Rohit sharma
ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆରେ ଅଧିନାୟକ ଭାବେ ୨ ହଜାର ରନ ପୂରଣ କରିଛନ୍ତି। ଏପରି କୀର୍ତ୍ତିମାନ ହାସଲ କରିବାରେ ସେ ୪ର୍ଥ ଦ୍ରୁତତମ ଅଧିନାୟକ ବନିଛନ୍ତି। ୩୬ ବର୍ଷୀୟ ରୋହିତ ୪୩ଟି ଇନିଂସରେ ଦିନିକିଆରେ ଅଧିନାୟକ ଭାବେ ୨ ହଜାର ରନ ପୂରଣ କରିଛନ୍ତି।
ଆଜି ବିଶ୍ୱକପ ସେମି ଫାଇନାଲରେ ଭାରତର ମୁକାବିଲା ନ୍ୟୁଜିଲ୍ୟାଣ୍ଡ ସହ ହେଉଛି। ଏହି ମ୍ୟାଚ୍ରେ ରୋହିତ ୨୯ ବଲରେ ୪୭ ରନ କରି ଆଉଟ ହୋଇଛନ୍ତି। ଏହି ଇନିଂସ ପରେ ସେ ୪ର୍ଥ ଦ୍ରୁତତମ ଅଧିନାୟକ ଭାବେ ଦିନିକିଆରେ ୨ ହଜାର ରନ ପୂରଣ କରିଛନ୍ତି।
ଏହି ତାଲିକାର ୧ନଂ ସ୍ଥାନରେ ପାକିସ୍ତାନର ଅଧିନାୟକ ବାବର ଆଜମ ରହିଛନ୍ତି। ସେ ମାତ୍ର ୩୧ଟି ଇନିଂସରେ ୨ ହଜାର ରନ କରିଥିଲେ। ବିରାଟ କୋହଲି ଓ ଏବି ଡିଭିଲିୟର୍ସ ଯଥାକ୍ରମେ ୩୬ ଓ ୪୧ଟି ଇନିଂସରେ ଏହି କୀର୍ତ୍ତିମାନ ଛୁଇଁଥିଲେ।
ରୋହିତ ୨ ହଜାର ରନ ଠାରୁ ମାତ୍ର ୪୭ ରନ ଦୂରରେ ଥିଲେ। ଆଜି ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସମାନ ୪୭ ରନ କରି ଆଉଟ ହୋଇଛନ୍ତି।
ସେହିପରି ରୋହିତ ୭ମ ଭାରତୀୟ ଅଧିନାୟକ ଭାବେ ଦିନିକିଆରେ ୨ ହଜାର ରନ କରିବାରେ ରେକର୍ଡ କରିଛନ୍ତି। ରୋହିତଙ୍କ ପୂର୍ବରୁ ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ମହମ୍ମଦ ଆଝାରୁଦ୍ଦିନ, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ ଓ ସଚିନ ତେନ୍ଦୁଲକର ଏପରି କୀର୍ତ୍ତିମାନ ହାସଲ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1700046664.jpg)