Advertisment

ପ୍ରଥମ ଭାରତୀୟ ଅଧିନାୟକ ଭାବେ ରୋହିତଙ୍କ ନାଁରେ ଯୋଡ଼ି ହେଲା ଏହି ବଡ଼ ରେକର୍ଡ

ଲିଗ ମ୍ୟାଚ୍‌ରେ ରୋହିତ କେବଳ ନିଜର କ୍ୟାପ୍ଟେନ୍ସି ନୁହେଁ, ବ୍ୟାଟିଂରେ ମଧ୍ୟ ସମସ୍ତଙ୍କୁ ନିଜର ଯାଦୁ ଦେଖାଇଛନ୍ତି। ଲିଗ ଷ୍ଟେଜରେ ସେ ଖେଳିଥିବା ୯ଟି ମ୍ୟାଚ୍‌ରେ ୫୦୩ ରନ କରିଛନ୍ତି।

Rohit

Rohit

Advertisment

ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ୨୦୨୩ ବିଶ୍ୱକପରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ତାଙ୍କ କ୍ୟାପ୍ଟେନ୍ସିରେ ଭାରତ ପ୍ରଥମଥର ଦିନିକିଆ ବିଶ୍ୱକପ ଖେଳୁଛି।

Advertisment

ରାଉଣ୍ଡ ରବିନ ଫର୍ମାଟରେ ଖେଳା ଯାଉଥିବା ଏହି ବିଶ୍ୱକପର ଲିଗ ପର୍ଯ୍ୟାୟରେ ଭାରତ ୯ଟି ମ୍ୟାଚରୁ ୯ଟିରେ ବିଜୟ ହାସଲ କରିଛି। ଏବେ ଦଳ ବୁଧବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେମି ଫାଇନାଲ ମ୍ୟାଚ୍‌ ଖେଳିବ।

ତେବେ ଲିଗ ମ୍ୟାଚ୍‌ରେ ରୋହିତ କେବଳ ନିଜର କ୍ୟାପ୍ଟେନ୍ସି ନୁହେଁ, ବ୍ୟାଟିଂରେ ମଧ୍ୟ ସମସ୍ତଙ୍କୁ ନିଜର ଯାଦୁ ଦେଖାଇଛନ୍ତି। ଲିଗ ଷ୍ଟେଜରେ ସେ ଖେଳିଥିବା ୯ଟି ମ୍ୟାଚ୍‌ରେ ୫୦୩ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୫୫.୮୯ ରହିଛି। ୯ଟି ମ୍ୟାଚ୍‌ରେ ସେ ଗୋଟିଏ ଶତକ ଓ ୩ଟି ହାଫ ସେଞ୍ଚୁରୀ ହାସଲ ମଧ୍ୟ କରିଛନ୍ତି।

Advertisment

ଟୁର୍ଣ୍ଣାମେଣ୍ଟରେ ରୋହିତ ସର୍ବାଧିକ ରନ ହାସଲକାରୀ ଖେଳାଳି ତାଲିକାରେ ନିଜକୁ ସାମିଲ କରିବା ସହ ଦଳକୁ ବିସ୍ଫୋରକ ଆରମ୍ଭ ମଧ୍ୟ ଦେଉଛନ୍ତି। ରବିବାର ୩୬ ବର୍ଷୀୟ ରୋହିତ ଭାରତର ପ୍ରଥମ ଅଧିନାୟକ ଭାବେ କୌଣସି ବିଶ୍ୱକପରେ ୫୦୦ରୁ ଅଧିକ ରନ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି।

ଏହି ରେକର୍ଡ ହାସଲ କରି ସେ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଗାଙ୍ଗୁଲି ୨୦୦୩ ବିଶ୍ୱକପରେ ଅଧିନାୟକ ଭାବେ ଭାରତ ପାଇଁ ୪୬୫ ରନ କରିଥିଲେ। ଏବେ ତାଙ୍କ ରେକର୍ଡଙ୍କୁ ରୋହିତ ଭାଙ୍ଗି ଦେଇଛନ୍ତି।

ରୋହିତ ଓ ଗାଙ୍ଗୁଲିଙ୍କ ବ୍ୟତୀତ ତାଲିକାରେ ବିରାଟ କୋହଲି(୨୦୧୯ ବିଶ୍ୱକପରେ ୪୪୩ ରନ), ମହମ୍ମଦ ଆଝାରୁଦ୍ଦିନ(୧୯୯୨ ବିଶ୍ୱକପରେ ୩୩୨ ରନ) ଓ କପିଲ ଦେବ(୧୯୮୩ ବିଶ୍ୱକପରେ ୩୦୩ ରନ) ରହିଛନ୍ତି।

