Advertisment

ଅନ୍ତର୍ଜାତୀୟ କ୍ରିକେଟରେ ଆଉ କୀର୍ତ୍ତିମାନ ହାସଲ କଲେ ରୋହିତ ଶର୍ମା

ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଆଜି ୧୭ ହଜାର ରନ ପୂରଣ କରିଛନ୍ତି। ସେ ଭାରତର ୭ମ ବ୍ୟାଟର ଭାବେ ଏପରି ରେକର୍ଡ କରିଛନ୍ତି।

Rohit Sharma

Rohit Sharma

Advertisment

ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଆଜି ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟର ତୃତୀୟ ଦିନରେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଆଜି ୧୭ ହଜାର ରନ ପୂରଣ କରିଛନ୍ତି। ସେ ଭାରତର ୭ମ ବ୍ୟାଟର ଭାବେ ଏପରି ରେକର୍ଡ କରିଛନ୍ତି।

Advertisment

ଆଜି ରୋହିତ ତୃତୀୟ ଦିନ ଖେଳ ଆରମ୍ଭରୁ ଆଟାକିଂ ଶଟ ଖେଳିଥିଲେ। ମିଚେଲ ଷ୍ଟାର୍କ ତାଙ୍କୁ କ୍ରମାଗତ ବାଉନ୍ସର ପକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ରୋହିତ ଆଦୌ ପୁଲ ଶଟ ଖେଳିବାକୁ ଭୁଲି ନଥିଲେ। ସେ ଷ୍ଟାର୍କଙ୍କ ଗୋଟିଏ ବାଉନ୍ସରକୁ ଡିପ୍‌ ଫାଇନ ଲେଗରେ ଛକା ମାରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।

ତେବେ ରୋହିତ ଆଜି ୩୫ ରନ କରି ଶର୍ଟ କଭରରେ ଫିଲ୍ଡି କରିଥିବା ମାର୍ନସ ଲାବୁଶେନଙ୍କ ହାତରେ ଆଉଟ ହୋଇଯାଇଥିଲେ। ଭଲ ଲୟରେ ଥିଲେ ମଧ୍ୟ ସେ ବଡ଼ ସ୍କୋର କରିବାକୁ ଅକ୍ଷମ ହେବାକୁ ଆଉଟ ହେବା ପରେ ନିରାଶ ହୋଇଥିଲେ। କିନ୍ତୁ ଏହି ୩୫ ରନର ଇନିଂସ ବଳରେ ସେ ବରିଳ କ୍ଲବରେ ନିଜକୁ ସାମିଲ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ କ୍ଲବରେ ରୋହିତ ଏବେ ସାମିଲ ହୋଇଯାଇଛି। ସେ ୬ଷ୍ଠ ବ୍ୟାଟର ଭାବେ ଭାରତ ପାଇଁ ୧୭ ହଜାର କିମ୍ବା ତା’ଠାରୁ ଅଧିକ ରନ କରିଥିବା ବେଳେ ୭ମ ଭାରତୀୟ ଭାବେ ଏପରି ରେକର୍ଡକୁ ଅତିକ୍ରମ କରିଛନ୍ତି।

ବୀରେନ୍ଦ୍ର ସେହୱାଗ ଅନ୍ତର୍ଜାତୀୟ କ୍ରିକେଟରେ ୧୭,୨୫୩ ରନ କରିଥିବା ବେଳେ ଭାରତ ପାଇଁ ସେ ୧୬,୮୯୨ ରନ କରିଥିଲେ। ବାକି ରନ ସେ ଆଇସିସି ଓ ଏସିଆ ପକ୍ଷରୁ ଚୟନ ହୋଇଥିବା ଟିମ ସହ ଖେଳିବା ବେଳେ କରିଥିଲେ।

ରୋହିତ ଶର୍ମାଙ୍କ ସର୍ବାଧିକ ଅନ୍ତର୍ଜାତୀୟ ରନ ଦିନିକିଆରୁ ଆସିଛି। ସେ ୨୪୧ଟି ଦିନିକିଆ ମ୍ୟାଚ ଖେଳି ୯୭୮୨ ରନ କରିଛନ୍ତି। ସେହିପରି ସେ ୧୪୮ ଟି-୨୦ରେ ୩୮୫୩ ଓ ୪୮ ଟେଷ୍ଟ ମ୍ୟାଚ୍‌ରେ(ଅହମଦାବା ମ୍ୟାଚ୍‌ ପୂର୍ବରୁ) ୩୩୪୪ ରନ କରିଛନ୍ତି। ଦିନିକିଆରେ ସେ ୩୦ଟି, ଟେଷ୍ଟରେ ୯ଟି ଓ ଟି-୨୦ରେ ରେକର୍ଡ ୪ଟି ଶତକ ହାଲ କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ରନ କରିଥିବା ଖେଳାଳି

ସଚିନ ତେନ୍ଦୁଲକର- ୬୬୪ ମ୍ୟାଚ୍‌ରେ ୩୪,୩୫୭ ରନ

ବିରାଟ କୋହଲି- ୪୯୪ ମ୍ୟାଚ୍‌ରେ ୨୫,୦୪୭ ରନ

ରାହୁଲ ଡ୍ରାଭିଡ- ୫୦୪ ମ୍ୟାଚ୍‌ରେ ୨୪,୦୬୪ ରନ

ସୌରଭ ଗାଙ୍ଗୁଲି – ୪୨୧ ମ୍ୟାଚ୍‌ରେ ୧୮,୪୩୩ ରନ

ମହେନ୍ଦ୍ର ସିଂହ ଧୋନି- ୫୩୫ ମ୍ୟାଚରେ ୧୭,୦୯୨ ରନ

ରୋହିତ ଶର୍ମା – ୪୩୮ ମ୍ୟାଚରେ ୧୭ ହଜାରରୁ ଅଧିକ ରନ

୨୦୧୯ରୁ ରୋହିତ ଶର୍ମା ଟେଷ୍ଟ ଫର୍ମାଟରେ ଓପନିଂ କରିବା ଦିନଠାରୁ ଦଳର ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନିଛନ୍ତି। ୨୦୧୯ରୁ ସେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୨୨ଟି ମ୍ୟାଚ୍‌ରେ ୧୭ ଶହରୁ ଅଧିକ ରନ କରିଛନ୍ତି। ରୋହିତ ଶର୍ମା ଏକମାତ୍ର ବ୍ୟାଟର ଯିଏ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ୩ଟି ଟେଷ୍ଟରେ ଗୋଟିଏ ଶତକ ହାସଲ କରିବାର ରେକର୍ଡ କରିଛନ୍ତି।

Bcci Rohit Sharma ICC Border-Gavaskar Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe