/odisha-reporter/media/post_attachments/uploadimage/library/16_9/16_9_0/Rohit__1700040907.jpg)
Rohit
ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ସେମି ଫାଇନାଲ ଖେଳୁଥିବା ଭାରତ ପାଇଁ ଅଧିନାୟକ ରୋହିତ ଶର୍ମା ରେକର୍ଡ କରିଛନ୍ତି। ସେ ବିଶ୍ୱକପ କ୍ରିକେଟର ପ୍ରଥମ ବ୍ୟାଟର ଭାବେ ବିଶ୍ୱକପରେ ୫୦ଟି ଛକା ମାରିବାର ରେକର୍ଡ କରିଛନ୍ତି। ଆଜି ରୋହିତ ଶର୍ମା କ୍ୱିୱି ଟିମ ବିପକ୍ଷରେ ନିଜର ବିସ୍ଫୋରକ ଦେଖାଇଛନ୍ତି।
ସେ ୨୯ ବଲରେ ୪୭ ରନ କରି ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କ ବ୍ୟାଟରୁ ୪ଟି ଛକା ଓ ୪ଟି ଚୌକା ଦେଖିବାକୁ ମିଳିଛି। ଏହି ଇନିଂସରେ ସେ ୩ ନଂ ଛକା ମାରିବା କ୍ଷଣି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି।
ରୋହିତ ବିଶ୍ୱକପର ୨୭ଟି ଇନିଂସରେ ୫୧ଟି ଛକା ମାରିଛନ୍ତି। ଆଜି ଇନିଂସର ୫ମ ଓଭରରେ ସେ ଟ୍ରେଣ୍ଟ ବୋଲ୍ଟଙ୍କୁ ଛକା ମାରିବା କ୍ଷଣି କ୍ରିସ ଗେଲଙ୍କୁ ଅତିକ୍ରମ କରିଥିଲେ। ଗେଲ ବିଶ୍ୱକପର ୨୭ଟି ଇନିଂସରେ ୪୯ଟି ଛକା ମାରିଥିଲେ। ଗେଲଙ୍କୁ ଅତିକ୍ରମ କରିବା ପରେ ରୋହିତ ପରବର୍ତ୍ତୀ ଓଭର୍ରେ ମିଚେଲ ସାଣ୍ଟନରଙ୍କୁ ମଧ୍ୟ ଆଉ ଗୋଟିଏ ଛକା ମାରିଥିଲେ।
ବିଶ୍ୱକପରେ ସର୍ବାଧିକ ଛକା ମାରିବା ତାଲିକାରେ ରୋହିତ ଓ ଗେଲଙ୍କ ବ୍ୟତୀତ ଗ୍ଲେନ ମ୍ୟାକ୍ସୱେଲ(୪୩), ଏବି ଡିଭିଲିୟର୍ସ(୩୭) ଓ ଡାଭିଡ ୱାର୍ଣ୍ଣର(୩୭) ରହିଛନ୍ତି।
ଏହାବାଦ ବିଶ୍ୱକପର କୌଣସି ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା ମାରିବା ରେକର୍ଡ ମଧ୍ୟ ରୋହିତଙ୍କ ନାଁରେ ଯୋଡ଼ି ହୋଇଯାଇଛି। ସେ ଏଯାଏ ୨୮ଟି ଛକା ମାରି ସାରିଲେଣି। ପୂର୍ବରୁ ଏହି ରେକର୍ଡ ଗେଲଙ୍କ ନାଁରେ ଥିଲା।
ଗେଲ ୨୦୧୫ ବିଶ୍ୱକପର ୬ଟି ମ୍ୟାଚ୍ରେ ୨୬ଟି ଛକା ମାରିଥିଲେ। ଚଳିତ ବର୍ଷ ଏଯାଏ ରୋହିତ ୨୮ଟି ଛକା ମାରିଥିବା ବେଳେ ତାଙ୍କ ପଛକୁ ୨୨ଟି ଛକା ସହ ମ୍ୟାକ୍ସୱେଲ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
