ୍ୟାଚ୍‌ ଖେଳୁଛନ୍ତି। ଏହି ସିଜିନରେ ରୋହିତ ଦମଦାର ବ୍ୟାଟିଂ କରିବା ସହ ଗୋଟିଏ ଶତକ ମଧ୍ୟ ହାସଲ କରି ସାରିଛନ୍ତି।

Advertisment

ଧୋନି ଓ ରୋହିତ ଶର୍ମାଙ୍କ ପରେ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ଖେଳିବା ତାଲିକାରେ ଦୀନେଶ କାର୍ତ୍ତିକ ରହିଛନ୍ତି। ଆଜିର ମ୍ୟାଚ୍‌ ପୂର୍ବରୁ କାର୍ତ୍ତିକ ଓ ରୋହିତଙ୍କ ମ୍ୟାଚ୍‌ ସଂଖ୍ୟା ୨୪୯ ଥିଲା। ରୋହିତ ଆଜି ୨୫୦ତମ ମ୍ୟାଚ୍‌ ଖେଳିଛନ୍ତି। ଏମାନଙ୍କ ପଛକୁ ୪ର୍ଥ ସ୍ଥାନରେ ରନ ମେସିନ ବିରାଟ କୋହଲି ରହିଛନ୍ତି। ସେ ୨୪୪ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଇପିଏଲରେ କେବଳ ୧୦ ଜଣ ଖେଳାଳି ୨୦୦ କିମ୍ବା ତା’ ଠାରୁ ଅଧିକ ମ୍ୟାଚ୍‌ ଖେଳିଛନ୍ତି। ଆଉ ସେମାନେ ସମସ୍ତେ ଭାରତୀୟ।

ଅନ୍ୟପକ୍ଷରେ ବିଦେଶୀ ଖେଳାଳି ଭାବେ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ଇଣ୍ଡିଜ ତାରକା କାଏରନ ପୋଲାର୍ଡ ଖେଳିଛନ୍ତି। ସେ ୧୮୯ ମ୍ୟାଚ୍‌ ଖେଳିଥିବା ବେଳେ ୧୮୪ ମ୍ୟାଚ୍‌ ସହ ଏବି ଡିଭିଲିୟର୍ସ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ରୋହିତ ଶର୍ମା ଆଜି ୨୫ ବଲରେ ୩୬ ରନ କରି ଆଉଟ ହୋଇ ଯାଇଛନ୍ତି। ଏହାପୂର୍ବରୁ ସେ ୨୪୯ ମ୍ୟାଚ୍‌ରେ ମୋଟ ୬୪୭୨ ରନ କରିଥିଲେ। ଆଇପିଏଲ ଇତିହାସର ସେ ଅନ୍ୟତମ ବିରଳ ଖେଳାଳି ଯିଏ ଶତକ ମାରିବା ସହ ବୋଲିଂରେ ହ୍ୟାଟ୍ରିକ ହାସଲ କରିଛନ୍ତି। ଶର୍ମାଙ୍କ ବ୍ୟତୀତ ଶେନ ୱାଟଶନ ଓ ସୁନିଲ ନାରିନ ମଧ୍ୟ ଏପରି ବିରଳ ରେକର୍ଡ କରିଛନ୍ତି।

IPL Rohit Sharma MS Dhoni IPL 2024