ନେଦରଲ୍ୟାଣ୍ଡ୍ସ ବିପକ୍ଷ ବିଶ୍ୱକପରେ ଶେଷ ଲିଗ ମ୍ୟାଚ୍‌ରେ ରୋହିତ ୫୪ ବଲରେ ୬୧ ରନର ଇନିଂସ ଖେଳିଥିଲା। ଏହି ଇନିଂସରେ ସେ ୮ଟି ଚୌକା ଓ ୨ଟି ଛକା ମାରିଥିଲେ।

ଏହାବାଦ ବିଶ୍ୱକପରେ କ୍ରମାଗତ ୯ ବିଜୟ ସହ ଭାରତ ନିଜ ରେକର୍ଡ ମଧ୍ୟ ଭାଙ୍ଗିବାକୁ ସକ୍ଷମ ହୋଇଛି। ୨୦୦୩ରେ ଭାରତୀୟ ଦଳ କ୍ରମାଗତ ୮ ବିଜୟ ହାସଲ କରିଥିଲା। ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ। ଏବେ ରୋହିତ ଶର୍ମା ଭାରତର ପ୍ରଥମ ଅଧିନାୟକ ଭାବେ ଇତିହାସ ରଚିଛନ୍ତି। ଭାରତ ତାଙ୍କ କ୍ୟାପ୍ଟେନ୍ସିରେ କ୍ରମାଗତ ୯ ବିଜୟ ହାସଲ କରିଛି।

ତେବେ ଭାରତ ଉପରେ ଏକମାତ୍ର ଦଳ ଭାବେ ଅଷ୍ଟ୍ରେଲିଆ ରହିଛି। ଅଷ୍ଟ୍ରେଲିଆ ୨୦୦୩ ଓ ୨୦୦୭ରେ ବିଶ୍ୱକପରେ କ୍ରମାଗତ ୧୧ ମ୍ୟାଚ୍‌ ଜିତିବାର ରେକର୍ଡ ନିଜ ନାଁରେ କରିଥିଲା।

ଅନ୍ୟପକ୍ଷରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତଙ୍କ ନାଁରେ ଯୋଡ଼ି ହୋଇଯାଇଛି। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟଡିୟମରେ ରୋହିତ ଗୋଟିଏ ଛକା ମାରିବା କ୍ଷଣି ଡିଭିଲିୟର୍ସଙ୍କୁ ପଛରେ ପକାଇ ଦେଇଥିଲେ। ଏହାପରେ ମଧ୍ୟ ସେ ଆଉ ଗୋଟିଏ ଛକା ମାରିଥିଲେ।

ଚଳିତ ବିଶ୍ୱକପରେ ମଧ୍ୟ ସେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରି ଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ ଓ ରୋହିତ ଏଯାଏ ବିଶ୍ୱକପରେ ୨୨ଟି ଲେଖାଏ ଛକା ମାରିଥିଲେ। କିନ୍ତୁ ରୋହିତ ରବିବାର ମ୍ୟାକ୍ସୱେଲଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତଙ୍କ ଛକା ସଂଖ୍ୟା ୨୪ରେ ପହଞ୍ଚି ଯାଇଛି।

ଏହାବାଦ କୌଣସି ବିଶ୍ୱକପରେ କ୍ୟାପ୍ଟେନ ଭାବେ ସର୍ବାଧିକ ଛକା ମାରିବାରେ ରୋହିତ ଇଂଲଣ୍ଡର ଇଅନ ମୋର୍ଗାନଙ୍କୁ ମଧ୍ୟରେ ପଛରେ ପକାଇ ଦେଇଛନ୍ତି।

୨୦୧୫ କ୍ୟାଲେଣ୍ଡର ବର୍ଷରେ ଡିଭିଲିୟର୍ସ ୧୮ଟି ଇନିଂସରେ ୫୮ଟି ଛକା ମାରି ଥିଲେ। ଏବେ ରୋହିତ ୨୦୨୩ ବର୍ଷରେ ୬୦ଟି ଛକା ମାରି ତାଙ୍କୁ ଟପି ଯାଇଛନ୍ତି।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା ତାଲିକାରେ ରୋହିତ ଓ ଡିଭିଲିୟର୍ସଙ୍କ ବ୍ୟତୀତ କ୍ରିସ ଗେଲ ରହିଛନ୍ତି। ଗେଲ ୨୦୧୯ରେ ୫୬ଟି ଛକା ମାରିଥିଲେ।

ଅନ୍ୟପକ୍ଷରେ ଗୋଟିଏ ବିଶ୍ୱକପରେ ଅଧିନାୟକ ଭାବେ ମଧ୍ୟ ରୋହିତ ସର୍ବାଧିକ ୨୪ଟି ଚକା ମାରିବାର ରେକର୍ଡ କରିଛନ୍ତି। ୨୦୧୯ରେ ମୋର୍ଗାନ ଇଂଲଣ୍ଡ ପାଇଁ ୨୨ ଓ ୨୦୧୫ରେ ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ଭାବେ ୨୧ଟି ଛକା ମାରିଥିଲେ।

Rohit Sharma ICC CWC 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe